ହେଡଲାଇନସ୍:

କଂଗ୍ରେସ ସ୍କ୍ରିନିଙ୍ଗ କମିଟି ବସିଲା, ଦୁରେଇ ରହିଲେ ଅସନ୍ତୁଷ୍ଟ ନବ -୪୪ ପ୍ରାର୍ଥୀ ଫାଇନାଲ, ହେଲେ ଜଣା ନାହିଁ ଘୋଷଣା କେବେ ହେବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୃଷ୍ଣ ସାଗରିଆଙ୍କ ଖୋଲା ବିଦ୍ରୋହ, ସାଧାରଣ ସମ୍ପାଦକ ପଦରୁ ଦେଲେ ଇସ୍ତଫା

ଭୁବନେଶ୍ୱର  :  ଏଥର କଂଗ୍ରେସ ପାର୍ଥି ତାଲିକା ବହୁ ଆଗରୁ ଘୋଷଣା କରାଯିବ | ୫୦ ଆସନରେ ଅତି କମରେ ପ୍ରାର୍ଥୀଙ୍କ ନାମ ଅଗଷ୍ଟ ସୁଦ୍ଧା କରାଯିବ....ତାପରେ  ସେପ୍ଟେମ୍ବର ସୁଦ୍ଧା କରାଯିବ ବୋଲି ଦମ୍ଭୋକ୍ତି ବାଢ଼ିଥିଲେ ଏଆଇସିସି ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂ ଆଉ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ | ହେଲେ ସବୁ ଫୁସ | ହେଲାନି....ହେଲା କଣ ଗୋଟାଏ ସ୍କ୍ରିନିଙ୍ଗ କମିଟି ବୈଠକ | ସେଥିରେ ଆଜି କୁଆଡେ ୪୪ଜଣଙ୍କ ନାମ ବଛା ହେଇଛି | ସେଥିରେ ପୁଣି ଫଟାଫଟି |  ନବ ଦାସ  ଆଇଲେନି | ସେପଟେ କୃଷ୍ଣ ସାଗରିଆ ବିଷ ଓଗାଳିଲେ |

ରାହୁଲ ଗାନ୍ଧୀ ସାଗରିଆଙ୍କୁ ସାଧାରଣ ସମ୍ପାଦକ ଭାବେ ଦେଇଥିବା ନିଯୁକ୍ତିକୁ ସେ ଅଗ୍ରାହ୍ୟ କରିଛନ୍ତି | କଂଗ୍ରେସରେ ରହିବି ଓ ନିର୍ବାଚନ ଲଢ଼ିବି ବୋଲି କହିଥିବା କୃଷ୍ଣ ପରୋକ୍ଷରେ କହିବା ହାଇ କମାଣ୍ଡଙ୍କ ନିଷ୍ପତ୍ତିକୁ ଅଗ୍ରାହ୍ୟ କରି ଦଳ ବିରୋଧରେ ଖୋଲା ବିଦ୍ରୋହ କରିଛନ୍ତି |ଯଦିଓ ଦଳରେ ରହିବେ ବୋଲି କହିଛନ୍ତି, ତଥାପି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଦ୍ୱାରା ହୋଇଥିବା ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇ ସେ ଖୋଲାଖୋଲି ଦଳ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି | 

ଲାଗୁଥିଲା ଆଜି ସ୍କ୍ରିନି କମିଟି ବୈଠକ ପରେ ଏଇ ନିକଟରେ ନାମ ଘୋଷଣା କରାଯିବ | ହେଲେ ତାହା ବୋଧେ ଏଇ ନିକଟରେ ନୁହେଁ | କେବଆଡ଼କୁ ନାମ ଘୋଷଣା ହେବ(ଅତି କମରେ ଏଇ ୪୪ଜଣଙ୍କର)  ବୋଲି ପଚାର ଯିବାରୁ ହାତଯୋଡି ଦେଲେ ନିରଞ୍ଜନ | କହିଲେ ଆଉ ସମୟ କହିବେନି, ଆଗରୁ ସମୟ କହି ଫତୁଆ ହୋଇଥିବା ଯୋଗୁ ସେ ପରୋକ୍ଷରେ ଭୁଲ ମାଗିଥିଲେ | ଜଲଦି ହେବ, ହେଲେ କେବେ ହେବ କହିବାକୁ ଅସହାୟତା ପ୍ରକାଶ କରିଛନ୍ତି ନିରଞ୍ଜନ | ହେଲେ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ପଚାରିବାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅନୁମୋଦନ କରିବା ପରେ ନାମ ଘୋଷଣା କରାଯିବ | ଅତି ବେଶୀରେ ମାସେ ଦୁଇମାସ ଭିତରେ ନାମ ଘୋଷଣା ହୋଇଯିବ ବୋଲି କହିଛନ୍ତି ପ୍ରଭାରୀ ମହୋଦୟ କହିଛନ୍ତି |

  ପ୍ରଭାରୀ ଶ୍ରୀ ସିଂ ଜାଣିଛନ୍ତି ଯେ ପ୍ରାର୍ଥୀଙ୍କ ନାମ ଘୋଷଣା ହେବାପରେ ଦଳ ଭିତରେ ଯେଉଁ ଅସନ୍ତୋଷ ସୃଷ୍ଟି ହେବ ତାକୁ ରୋକିବା କାଠିକର ପାଠ | ତେଣୁ ନାମ ଘୋଷଣା ପୂର୍ବରୁ ସମ୍ପୃକ୍ତ ନିର୍ବାଚନମଣ୍ଡଳୀରେ ଥିବା ଅନ୍ୟ ଆଶାୟୀ ପ୍ରାର୍ଥୀଙ୍କୁ ବୁଝାଇସୁଝାଇ ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ହୁଏତ କିଛି ଅସନ୍ତୋଷ ମୋଚନ କରାଇ ହେବ | ତେଣୁ ଦେଖାଯାଉ ସ୍କ୍ରିନିଙ୍ଗ କମିଟି ବୈଠକ ବସି ୪୪ ପ୍ରାର୍ଥୀ ଚୂଡାନ୍ତ ହୋଇଗଲା ସିନା ଫାଇନାଲ କେବେ ଘୋଷଣା ହେଉଛି |

0
0
0
s2sdefault