ହେଡଲାଇନସ୍:

ରାଜ୍ୟ ବଡ ପରିବର୍ତ୍ତନ ଆଡେ ମୁହାଁଇଛି, ଓଡିଶାରେ ବିଜେପି ସରକାର କରିବ-ଧର୍ମେନ୍ଦ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ମୁଁ ସାଧାରଣ ଗୁଣ୍ଡୁଚି ମୂଷା, ମୁଖ୍ୟମନ୍ତ୍ରୀ ବାଳିରାଜା" 

  • ଓଡିଶାର ନୂଆ ପିଢ଼ି, ମହିଳାମାନେ ରାଜ୍ୟରେ ନରେନ୍ଦ୍ର ମୋଦି ସରକାର  ବନାଇବେ  
  •  ଶାସକ ଦଳର ପ୍ରଭାବଶାଳୀ ଲୋକ ଗୁଣ୍ଡାରାଜ କରୁଛନ୍ତି , ମହିଳାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଉଛନ୍ତି
  • ପ୍ରଜାତନ୍ତ୍ରରେ ଏଭଳି ବ୍ୟବହାର ଗ୍ରହଣୀୟ ନୁହେଁ , ନୈତିକତା ଥିଲେ ସେଭଳି ବ୍ୟକ୍ତିଙ୍କୁ ସରକାରରୁ ତୁରନ୍ତ ବହିଷ୍କାର କରିବାର ଅଛି
  • ଯେଉଁମାନଙ୍କୁ ବିଗତ ଦିନରେ ମନ୍ତ୍ରୀମଣ୍ଡଳରୁ କାଢିଛନ୍ତି ଏବେ ସେମାନେ ତାଙ୍କ ଦଳର ମୁଖ୍ୟ କାର୍ପଟଦାର
  •  ଏହା ନବୀନବାବୁଙ୍କ ସୁବିଧାବାଦୀ ରାଜନୀତିର ଅନ୍ୟନାମ
  • ବିଜେଡି ଦଳ ଏକ ନୈତିକ ଦେବାଳିଆ ଦଳ
  •  ତେଲ ଦର ସମ୍ପର୍କରେ ରାଜ୍ୟର ଦାୟିତ୍ୱ  ଅଛି କି ନାହିଁ , ରାଜ୍ୟ ସରକାର ଲାଭ ନେଉଛନ୍ତି କି ନାହିଁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ
  •  ୨୦୧୪ ମସିହା ସୁଦ୍ଧା ରାଜ୍ୟ ରାଜକୋଷକୁ ପେଟ୍ରୋଲଜାତ ଉତ୍ପାଦନ  ସାମଗ୍ରୀ ଉପରୁ ୩୦୦୦ କୋଟିରୁ କମ ଟିକସ ଆସୁଥିବା ବେଳେ ଏବେ ୭୦୦୦ କୋଟିରୁ ଅଧିକ ରାଜସ ଓଡିଶାର ରାଜକୋଷକୁ ଆସୁଛି , ମୁଖ୍ୟମନ୍ତ୍ରୀ ମହୋଦୟ ବିନା ପଢିକି ଏହାର ଉତର ଦିଅନ୍ତୁ

ଭୁବନେଶ୍ୱର : -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦକ୍ଷତା ଓ ବିଶ୍ସନୀୟତା ଉପରେ ଓଡିଶାବାସୀଙ୍କ ପୁରା ଭରସା  ରହିଛି |  ଓଡିଶା ବଡ ପରିବର୍ତ୍ତନ  ଆଡେ ମୁହାଁଇଛି  ଓଡିଶାରେ ବିଜେପି ସରକାର କରିବ, ଲୋକସଭା କ୍ଷେତ୍ରରେ ଅଧିକ ଆସନ ହାତେଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଇଣ୍ଡିଆ ଟୁଡେ ସର୍ଭେକୁ ନେଇ ପ୍ରକାଶିତ ରିପୋର୍ଟ ଉପରେ ସାମ୍ବାଦିକମାନଙ୍କ ପ୍ରଶ୍ନରର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି ଗୋଟିଏ ଅର୍ଦ୍ଧସତ୍ୟ ରିପୋର୍ଟକୁ ନେଇ ପ୍ରଶ୍ନ ପଚରାଯାଉଛି |  ସେହି ରିପୋର୍ଟ ଲୋକସଭାରେ ବିଜେପି ଅଧିକ ବିଜୟ ହାସଲ କରିବ ବୋଲି କହୁଛି |ବିଧାନସଭାରେ ବିଜେଡି କଥା କହୁଛନ୍ତି |  ତେବେ ଓଡିଶାବାସୀ ମନ ବଦଳାଇଛନ୍ତି ଗୋଟିଏ ଦଳକୁ ଜିତାଇବେ | ସେ ହେଉଛି ଭାରତୀୟ ଜନତାପାର୍ଟି |  ଆମେ ପ୍ରମୁଖ ବିରୋଧୀ ଦଳ ଭାବେ କାମ କରୁଛୁ |  ଓଡିଶାର ନୂଆ ପୀଢି, ମହିଳା ମାନେ ନରେନ୍ଦ୍ର ମୋଦି ସରକାର ରାଜ୍ୟରେ ବନାଇବେ ଏଥିପାଇଁ ନିଷ୍ପତି ନେଇସାରିଛନ୍ତି  | ରିପୋର୍ଟକୁ ନେଇ ମୁଁ ମୁଖ୍ୟମନ୍ତ୍ରୀ ସହ ତୁଳନୀୟ ନୁହେଁ , ମୁଁ ସାଧାରଣ ଗୁଣ୍ଡୁଚି  ମୂଷା ସେ ବାଳିରାଜା ବୋଲି କହିଛନ୍ତି ଶ୍ରୀ ପ୍ରଧାନ | ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ପ୍ରଦୀପ ମହାରଥୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ସେ କହିଲେ ଯେ, ନବୀନ ବାବୁ ହିସାବ ଦିଅନ୍ତୁ ସେ ଦୁର୍ନୀତି ବିରୋଧରେ କେବେ ଲଢିଥିଲେ ନା କେବେ କଠିନ ଆଭିମୁଖ୍ୟ ନେଇଥିଲେ ନା କେବେ ନିଜର ମତ ଉପରେ ସ୍ଥିର ରହିଛନ୍ତି |  ଯେଉଁମାନଙ୍କୁ ବିଗତ ଦିନରେ ମନ୍ତ୍ରୀମଣ୍ଡଳରୁ କାଢିଛନ୍ତି ବର୍ଷେ-ଦୁଇବର୍ଷ ମଧ୍ୟରେ ସେମାନଙ୍କୁ ସରକାରଙ୍କୁ ଆଣିଛନ୍ତି | ସେମାନେ ଏବେ ତାଙ୍କ ଦଳର ମୁଖ୍ୟ କାର୍ପଟଦାର ବନାଇଛନ୍ତି |  ଏହା ସୁବିଧାବାଦୀ ରାଜନୀତିର ଅନ୍ୟନାମ | ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଶାସକ ଦଳର ପ୍ରଭାବଶାଳୀ ଲୋକ ଗୁଣ୍ଡାରାଜ କରୁଛନ୍ତି | ମହିଳାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଉଛନ୍ତି | ଏହା ପ୍ରଜତନ୍ତ୍ରରେ ଗ୍ରହଣୀୟ ନୁହେଁ | ଯଦି ନୈତିକତା ଅଛି ତାହାହେଲେ ସେଭଳି ବ୍ୟକ୍ତିଙ୍କୁ ସରକାରରୁ ତୁରନ୍ତ ବହିଷ୍କାର କରିବାର ଅଛି | ପେଟ୍ରୋଲ ଓ ଡିଜେଲ ଦର ନେଇ ବିଜେଡିର  ହେବାକୁ ଥିବା ଆନ୍ଦୋଳନ ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତର ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ, ବିଜେଡି ଦଳ ଏକ ନୈତିକ ଦେବାଳିଆ ଦଳ |   ଯଦି ନୈତିକତା ଅଛି ତାହାହେଲେ ତାଙ୍କ କଥା ନହେଲା ନାହିଁ, ବିଜେପି କଥା ନହେଲା ନାହିଁ ବରିଷ୍ଠ  ନାଗରିକ ଅର୍ଧେନ୍ଦୁ  ଷଡଙ୍ଗୀ ଲେଖୀଥିବା ସ୍ତମ୍ଭ ଉପରେ ଉତ୍ତର ଦେବାକୁ ସରକାରଙ୍କୁ ଆହ୍ବାନ କରିଛନ୍ତି ଶ୍ରୀ ପ୍ରଧାନ | ଶ୍ରୀ ପ୍ରଧାନ କହିଛନ୍ତି ଯେ, ତେଲ ଦର ସମ୍ପର୍କରେ ରାଜ୍ୟର ଦାଇତ୍ୱ ଅଛି କି ନାହିଁ  ରାଜ୍ୟ ସରକାର ଲାଭ ନେଉଛନ୍ତି କି ନାହିଁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ | ୨୦୧୪ ମସିହା ସୁଦ୍ଧା ରାଜ୍ୟ ରାଜକୋଷକୁ ପେଟ୍ରୋଲଜାତ ଉପ୩ାଦନ ସାମଗ୍ରୀ ଉପରୁ ୩୦୦୦ କୋଟିରୁ କମ ଟିକସ ଆସୁଥିବା ବେଳେ ଏବେ ୭୦୦୦ କୋଟିରୁ ଅଧିକ ରାଜସ୍ଵ  ଓଡିଶାର ରାଜକୋଷକୁ ଆସୁଛି  ମୁଖ୍ୟମନ୍ତ୍ରୀ ମହୋଦୟ ବିନା ପଢିକି ଏହାର ଉତର ଦେବେ କି ବୋଲି ସେ ପ୍ରଶ୍ନ କରିଛନ୍ତି | ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ତୈଳଦର ବୃଦ୍ଧି ଗରିବ ଲୋକଙ୍କୁ କଷ୍ଟ ଦେଉଛି  ଦାୟିତ୍ବରୁ  ମୁଣ୍ଡ ଖସାଇ କୁମ୍ଭୀର କାନ୍ଦଣା କାନ୍ଦିବାର ଲୋକ ସେ ନୁହଁନ୍ତି |  ତୈଳଦର ହ୍ରାସ ପାଇଁ ଭାରତ ସରକାର ଯଥାସାଧ୍ୟ ଚେଷ୍ଟା  କରୁଛନ୍ତି |  ଆମେ ଏକସାଇଜ ଡ୍ୟୁଟି କମାଇବା ସମୟରେ ରାଜ୍ୟ ଅର୍ଥମନ୍ତ୍ରୀ ବିତଣ୍ଡା ଯୁକ୍ତି କରି ଆମେ କ୍ଷତି ସହିଲୁ ବୋଲି କହିଥିଲେ |  ସେଭଳି ଦାଇତ୍ୱହୀନ ଲୋକଙ୍କ କଥାରେ ମନ୍ତବ୍ୟ ଦେବା ଠିକ ନୁହେଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି

0
0
0
s2sdefault