ହେଡଲାଇନସ୍:

କଂଗ୍ରେସ ଛାଡିବେ କୃଷ୍ଣଚନ୍ଦ୍ର,ଖୁବ ଶୀଘ୍ର କରିବେ ଘୋଷଣା !!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୋରାପୁଟ/ ଭୁବନେଶ୍ୱର : କଂଗ୍ରେସ ଦଳିତ ସେଲର ବିଦାୟୀ ଅଧ୍ୟକ୍ଷ ତଥା ବର୍ତ୍ତମାନ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଥିବା ଟାଣୁଆ କଂଗ୍ରେସ ଦଳିତ ନେତା ତଥା କୁନ୍ଦୁଲି ଗଣବଳାକ୍ରାର ଘଟଣାକୁ ତୀବ୍ର ଆନ୍ଦୋଳନର ରୂପ ନେଇ ଜାତୀୟ ସ୍ତର ପର୍ଯ୍ୟନ୍ତ ନେଇଥିବା ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ରାଜ୍ୟ ନେତୃତ୍ୱର କାର୍ଯ୍ୟଧାରାରେ କ୍ଷୁବ୍ଧ ହୋଇ ଶେଷରେ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଯଦିଓ ବିଧିବଦ୍ଧ ଭାବେ ଏ ବିଷୟରେ କିଛି ସ୍ପଷ୍ଟ କରିନାହାନ୍ତି, ତଥାପି ତାଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ଅନୁଯାୟୀ ସେ ଦିନେ ଦୁଇଦିନ ଭିତରେ ଏ ବିଷୟରେ ସାମ୍ବାଦିକ ସମ୍ମିଳନୀ କରି ଦଳ ଛାଡିବା ବିଷୟ ଘୋଷଣା କରିବେ । କେବଳ ସେ ନୁହନ୍ତି, ତାଙ୍କ ସହ କଂଗ୍ରେସର ପୂର୍ବତନ ଦଳିତ ନେତା ତଥା ପୂର୍ବତନ ସାଧାରଣ ସମ୍ପାଦକ ମଧ୍ୟ ଦଳ ଛାଡିବେ ବୋଲି ଜଣାପଡିଛି । ଯଦି ଏହା ସତ୍ୟ ହୁଏ କଂଗ୍ରେସର ଦଳିତ ଚେହେରାକୁ ଏହା କିଛି ପରିମାଣରେ ପ୍ରଭାବିତ କରିପାରେ ବୋଲି ରାଜନୈତିକ ପର୍ଯବେକ୍ଷକ ମହଲରେ ଚର୍ଚ୍ଚା ହେଉଛି  ।

  ମିଳିଥିବା ସୂଚନା ଅନୁଯାୟୀ, କୃଷ୍ଣଚନ୍ଦ୍ରଙ୍କ ଏଭଳି ନିଷ୍କତ୍ତି ପଛରେ କୋରାପୁଟ ଜିଲ୍ଲା ରାଜନୀତି, ତାରା ବାହିନୀପତି ଓ ନିରଞ୍ଜନ ମତିଗତି ଦାୟୀ ବୋଲି ଚର୍ଚ୍ଚା ହେଉଛି  । କୋରାପୁଟ ରାଜୀନୀତିରେ ତାରା ବାହିନୀପତି ଓ କୃଷ୍ଣ ଶଗରିଆଙ୍କ ମଧ୍ୟରେ ସମ୍ପର୍କ ବାସ୍ତବିକ ଦାଣ୍ଡରେ ଗଡି ହାଟରେ ପଡୁଛି । କୋରାପୁଟ କଂଗ୍ରେସ ରାଜନୀତିକୁ ନିଜ ପରିବାରର କବ୍ଜାରେ ରଖିବା ଆସିଥିବା ତାରା ବାହିନୀପତିଙ୍କ ଏକଚାଟିଆ ନୀତିକୁ କୃଷ୍ଣ ବିରୋଧ କରି ଆସିଛନ୍ତି  । କଂଗ୍ରେସ ଉଚ୍ଚ ନେତୃତ୍ୱ କୃଷ୍ଣଙ୍କ ଭଳି ଟାଣୁ୍ରଆ ନେତାଙ୍କୁ ଅସନ୍ତୁଷ୍ଟ ନକରିବା ପାଇଁ ଓ ସନ୍ତୁଲନ ରକ୍ଷା କରିବା ପାଇର୍ ତାଙ୍କୁ କଂଗ୍ରେସ ଏସସି ସେଲ ଅଧ୍ୟକ୍ଷ କରିଥିଲେ  । ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରି ଦଳିତ ସେଲକୁ ସକ୍ରିୟ କରିବା ସହ ବିଭିନ୍ନ ଦଳିତ ବିରୋଧୀ ପ୍ରସଙ୍ଗକୁ ନେଇ ଆନେ୍ଦାଳନ ଓ ଅନଶନ ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇଥିଲେ । ପିସିସି ସଭାପତିି ପରିବର୍ତ୍ତନ ହେବା ପରେ କୃଷ୍ଣ ଜିଲ୍ଲା ସଭାପତି ହେବା ପାଇଁ ଆାଶୟୀ ଥିଲେ । ହେଲେ ସଂଗଠନର ଧାର ଧରିନଥିବା, ଅନ୍ୟ ଦଳରୁ ଆମଦାନୀ ହୋଇ ଆସିଥିବା ବା କର୍ମୀ ଆଦୌ ଜାଣିନଥିବା ଅଜଣା ନେତାଙ୍କୁ ବିଭିନ୍ନ ଜିଳ୍ଲା ସଂଗଠନରେ ସଭାପତି ଓ କାର୍ଯ୍ୟକାରୀ ସଭାପତି କରାଯାଇଥିବା ବେଳେ କୋରାପୁଟ ଜିଲ୍ଲା ସଂଗଠନ ଦାୟିତ୍ୱ କୃଷ୍ଣଙ୍କୁ ଦିଆନଯାଇ ପୁଣି ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ତାରା ବାହିନୀପତିଙ୍କ ପତ୍ନୀଙ୍କ ସଭାପତି କରାଗଲା ଜିଲ୍ଲାର  । ଦଳର ପୁରୁଖା ତଥା ମୂଳ  ନେତା ଓ କର୍ମୀଙ୍କ ଭାବନାକୁ କୁଠାରାଘାତରି ବିଭିନ୍ନ ଜିଲ୍ଲାରେ ଜିଳ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତି ନିଯୁକ୍ତି ଦିଆଗଲା  । ଯାହାକୁ ନେଇ ଦଳର ପୁରୁଖା କର୍ମୀ ଓ ନେତାଙ୍କ ଭିତିରେ ଅସନ୍ତୋଷ ଦେଖାଦେଇଥିଲା  । ବାହାରୁ ନେତା ଇମ୍ପୋର୍ଟ  କରି  ଦଳରେ ନଥିବା ଲୋକଙ୍କଚୁ ଆଣି ପୁରୁଣା ନେତା ଓ କର୍ମୀଙ୍କୁ ନଜର ଅନ୍ଦଜ କରି ସଭାପତି ଓ କାର୍ଯ୍ୟକାରୀ ସଭପତି ନିଯୁକ୍ତି କରାଗଲା  । ଖୋଦ ସଭାପତିଙ୍କ ଜିଲ୍ଲା କେନ୍ଦୁଝରରେ ମଧ୍ୟ ଅନୂରୂପ ଅସନ୍ତୋଷ ଦେଖାଦେଇଥିଲା ଜିଳ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତି ନିଯୁକ୍ତିକୁ ନେଇ  ।  ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ତଥା କଂଗ୍ରେସର ପୁରୁଖା ନେତା ତଥା ଜଣାଶୁଣା ସଂଗଠକ ମନୋରଞ୍ଜନ ଦାସ ସଭାପତି ପଦରୁ ହଟାଇ ଦିଆଯାଇଥିବା ତଥା ବିଭିନ୍ନ ଜିଲ୍ଲାରେ ଜିଲ୍ଲା ସଭାପତି ବଦଳାଯାଇଥିବା ବେଳେ କୋରାପୁଟରେ ପୁଣି ତାରାଙ୍କ ପତ୍ନୀଙ୍କୁ ସଭାନେତ୍ରୀ କରାଯାଇଥିଲା  ।

ଅବଶ୍ୟ ଏପରି କରି ପିସିସି ସଭାପତି ତାରାଙ୍କ ପ୍ରତି ତାଙ୍କର ଋଣ ପରିଶୋଧ କରିଥିଲେ ବୋଲି ଚର୍ଚ୍ଚା ହେଲା ।  କାରଣ ପ୍ରସାଦ ହରିଚନ୍ଦନ ପିସିସି ସଭାପତି ସଭାପତି ଥିବା ବେଳେ କଂଗ୍ରେସରେ ଅସ୍ଥିରତା ସୃଷ୍ଟି ପାଇଁ ବିଭିନ୍ନ ବିବାଦୀୟ ବୟାନ ବାଜୀ କରିବାରେ ତାରା ମୁଖ୍ୟ ଭୁମିକା ନେଉଥିଲେ  । ଆଉ ପ୍ରସାଦଙ୍କ ଦଳକୁ ଆଉ କାର୍ଯ୍ୟଧାରାକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭରବେ ସମାଲୋଚନା କରୁଥିବା ନିରଞ୍ଜନଙ୍କ ଖାସ ଲୋକ ପାଳଟି ଯାଇଥିଲେ ତାରା  । ଆଉ ପିସିସି ସଭାପତି ପ୍ରସାଦଙ୍କ ବିରୋଧରେ ମନ୍ତବ୍ୟ ଦେଇ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି କରିବା ପାଇଁ ଦାବି କରିଆସୁଥିଲେ  । ତେଣୁ ପ୍ରସାଦଙ୍କ ସଭାପତିତ୍ୱ କାଳରେ ଦଳକୁ ବଦନାମ ତଥା ସଭାପତିଙ୍କୁ ଟାର୍ଗେଟ କରିବାରେ ତାରା ଯେଉଁ ଆନୁଗତ୍ୟ ନିରଞ୍ଜନଙ୍କ ପ୍ରତି ଦେଖାଇଇଥିଲେ, ସେଠି ନିରଞ୍ଜନ ପିସିସି ସଭାପତି ହେବା ପରେ ତାରା ଗୁରୁତ୍ୱ ପାଇବେନି ତ କଣ କୃଷ୍ଣଚନ୍ଦ୍ର ପାଇବେ !! ଅସନ୍ତୁଷ୍ଟ ଥିବା କୃଷ୍ଣଚନ୍ଦ୍ର ଦଳର କିଛି ନେତା ତଥା କେନ୍ଦ୍ରୀୟ ନେତୃତ୍ୱଙ୍କ ବୁଝାସୁଝା ପରେ ନୀରବ ରହିଥିଲେ । ହେଲେ ନିରଞ୍ଜନ ହେବା ଦିନଠାରୁ ମହିଳା କଂଗ୍ରେସ ସଭାନେତ୍ରୀ ଇଂ ସସ୍ମିତା ବେହେରାଙ୍କ ସହିତ କୃଷ୍ଣ ଚନ୍ଦ୍ରଙ୍କୁ ମଧ୍ୟ ଏସସି ସେଲ ଅଧ୍ୟକ୍ଷ ପଦରୁ ହଟାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା  । ଆଉ ସଂଯୋଗ ବଶତଃ ପିସିସି ସଭାପତି ନିରଞ୍ଜନଙ୍କ ଭାଇ ବିଜେଡି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି କୋରାପୁଟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିବା ପରେ କାହିଁକି କେଜାଣି କୃଷ୍ଣଚନ୍ଦ୍ରଙ୍କ ପ୍ରତି ପିସିସି ପକ୍ଷରୁ ହାବଭାବ ବଦଳି ଯାଇଥିଲା  । ରୀନୋଭେସନ ଆଳରେ ତାଙ୍କ ଅଜାଣତରେ କୃଷ୍ଣଚନ୍ଦ୍ରଙ୍କ ପ୍ରକୋଷ୍ଠକୁ  ଭାଙ୍ଗିଦିଆଗଲା  । କୃଷ୍ଣଯାଇ ପିସିସିରେ ଏସସିସେଲର ବୈଠକ କରିବା ପାଇଁ ମଧ୍ୟ ତାଙ୍କୁ ଜାଗା ମିଳିନଥିଲା । କାରଣ ଯାହା ବି  ହୋଇଥାଊ, କୃଷ୍ଣଚନ୍ଦ୍ର ଶେଷରେ ତାଙ୍କ ବୈଠକ ସରକାରୀ ବାସଭବନର ଗ୍ୟାରେଜ ଭିତରେ କରିଥିଲେ । ଆଉ ସେହି ଦିନଠାରୁ ତାଙ୍କୁ ଦଳ ପକ୍ଷରୁ ଅଣଦେଖା କରାଯାଇଥିବା ସେ ପରୋକ୍ଷରେ କହିଛନ୍ତି  । ହେଲେ କୋରାପୁଟ ବିଜେଡି ସଂଗଠନ ଦାୟିତ୍ୱ ସୌମ୍ୟରଞ୍ଜନ ନେବା ପରେ କୁନ୍ଦୁଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇଇଥିବା କୃଷ୍ଣ ଚନ୍ଦ୍ରଙ୍କୁ ହଟାଇବାର ପ୍ରକ୍ରିୟା ଜୋରଦାର ହୋଇଥିଲା । ଏହା କାକତାଳୀୟ ହୋଇଥାଇପାରେ, ତାଙ୍କ ପତ୍ନୀଙ୍କୁ ସଭାପତି ରଖିବା ଓ ତାହାର କିଛି ଦିନ ପରେ  ଦଳିତ ସେଲ ଅଧ୍ୟକ୍ଷ ପଦରୁ କୃଷ୍ଣଚନ୍ଦ୍ରଙ୍କୁ ହଟାଯିବା ପଛରେ କେଉଁଠି ନା କେଊଁଠି କିଛି ସଂଯୋଗ ଥାଇପାରେ ବୋଲି ଚର୍ଚ୍ଚା ହେଉଛି । କୋରାପୁଟ ରାଜନୀତିରୁ ତାଙ୍କୁ ସାଇଡ୍ କରିବା ପାଇଁ ଏକ ଯୋଜନାବଦ୍ଧ ଉଦ୍ୟମ ହୋଇଥାଇପାରେ ବୋଲି ତାଙ୍କର ଜଣେ ସମର୍ଥକ ପ୍ରକାଶ କରିଛନ୍ତି  । ଆଉ ଶେଷରେ ତାଙ୍କ ଆଶଙ୍କା ସତ୍ୟ ହେବା ଆଉ ତାଙ୍କୁ ତାଙ୍କୁ ଦଳୀତ ସେଲ ଅଧ୍ୟକ୍ଷ ପଦରୁ ହଟାଇ ଦଳର ମୂଳ କର୍ମୀ ଓ ନେତାଙ୍କୁ ବାଇପାସ କରି ଗତ ସାଧାରଣ ନିର୍ବାଚନପୂର୍ବରୁ ଦଳକୁ ଆସିଥିବା ବିଭୁ ପ୍ରସାଦ ତରାଇଙ୍କୁ ଏସସିସେଲ ଅଧ୍ୟକ୍ଷ କରିବା ପରେ କୃଷ୍ଣଚନ୍ଦ୍ର କ୍ଷୁବଧ ହୋଇଥିବା ଶୁଣିବାକୁ ମିଳୁଛି । ଅପାତତଃ ସେ ପ୍ରାଥମିକ ଭାବେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ନିଷ୍ପତ୍ତିକୁ ଚାଲେଞ୍ଜ କରି ସାଧାରଣ ସମ୍ପାଦକ ପଦବୀରୁ ଇସ୍ତପା ଦେବା ନିଶ୍ଚିତ | ଏହାକରି ଦଳର ରାଜ୍ୟ ଓ କେନ୍ଦ୍ର ନେତୃତ୍ୱ ଉପରେ ଚାପ ସୃଷ୍ଟି କରିପାରନ୍ତି | ଯଦି ସେଥିରେ ସେ ସଫଳ ନହୁଅନ୍ତି ତେବେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ବାଚନ ପୂର୍ବରୁ ଘୋଷଣା କରିପାରନ୍ତି |  

0
0
0
s2sdefault