ହେଡଲାଇନସ୍:

କୃଷ୍ଣ ସାଗରିଆ ପିସିସି ସାଧାରଣ ସମ୍ପାଦକ ନିଯୁକ୍ତ, ବିଭୁ ତରାଇ ଏସସି  ସେଲ ଅଧ୍ୟକ୍ଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଜଣାଶୁଣା ଟାଣୁଆ କଂଗ୍ରେସ ଯୁବନେତା ତଥା ପୂର୍ବତନ ଏସସି  ସେଲ ଅଧ୍ୟକ୍ଷ ବିଧାୟକ କୃଷ୍ଣଚନ୍ଦ୍ର ସାଗରିଆଙ୍କୁ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି | ତାଙ୍କ ପଦବୀରେ ପୂର୍ବତନ ସଂସଦ ବିଭୁ ତରାଇଙ୍କୁ ରାଜ୍ୟ ଜନଜାତି କଂଗ୍ରେସ ସେଲ ଅଧ୍ୟକ୍ଷ ଭାବେ ନିଯୁକ୍ତି  ଦିଆଯାଇଛି |  କୋରାପୁଟ କଂଗ୍ରେସର ସଭାପତି ପ୍ରବଳ ତଥା ଯୋଗ୍ୟ ଦାବିଦାର ଥିବା କୃଷ୍ଣଚନ୍ଦ୍ରଙ୍କୁ ସଭାପତି ନକରି ବିରୋଧୀ ଦଳ ମୁଖ୍ୟ ସଚେତକ  ଭାଲୁ ବାହିନୀପତିଙ୍କ ପତ୍ନୀଙ୍କୁ ଜିଲ୍ଲା ସଭାପତି କରାଯିବା ପରେ କୃଷ୍ଣ ଚନ୍ଦ୍ର ଅସନ୍ତୁଷ୍ଟ ହେବ ସହ ଏହାକୁ ବିରୋଧ କରିଥିଲେ | ଶୁଣା ଯାଉଥିଲା ସେ  କୁଆଡେ ଦଳ ଛାଡ଼ିଦେଇ ପାରନ୍ତି | ହେଲେ ଏବେ ତାଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇ ତାଙ୍କୁ ସନ୍ତୁଷ୍ଟ କରାଯାଇଛି | 

0
0
0
s2sdefault