ହେଡଲାଇନସ୍:

 ନବୀନଙ୍କ ଫମ୍ପା ମାଠିଆକୁ ଧର୍ମେନ୍ଦ୍ର କହିଲେ ବିଜେଡି ଭଙ୍ଗା ମାଠିଆ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନବୀନ ବାବୁ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଘୋଷଣା କରି, ବର୍ତମାନର ୧ ଟଙ୍କିଆ ଚାଉଳ ମୋଦିଙ୍କର ଥିଲା ବୋଲି ସ୍ୱୀକାର କରିଛନ୍ତି   ମୋଦିଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ୩ କୋଟି ୨୬ ଲକ୍ଷ ମାତ୍ର ନବୀନଙ୍କ ନିଜସ୍ୱ ଯୋଜନାରେ ମାତ୍ର ୨୫ ଲକ୍ଷ  ମଲାବେଳେ ହନୁ ସତ କହିବା ଭଳି, ନାଟକର ଶେଷ ଦୃଶ୍ୟରେ ସତ୍ୟ ଉପରୁ ପରଦା ହଟାଇଛନ୍ତି ମୁଖ୍ୟମନ୍ତ୍ରୀ   ମୋଦିଙ୍କ ଯୋଜନାରେ ଓଡିଶାରେ ମାସକୁ ୪୮୦ କୋଟି ଟଙ୍କା ହିସାବରେ ବର୍ଷକୁ ୫୭୬୦କୋଟି,  ମାତ୍ର ନବୀନ ବାବୁଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ମାସକୁ ୫୧ କୋଟି ଟଙ୍କା ହିସାବରେ ବାର୍ଷିକ ୬୧୨ କୋଟି    ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ନବୀନ ବାବୁଙ୍କ ଥ୍ରୀ-ଟି କୁଆଡେ ଗଲା , କାହିଁକି ସାର୍ବଜନୀନ ହେଉନି ହିତାଧିକାରୀଙ୍କ ତାଲିକା   ବିଜେଡି ବିଧାୟକଙ୍କ ସୁପାରିଶରେ ଦଳୀୟ ସମର୍ଥକଙ୍କୁ ଦିଆଯାଇଛି ଯୋଜନାର ଲାଭ   ପେଟ୍ରୋଲ-ଡିଜେଲ ମୂଲ୍ୟ ଉପରେ କେନ୍ଦ୍ର ୨.୫୦ ଟଙ୍କା କମାଇଛନ୍ତି, ରାଜ୍ୟ ବିସମାନ ପରିମାଣର ଟିକସ କମାଇବାକୁ ରାଜ୍ୟ ସରକାରଙ୍କୁ ଆହ୍ୱାନ

 ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ) -ଗାନ୍ଧୀ ଜୟନ୍ତୀ ଦିନ ବିଜେଡି ସଭାପତି ନବୀନ ପଟ୍ଟନାୟକ ପରୋକ୍ଷରେ ବିଜେପିକୁ ଫମ୍ପାମାଠିଆ ବୋଲି କହିଥିଲେ | ହେଲେ ତାହାର ମାତ୍ର ଦୁଇଦିନ ପରେ ସୁଧମୂଳ କରି ଫେରାଇ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିଅମ-ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ନବୀନ ବାବୁଙ୍କ ଫମ୍ପା ମାଠିଆର ଜବାବ ଦେଇଛନ୍ତି ଭଙ୍ଗା ମାଠିଆରେ | ସେ କହିଛନ୍ତି ଯେ ବିଜେଡି ହେଉଛି ଭଙ୍ଗା ମାଠିଆ | କେନ୍ଦ୍ର ସରକାରଙ୍କର ବିଶାଳ ଓ ରାଜ୍ୟ ସରକାରଙ୍କ କ୍ଷୁଦ୍ର ଭିନ୍ନଭିନ୍ନ ଖାଦ୍ୟ ସୁରକ୍ଷା ଯୋଜନା ପ୍ରାଙ୍ଗରେ ଶ୍ରୀ ପ୍ରଧାନ ଏହି ଟିପ୍ପଣୀ ଦେବା ସହ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କେନ୍ଦ୍ର ସରକାର ୨ଟଙ୍କା ୫୦ ପଇସା ଟିକସ ହ୍ରାସ କରିଥିବା ବେଳେ ରାଜ୍ୟ ସରକାର ସେତିକି ପରିମାଣର ଭ୍ୟାଟ କମାଇ ଓଡିଶା ବାସୀଙ୍କୁ ଆଶ୍ୱସ୍ତ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଜଣାଇଛନ୍ତି |

ଶ୍ରୀ ପ୍ରଧାନ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନ ବଳରେ ଓଡିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବାର ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଏହି ଯୋଜନାରେ ନବୀନ ପଟ୍ଟନାୟକ ୧ ଟଙ୍କିଆ ଚାଉଳ ଯୋଗାଇ ଦେଉଥିବା ଦାବୀ କରୁଥିବା ବେଳେ ବେଳେ ଗତ କିଛିଦିନ ତଳେ ୨୫ ଲକ୍ଷ ଲୋକଙ୍କ ପାଇଁ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଘୋଷଣା କରିଛନ୍ତି । ଏହା ହନୁ ମଲାବେଳେ ସତ କହିବା ଭଳି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଯଦି ୨୫ ଲକ୍ଷ ଲୋକଙ୍କ ପାଇଁ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ତେବେ ୩ କୋଟି ୨୬ ଲକ୍ଷ ଲୋକଙ୍କ ପାଇଁ ମୋଦିଙ୍କ ଖାଦ୍ୟ ସୁରକ୍ଷା ଯୋଜନା ପରସ୍ୱ ଥିଲା ବୋଲି ଖୋଦ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ୧୯ ବର୍ଷ ସରକାରର ମିଛର ପର୍ଦାଫାସ  ହୋଇଛି । ଖୋଦ ମୁଖ୍ୟମନ୍ତ୍ରୀ ନାଟକର ଶେଷ ଦୃଶ୍ୟ ଉପରୁ ପରଦା ହଟାଇଛନ୍ତି । ଏହାଦ୍ୱାରା ସତ କଣ ଲୋକଙ୍କ ସାମ୍ନାକୁ ଆସିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାରେ ୩ କୋଟି ୨୬ ଲକ୍ଷ ଲୋକଙ୍କ ପାଇଁ ମାସକୁ ୫ କିଲୋ ଚାଉଳ ମୂଲ୍ୟ ବାବଦରେ ମାସକୁ ୪୮୦ କୋଟି ଟଙ୍କା ହିସାବରେ ବର୍ଷକୁ ୫୭୬୦ କୋଟି ରାଜ୍ୟକୁ ଦେଉଛନ୍ତି । ଅପରପକ୍ଷରେ ନବୀନ ବାବୁଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ମାସକୁ ୫୧ କୋଟି ଟଙ୍କା ହିସାବରେ ବାର୍ଷିକ ୬୧୨ କୋଟି ଟଙ୍କା ଖର୍ଚ୍ଚର ଆକଳନ କରାଯାଇଛି । ମାତ୍ର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ କଟକ ମେୟର ଓ ଶାସକ ବିଜେଡି ଦଳର ବିଧାୟକ ମାନଙ୍କ ପତ୍ନୀ ମାନଙ୍କୁ ଦଳୀୟ ଆଧାରରେ ଏଥିରେ ସାମିଲ କରାଯାଇଥିଲା । ନବୀନ ବାବୁଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରଥମେ ୩୪ ଲକ୍ଷ, ପରେ ୩୨ ଲକ୍ଷ , ୨୫ ଲକ୍ଷ ଓ ଏବେ ଗଣମାଧ୍ୟମରେ ଏହା ୧୮ ଲକ୍ଷ ବୋଲି ଚର୍ଚ୍ଚା ହେଉଛି । ହେଲେ ଏହି ୧୮ ଲକ୍ଷ ଲୋକ କିଏ ତାର ନାଁ ଗାଁ ଠିକଣା କଣ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ଥ୍ରିଟି କଥା କହୁଥିବା ନବୀନ ବାବୁ ଟେକ୍ନୋଲୋଜିର ସାହାଯ୍ୟରେ ତାଲିକାକୁ କାହିଁକି ସ୍ୱଚ୍ଛ ଓ ପାରଦର୍ଶୀ କରୁନାହାନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

ଶାସକ ଦଳର ବିଧାୟକଙ୍କ ସୁପାରିଶରେ ଦଳୀୟ କର୍ମୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ସାଧାରଣ ଲୋକଙ୍କୁ ଏଥିରୁ ବଂଚିତ କରାଯାଉଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି  |                               

0
0
0
s2sdefault