ହେଡଲାଇନସ୍:

ଦାମଙ୍କ ବିନା ଦମ ଦେଖାଇଲେ ପ୍ରତାପ, ଦାମଙ୍କ ଗଡ କୁଜଙ୍ଗରେ ମହିଳାଙ୍କ ଗର୍ଜ୍ଜନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରାଦୀପ/କୁଜଙ୍ଗ(ଉପେନ୍ଦ୍ର ଗୁରୁ)- ବିଜେଡିରୁ ବିଦା ହୋଇଥିବା ପୂର୍ବତନ ମନ୍ତ୍ରୀ  ଦାମୋଦର ରାଉତଙ୍କ ଗଡ ବୋଲି କୁହାଯାଉଥିବା  କୁଜଙ୍ଗ ବ୍ଳକ ପଡିଆଠାରେ ବିଜେଡି ମହିଳା ସମାବେଶ କରି ଦମ ଦେଖାଇଛି ଦାମଙ୍କ ମାଇନସ କରି । ପାରଦୀପ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡା ଦାମୋଦର ରାଉତ ଦଳରୁ ବହିଷ୍କୃତ ହେବା ପରେ ବିଜେଡି ଦଳର ଏହା କୁଜଙ୍ଗ ଠାରେ ପ୍ରଥମ ମହିଳା ସମାବେଶ | ଏଥିରେ ମହିଳା ବିଜେଡି ରାଜ୍ୟସଭାନେତ୍ରୀ ପ୍ରମିଳା ମଲ୍ଲିକ, ମନ୍ତ୍ରୀ ପ୍ରତାପ ଜେନା, ତିତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ, ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଦେବୀ ମିଶ୍ର, ସାଂସଦ କୁଳମଣୀ ସାମଲ, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଯୋଗଦେଇଥିଲେ । ଏହି ସମାବେଶରେ ପ୍ରାୟ ୧୦ହଜାରରୁ ଉର୍ଦ୍ଧ ମହିଳା ଯୋଗଦେଇଥିବାର ଦେଖିବାକୁ ମିଳିଥିଲା । ତେବେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଦଳ ପକ୍ଷରୁ ଏଭଳି ବିଶାଳ ମହିଳା ସମାବେଶ କରାଯାଇଛି । ଏବଂ ପୂର୍ବରୁ ଯାହା ଶୁଣାଯାଉଥିଲା ଦାମ ବାବୁଙ୍କୁ ବାଦ ଦେଇ ଦଳ ସମାବେଶ କରିବାରେ ବିଫଳ ହେବ । ତାହା ଆଜିର ସମାବେଶକୁ ଦେଖିଲା ପରେ ଭୁଲ ପ୍ରମାଣିତ ହୋଇଛି । ତେବେ ଏହି ସମାବେଶରେ ଯୋଗଦେଇଥିବା ନେତୃତ୍ୱ ମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ଓ ସେ ଗୁଡିକର ଉପକାରିତା ସମ୍ପର୍କରେ ମହିଳା ମାନଙ୍କୁ ଅବଗତ କରାଇଥିଲେ । ଏବଂ କୌଣସି ବ୍ୟକ୍ତି ବିଶେଷ ନୁହେଁ ବରଂ ବିଜେଡି ଦଳ ନବୀନ ପଟ୍ଟନାୟକ ଓ ବିଜୁ ବାବୁଙ୍କୁ ଲୋକମାନେ ଭଲ ପାଆନ୍ତି ବୋଲି ଆଜିର ସମାବେଶର ଜନସମାଗମରୁ ତାହା ପ୍ରମାଣିତ ହୋଇଛି ବୋଲି ବକ୍ତାମାନେ କହିଥିଲେ । ଆଜିର ଏଇ ସମାବେଶ ଆୟୋଜନ କରି ଜିଲ୍ଲା ଦାୟିତ୍ୱରେ ଥିବା ଯୁବ ମନ୍ତ୍ରୀ ପ୍ରତାପ ଜେନା ତାଙ୍କ ସାଙ୍ଗଠନିକ ପତିଆରା ଦେଖାଇବାରେ ସଫଳ ହୋଇଛନ୍ତି, ଦାମଙ୍କ ବ୍ୟତୀତ ଜିଲ୍ଲାର ସବୁ ନେତାଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି | 

0
0
0
s2sdefault