ହେଡଲାଇନସ୍:

 କୋଣଠେସା ହୋଇ କେତେଦିନ ଦଳରେ ପଡ଼ି ରହିଥାନ୍ତି !!!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେଡ଼ି ଛାଡ଼ିଲେ ପୂର୍ବତନ ମୟୂରଭଞ୍ଜ ଜିଲ୍ଲା ସଭାପତି ଲକ୍ଷ୍ମଣ

ବାରିପଦା(ଦିଲ୍ଲୀପ ମହାନ୍ତି )- ବିଜୁ ଜନତା ଦଳର ପୂର୍ବତନ ମୟୂରଭଞ୍ଜ ଜିଲ୍ଲା ସଭାପତି ତଥା ପୂର୍ବତନ ଲୋକସଭା ସାଂସଦ ଲକ୍ଷ୍ମଣ ଟୁଡ଼ୁ ଆଜି ବିଜୁ ଜନତାଦଳ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଦେଇଛନ୍ତି । ଶ୍ରୀଟୁଡ଼ୁଙ୍କ କହିବା ଅନୁସାରେ ବିଜୁ ଜନତା ଦଳରେ ବିଜୁ ଆଦର୍ଶ ଆଉ ଦେଖିବାକୁ ମିଳୁ ନାହିଁ । ଦଳ ବର୍ତ୍ତମାନ ଏକ କର୍ପୋରେଟ ସେକ୍ଟରରେ ପରିଣତ ହୋଇସାରିଛି । ପୁରୁଣା ନେତାମାନଙ୍କୁ ଏକ ଅଦରକାରୀ ବସ୍ତୁ ଭଳି ଅଣଦେଖା ପ୍ରଦର୍ଶନ କରାଯାଉଛି ।  କୋଣଠେସା ହୋଇ କେତେଦିନ ଦଳରେ ପଡ଼ି ରହିବି । ତା ଅପେକ୍ଷା ଦଳ ତ୍ୟାଗ କରିଦେବା ସବୁଠାରୁ ଭଲ । ବାରିପଦାରେ ସମସ୍ତ ସାମ୍ବାଦିକମାନଙ୍କୁ ଡ଼କାଇ ଦଳ ତ୍ୟାଗ କରିବାର କାରଣ ଉପସ୍ଥାପନ କରିବେ ବୋଲି କହିଥିଲେ |

0
0
0
s2sdefault