ହେଡଲାଇନସ୍:

ଛାୟା ତାଲିକାକୁ ନେଇ ଏବେ ଆରମ୍ଭ ହେଲାଣି ଗେଁ ପେଁ :ପରୁଷୋତ୍ତମ ଖୁସ, ଯନ୍ତ୍ରଣାରେ ବିଜୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 (ଗୁଣପୁରରୁ ସିଦ୍ଧାର୍ଥ ଦାଶ  ) : ଜିଲ୍ଲା ପରିଷଦ ସଭାପତି ଶ୍ରୀ ପୁରୁଷୋତ୍ତମ ଗମାଙ୍ଗ ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର କଂଗ୍ରେସର ପ୍ରସ୍ତାବିତ ପ୍ରାର୍ଥୀ ହୋଇଛନ୍ତି । ଯଦିଓ ପିସିସି ସ୍କ୍ରିନିଙ୍ଗ କମିଟି ପକ୍ଷରୁ ପ୍ରସ୍ତାବିତ ନାମ ଆଧିକାରିକ ଭାବେ ଘୋଷଣା ହୋଇନାହିଁ, ତେବେ ଛାୟା ତାଲିକାକୁ ନେଇ ଏବେ ଆରମ୍ଭ ହେଲାଣି ଗେଁ ପେଁ  | 

ଓଡିଶା ପ୍ରଦେଶ କଂଗ୍ରେସ ର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଙ୍କ ଦ୍ଵାରା ଘୋଷିତ ୪୪ ଜଣ ପ୍ରସ୍ତାବିତ ପ୍ରାର୍ଥୀ ଙ୍କ ମଧ୍ୟରୁ ପୁରୁଷୋତ୍ତମ ଙ୍କ ନାମ କୁ ଏ ଆଇ ସି ସି କୁ ପଠାଯାଇଛି । ସେଠାକୁ ପ୍ରେରିତ ୪୪ ଜଣ ପ୍ରସ୍ତାବିତ ପ୍ରାର୍ଥୀ ଙ୍କ ତାଲିକା ରୁ ଅନୁମୋଦନ ହେଲେ ପୁରୁଷୋତ୍ତମ ବିଧାୟକ ପ୍ରାର୍ଥୀ ହେବେ । ଯାହା ପୁରୁଷୋତ୍ତମଙ୍କ ଶୁଭେଚ୍ଛୁଙ୍କ ମନ ରେ ଖୁସି ଦେଇଥିବା ବେଳେ ଅନ୍ୟତମ ଆଶାୟୀଙ୍କ ମଧ୍ୟରେ ନୈରାଶ୍ୟ ଭାବ ସୃଷ୍ଟି କରିଛି | ବିରୋଧୀଙ୍କ ଗୋଷ୍ଠୀ ଭିତରେ ବିଭାଜନ ସ୍ଥଳେ ପୁରୁଷୋତ୍ତମ କିପରି ନିର୍ବାଚନୀ ବୈତରଣୀ ପାର ହେବ ତାହା ଦେଖିବାକୁ ରହିଲା । ଜିଲ୍ଲା ସଭାପତି ଓ ତାଙ୍କ ବିରୋଧୀ ଗୋଷ୍ଠୀଙ୍କୁ ନେଇ ବିଭିନ୍ନ ସମୟରେ ଛକା ପଞ୍ଝା ଚାଲିରହିଛି ।

ଏହି କ୍ରମରେ ବିରୋଧୀ କହିବାକୁ ଗଲେ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଶ୍ରୀ ବିଜୟ ଗମାଙ୍ଗ ଗତ ୧୬ ତାରିଖ ରେ ପେଂଗୁଡା ଠାରେ ଜିଲ୍ଲା ସଭାପତି ଶ୍ରୀ ରଘୁନାଥ ପାତ୍ରଙ୍କୁ ସମ୍ବର୍ଦ୍ଧନା ଆଳରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ସେହି ବୈଠକ ରେ ଉପସ୍ଥିତ ନଥିଲେ ପୁରୁଷୋତ୍ତମ ଗମାଙ୍ଗ , କିନ୍ତୁ ରଘୁନାଥଙ୍କ ଗଡ ବୋଲାଉଥିବା ଗୁଡ଼ାରି ଠାରେ ପୁରୁଷୋତ୍ତମ ବୈଠକ କରିଥିଲେ । ଶ୍ରୀ ବିଜୟ ଗମାଙ୍ଗ ବିଧାୟକ ଦୌଡରେ ଥିବାବେଳେ ପୁରୁଷୋତ୍ତମଙ୍କ ନାମକୁ ପ୍ରସ୍ତାବିତ କରିବା ବିଷୟ ଶ୍ରୀ ବିଜୟ ଗମାଙ୍ଗଙ୍କୁ ଝଟକା ଦେଇଛି ।  ଵିଜୟ ବର୍ତ୍ତମାନ ସୁଦ୍ଧା କଂଗ୍ରେସ ରେ ରହି ନିଜ ଭବିଷ୍ୟତ ଖୋଜୁଥିବା ବେଳେ ଏବେ ସାମ୍ପ୍ରତିକ ସ୍ଥିତି ପ୍ରତିକୂଳ ହେବାକୁ ବସିଛି ।

ଏପରି ପରିସ୍ଥିତିରେ ଶ୍ରୀ ବିଜୟ ଗମାଙ୍ଗ ନିଜ ବଡ ଭାଇ ଶ୍ରୀ ଗିରିଧର ଗମାଙ୍ଗ ଙ୍କ ଭଳି କଂଗ୍ରେସ ରୁ ବିଜେପି କୁ ଗଲାଭଳି ବିଜୟ ମଧ୍ୟ ଦଳ ବଦଳ କରିବେ ନା ଦଳ ରେ ରହି କଂଗ୍ରେସ କୁ ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ସୁଦୃଢ କରିବେ ତାହା ଦେଖିବାକୁ ରହିଲା ।

0
0
0
s2sdefault