ହେଡଲାଇନସ୍:

ଜନସମ୍ପର୍କ ପଦଯାତ୍ରା : ଅର୍କେଶଙ୍କ ପାଇଁ ସମର୍ଥନ ଜୁଟାଇବାକୁ କମର କଷିଲେ ଅନଙ୍ଗ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର{ନିରୋଜ ମିଶ୍ର ) :  ଆରମ୍ଭ ହେଲା ଜନ ସମ୍ପର୍କ ପଦଯାତ୍ରା | ଭୋଟ ମୁଣ୍ଡ ଉପରେ ଥିବା ଯୋଗୁ ଏଇ ଜଣ ସମ୍ପର୍କ ଯାତ୍ରା ନିର୍ବାଚନ ପ୍ରଚାରର ଫାଷ୍ଟ ସ୍ଟେପ | ବିଜେଡି ପକ୍ଷରୁ ରାଜ୍ୟ ବ୍ୟାପି ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରାରେ ବଲାଙ୍ଗୀର ନିର୍ବାଚନ   ମଂଡଳୀରେ ମଇଦାନକୁ ଓଲ୍ହାଇଛନ୍ତି ପିତା ପୁତ୍ର ଅନଙ୍ଗ ଉଦୟ ସିଂହଦେଓ ଏବଂ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ |  ଖୁଣ୍ଟପାଲି, ଖଗସାବାହଲ, ବଡତେଲେନପାଲି , ଢୁଲୁସର , ଚୁଡାପାଲି ଠାରେ ବିଜୁ ଜନତା ଦଳର ରାଜ୍ୟ   ଉପସଭାପତି  ଅନଙ୍ଗ ଉଦୟ ଏବଂ ଯୁବନେତା ଅର୍କେଶଙ୍କ ଉପସ୍ଥିତିରେ ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ ହୋଇଯାଇଛି । ଏହି ଗ୍ରାମ ଗୁଡିକ ବଲାଙ୍ଗିର ଓ ସୋନପୁର ଜିଲ୍ଲାର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପ ର ବୁଡି ଅଞ୍ଚଳ ରେ ଯାଉଥିବାରୁ ଏହି ଗ୍ରାମର ଲୋକଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ ନେଇ  ବଲାଙ୍ଗିର ସାସଂଦ କଳିକେଶ ନାରାୟଣ ସିଂହଦେଓଙ୍କ ଚେଷ୍ଟା ଜାରି ରହିଥିବା ବେଳେ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଏହି ଅଞ୍ଚଳର ସମସ୍ୟାକୁ ନିଜର ସମସ୍ୟା ଭାବେ ଗ୍ରହଣ କରିବା ସହିତ ପ୍ରକଳ୍ପ ରେ କ୍ଷତିଗ୍ରସ୍ତ ହେଉଥିବା ସମସ୍ତ ଗାଁ କୁ ଯାଇ ସମସ୍ୟା ବୁଝି ରାଜ୍ୟ  ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଦାବି ଜଣାଇବା ପାଇଁ ଦୃଢୋକ୍ତି ପ୍ରକାଶ କରିଥିଲେ | ଏହି ଅବସରରେ ଅନଙ୍ଗ ଉଦୟ ସିଂହଦେଓ ତାଙ୍କୁ ସମର୍ଥନ ଜଣାଇ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଉପରେ ଗୁରୁତ୍ଵାରୋପ କରିଥିଲେ । ଶେଷରେ ଚୁଡାପାଲି ଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସଭାପତିତ୍ବ କରିଥିଲେ ସଦର ବ୍ଳକ ଅଧ୍ୟକ୍ଷ ଶ୍ରୀ ଗୋଲାପ ବାଗ  ସ୍ଥାନୀୟ ସମିତି ସଭ୍ୟ ତଥା ବ୍ଲକ ସଭାପତି ଶ୍ରୀ କୁଳମଣି ମେହେର ପ୍ରମାଣ ଦେଖାଇ  ଦୃଢତାର ସହିତ ଜନସାଧାରଣଙ୍କ ଅବଗତି ନିମନ୍ତେ ଚୁଡାପାଲି ହାଇସ୍କୁଲ କୁ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା ପଛର ରହସ୍ୟ ଜଣାଇଥିଲେ । ସେ ପ୍ରମାଣ ଦେଖାଇ କହିଥିଲେ ଯେ ୧୦ - ୦୩ - ୨୦୧୧ ମସିହାରେ ଏହି ଅଞ୍ଚଳର ପାଞ୍ଚ ଗୋଟି ପଞ୍ଚାୟତ ର ସରପଞ୍ଚ ଓ ସମିତି ଦଳମତ ନିର୍ବିଶେଷରେ ସେ ସମୟର ମନ୍ତ୍ରୀ ଶ୍ରୀଯୁକ୍ତ ଅନଙ୍ଗ ଉଦୟ ସିଂହଦେଓ ଙ୍କୁ ଲିଖିତ ଭାବରେ ଦସ୍ତଖତ ସଂଗ୍ରହ କରି ଦାବିପତ୍ର ପ୍ରଦାନ କରିବା ସହିତ ତାଙ୍କ ସହିତ ତତ୍କାଳୀନ ଶିକ୍ଷା ମନ୍ତ୍ରୀ ଙ୍କୁ ଭେଟି ଦାବି ଉପସ୍ଥାପନ କରିଥିଲେ ପରେପରେ ୨୦୧୫ - ୧୬ ରେ ତୁଶୁରା ବାହାଲ ର ଯୁବନେତା ଏବେକାର ସମିତି ସଭ୍ୟ  ଶଙ୍କର ମେହେରଙ୍କ ସହିତ ପୁଣି ଥରେ ସମିତି ଓ ସରପଞ୍ଚ ମାନେ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଙ୍କ ନେତୃତ୍ଵରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ପରେପରେ ରାଜ୍ୟ ସରକାରଙ୍କ ଯୋଜନା ମୁତାବକ ବଲାଙ୍ଗିର ବ୍ଳକ ର ଏକମାତ୍ର ଅନୁସୁଚିତ ଜନଜାତି  ହାଇସ୍କୁଲ ଚୁଡାପାଲି ର ନାମ ପଞ୍ଜିକରଣ ହୋଇଥିଲା | କାରଣ ଅନ୍ୟ କୌଣସି ହାଇସ୍କୁଲ ରାଜ୍ୟସରକାରଙ୍କ କ୍ରାଏଟେରିଆ ମୁତାବକ ଆସୁନଥିଲା । ତେଣୁ ଚୁଡାପାଲି ହାଇସ୍କୁଲ ହିଁ ସରକାର ଙ୍କ ଦ୍ଵାରା ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଥିଲା ବୋଲି ସର୍ବ ସାଧାରଣ ରେ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଓ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଓ ସାଂସଦ ଙ୍କ ପ୍ରଚେଷ୍ଟା ରେ ପୁରଣ ହୋଇଥିବା ମତ ପ୍ରକାଶ କରିଥିଲେ । ଯୁବନେତା ଅର୍କେଶ ନାରାୟଣ ସିଂହଦେଓ କହିଥିଲେ ବିଗତ ଦିନରେ କୁହନ୍ତୁ କି  ଆଗାମୀ ଦିନରେ ହେଉ ମୁଁ ସଦାସର୍ବଦା ଏହି ଅଞ୍ଚଳର ସେବା କରି ଆସିଛି କରିବାକୁ ଅଙ୍ଗୀକାରବଦ୍ଧ ବୋଲି ସୁଚନା ଦେଇ ପରିବର୍ତ୍ତନର ନାଁ ରେ ଲୋକଙ୍କୁ ଭୁଆଁବୁଲାଉଥିବା ନେତାଙ୍କୁ ବରଖାସ୍ତ କରି ୫ ବର୍ଷରେ କଣ ପରିବର୍ତ୍ତନ କରିଛନ୍ତି ବାହାସ୍ପୋଟିଆ ନେତା ତାର ଜବାବ ଦେଇ ପାରିବେ କି ବୋଲି ପ୍ରଶ୍ନ କରିଥିଲେ | ତେଣୁ ଏହି ସମୟରେ ବାହାସ୍ପୋଟିଆଙ୍କ କଥାକୁ ପ୍ରତ୍ୟାଖ୍ୟାନ କରି ନବୀନ ସରକାରଙ୍କ ଜନହିତକର ଯୋଜନା ଗୁଡିକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବାକୁ କର୍ମୀମାନଙ୍କୁ ଆହ୍ବାନ କରିଥିଲେ । ପୁର୍ବତନ ରାଜ୍ୟସଭା  ସାସଂଦ କହିଲେ ଆଗାମୀ ଦିନରେ ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ବିରୋଧୀଙ୍କ କାର୍ଯ୍ୟକଳାପକୁ ଭଲ ଭାବରେ ତର୍ଜମା କରି ଅର୍କେଶ ନାରାୟଣ ସିଂହଦେଓଙ୍କ ପରିଶ୍ରମରେ ସାମିଲ ହୋଇ ସହଯୋଗ କରି କିଭଳି ଜନସାଧାରଣଙ୍କ ସେବା କରିବେ ଅଞ୍ଚଳର ବିକାଶ କରିବେ ତାହା କର୍ମୀଙ୍କୁ ସୁଚନା ଦେଇଥିଲେ । ଏହି ପଦଯାତ୍ରାରେ ଜିଲ୍ଲା ଉପସଭାପତି ପ୍ରଦିପ ଗୁରୁ ରାଜ୍ୟ ଯୁବ ବିଜେଡ଼ି ର ଆବାହକ କୈଳାସ ମହାନ୍ତି ଜିଲ୍ଲା ପରିଷଦ ସଭ୍ଯ ଶୁଶିଲ ଚାନ୍ଦ ଗୁରୁଦେବ ରଣା ସଦର ବ୍ଳକ ଓ ଦେଓଗାଁ ବ୍ଲକ  ପର୍ଯ୍ୟବେକ୍ଷକ ସାସଂଦଙ୍କ ପ୍ରତିନିଧି ପ୍ରଦ୍ୟୁମ୍ନ ହୋତା ବଲାଙ୍ଗିର ପୌରାଧ୍ୟକ୍ଷା ସନ୍ତୋଷୀନି ବେହେରା, ଦମୟନ୍ତୀ ବାଗ, ମମତା ଜେନା, ନିଲିମା ପଟେଲ, ଶଙ୍କର ମେହେର, ମୁନା ଖାଁ, ସମ୍ଭୁ ନାଗ, ସତ୍ୟପିର ପାତ୍ର, ଟୁନା ସ୍ଵାଇଁ, ରାମ ନାଏକ, ବିନୁ ଶତପଥୀ, ସନ୍ତୋଷ ଦନ୍ତା, ଉପେନ ଦିପ, ବିଜୁ ନାହାକ, ସରୋଜ ସ୍ଵାଇଁ, ହଲଧର ମହାକୁର, ଆଶୀର୍ବାଦ ସାହୁ, ସିତୁ ଦଲେଇ,  ସୁଧୀର ପଟେଲ,  ସୁଧୀର ଖୁଆସ,  ବୈଶାଖୁ ସାହୁ,  ସୋମନାଥ ପୋଢ,  ତେଜରାଜ ସିଂ,  ମନୋଜ ତ୍ରିପାଠୀ, ବନମାଳୀ ବାଗ ତଥା ଅଞ୍ଚଳର ସମସ୍ତ ଟାଣୁଆ କର୍ମୀ ଓ ନେତା ଯୋଗଦେଇଥିଲେ |

0
0
0
s2sdefault