ହେଡଲାଇନସ୍:

ବିଜେଡିରେ ଯୋଗ ଦେବେ ନବ !!!!!!!!!

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

Jharsuguda/ Bhubaneswar  : କଂଗ୍ରେସ କାର୍ଯ୍ୟକାରି ସଭାପତି  ନବ ଦାସ ବିଜେଡିରେ ଯୋଗ ଦେବେ ବୋଲି ଏବେ ଜିଲ୍ଲାରେ ଜୋରଦାର ଚର୍ଚ୍ଚା |  ନିର୍ବାଚନର କିଛି ଦିନ ପୂର୍ବରୁ ବିରୋଧୀ ଦଳ ନେତା ଭୂପିନ୍ଦର ସିଂ ଗଲାପରି ସେ ମଧ୍ୟ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି | ସୂଚନାଯୋଗ୍ୟ ଯେ ପୂର୍ବରୁ ସେ ବିଜେଡିରେ ଯୋଗ ଦେବା ପାଇଁ ମନ ସ୍ଥିର କରିଥିଲେ। ହେଲେ ପରେ ନୂଆ ଦାୟିତ୍ୱ ମିଳିବା ଯୋଗୁଁ ମିଶ୍ରଣ ସ୍ଥଗିତ ରହିଥିଲା।  ଆସନ୍ତମାସରେ ନହେଲେ ଏଇ ନଭେମ୍ବର ଶେଷ ସୁଦ୍ଧା  ସେ ବିଧିବଦ୍ଧ ଭାବେ ବିଜେଡ଼ରେ ସାମିଲ ହେବା ନେଇ ଆଲୋଚନା ହେଉଛି। ଏଥିସହିତ ତାଙ୍କ ପୁଅ କୁ ଝାରସୁଗୁଡା ଟିକେଟ ଦେଇ ନିଜେ ବ୍ରଜରାଜନଗରରେ ବିଜେଡି ଟିକେଟରୁ ଲଢ଼ିବେ ବୋଲି ମନସ୍ଥ କରିଛନ୍ତି । ତେବେ ଝାରସୁଗୁଡା ଜିଲ୍ଲାର ଏହି ନୂଆ ରାଜନୈତିକ ସମିକରଣ ନବ ଓ ତାଙ୍କ ପରିବାରକୁ କେତେ ଫାଇଦା ଦେବା ତାହା ଦେଖିବାର କଥା। କେତେ ସତ କେତେ ମିଛ ତାହା ନବ ବାବୁଙ୍କୁ ଜଣା | ହେଲେ ଜିଲ୍ଲା ସ୍ତରରେ ଯାହା ଚର୍ଚା ହେଉଛି ତାହାକୁ ଆମେ କେବଳ ଅବତାରଣା କରୁଛୁ |  ବିଭିନ୍ନ ସମୟରେ ନବ ବାବୁ ଦଳ ଛାଡ଼ିବେ ବୋଲି ବି ଚର୍ଚା ହୋଇଆସୁଛି | କିଛି ଦିନ ତଳେ ଏକ ସେତୁ ଉଦ୍ଘାଟନ ପାଇଁ ମୁଖ୍ୟମନ୍ତ୍ରୀ ଝାରସୁଗୁଡା ଗସ୍ତରେ ଯାଇଥିବା ବେଳେ ନବ ବାବୁ ଯେଉଁ ମଟର ସାଇକଲ  ରାଲି କରି ଗଲେ ତାକୁ ନେଇ ଚର୍ଚା ଭିନ୍ନ ପ୍ରକାର ହେଲା | ସେଇ ରାଲିଟି କୁଆଡେ କଂଗ୍ରେସ ନେତା ନବ ଦାସଙ୍କ ରାଲି ଭଳି ଲାଗୁନଥିଲା | ତେଣୁ ନବ ବାବୁଙ୍କୁ ଗୋଟିଏ ରିଜିଅନର ଦାଇତ୍ୱ ଦେଇ କଂଗେସ ମୁଖିଆ ତାଙ୍କୁ ସାମୟିକ ବ୍ରେକ ଦେଇଥିବା ବେଳେ ତାହା ଆଗକୁ କି ରୂପ ନେଉଛି ତାହା ସମୟ କହିବ | 

ସେପଟେ ବିଜେଡି ନେତା କିଶୋର ମହାନ୍ତି ମଧ୍ଯ କଣ୍ଟା ସାଯିବେ। ହେଲେ ନବଙ୍କ ପାଇଁ ବିଜେଡି କିଶୋରଂକୁ ସାଇଡ କରିବାକୁ ବା ସାଙ୍ଗଠନିକ କାର୍ଯ୍ୟରେ ନିୟୋଜିତ କରିବ ବୋଲି ଶୁଣିବାକୁ ମିଳୁଛି | ହେଲେ କେତେ ସତ କେତେ ମିଛ ନ ଏହା କେବଳ ଚର୍ଚା ତାହା ଆଗକୁ ଜଣାପଡିବ |  କେବଳ ନବ ନୁହନ୍ତି କଂଗ୍ରେସର ଦୁଇଜଣ ବିଧାୟକ ମଧ୍ୟ ବିଜେଡିରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚା ହେଉଛି | ହେଲେ ଜିଲ୍ଲାସ୍ତରରେ ଥିବା ଏହି ଚର୍ଚା ବାସ୍ତବ ରୂପ ନେବା ନ କଂଗ୍ରେସ ନେତାମାନେ ନବଙ୍କ ଭଳି ମଜଭୁତିଆ ତଥା ଦଳ ପାଇଁ ଆସେଟ ଭାବେ ବିବେଚିତ ନବ ବାବୁଙ୍କୁ ହାତଛଡା କରିବେ ନ ଦଳ ଭିତରେ ବାନ୍ଧି ରଖିବାକୁ ଉଦ୍ୟମ କରିବେ ତାହା ଆଗକୁ ଜଣାପଡିବ | ହେଲେ ଏହା ସତ୍ୟ ଯେ ବିଜେଡି ସହିତ ନବ ବାବୁଙ୍କ ନିକଟତା ବା ନବୀନ ବାବୁଙ୍କ ସହ ତାଙ୍କ ସୁସମ୍ପର୍କ କାହାକୁ ଅଛପା ନାହିଁ |  ହେଲେ ଏ ରାଜନୀତି, ରାଜନୀତିରେ କିଛି ଅସମ୍ଭବ ନୁହେ | କେହି କେବେ ଭାବି ନଥିଲେ ଭୂପିନ୍ଦର ଓ ଅନୁପ ସାଏଙ୍କ ଭଳି ଜଣାଶୁଣା ନେତା ଭୋଟର କିଛିଦିନ ପୂର୍ବରୁ ଦଳ ଛାଡି ଚାଲିଯିବେ ବୋଲି !!!!!

0
0
0
s2sdefault