ହେଡଲାଇନସ୍:

ନବୀନ ପଟ୍ଟନାୟକ ଯେ ବିକଳ୍ପହୀନ ଏବଂ ତାଙ୍କର ସମକକ୍ଷ ନେତୃତ୍ୱ ଓଡ଼ିଶାରେ ନାହିଁ, ତାହା ବାରମ୍ବାର ସେ ପ୍ରମାଣିତ କରିଚାଲିଛନ୍ତି : ବିଜୟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସମଗ୍ର ଭାରତବର୍ଷରେ ଏକ ଆଦର୍ଶ ରାଜ୍ୟରେ ପରିଗଣିତ ହେବ
  • ବିକାଶର ସମସ୍ତ ମାନଦଣ୍ଡରେ ଓଡ଼ିଶା ଆଜି କୃତିତ୍ୱ ହାସଲ କରିବା ସହିତ ଅନେକ କ୍ଷେତ୍ରରେ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଛି
  • ଓଡ଼ିଶାର ସ୍ୱାର୍ଥ, ସ୍ୱାଭିମାନ ଓ ସମୃଦ୍ଧି ପାଇଁ ବର୍ତ୍ତମାନ ସମୟରେ ନବୀନ ପଟ୍ଟନାୟକ ଯେ ଯୋଗ୍ୟ ନେତୃତ୍ୱ, ତାହା ରାଜ୍ୟବାସୀ ମର୍ମେ ମର୍ମେ ଅନୁଭବ କରୁଛନ୍ତି
  • ବିରୋଧୀ ଦଳର ସମସ୍ତ ଭିତ୍ତିହୀନ ଆକ୍ଷେପ, ଅପପ୍ରଚାର ଓ ଅଭିଯୋଗକୁ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରି ନବୀନ ପଟ୍ଟନାୟକଙ୍କୁ ସର୍ବମାନ୍ୟ ନେତାର ସ୍ୱୀକୃତି ଦେଇଛନ୍ତି

ଭୁବନେଶ୍ୱର : ନିରବଚ୍ଛିନ୍ନ ଭାବରେ ୪ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲା ପରେ ମଧ୍ୟ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ଗ୍ରହଣୀୟତାରେ ହ୍ରାସ ନପାଇବା ଅନେକ ରାଜନୈତିକ ସମୀକ୍ଷକ ତଥା ଭାରତର ସାଧାରଣ ଲୋକମାନଙ୍କୁ ବିସ୍ମୟାଭିଭୂତ କରିଛି ।  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଏବେବି ଓଡ଼ିଶାବାସୀଙ୍କର ପ୍ରଥମ ପସନ୍ଦ ହୋଇଥିବା ବିଭିନ୍ନ ସର୍ବେକ୍ଷଣ ଓ ଆକଳନରୁ ଜଣାପଡିଛି । ନିକଟରେ ଇଣ୍ଡିଆ ଟୁଡେ ଭଳି ଏକ ଜାତୀୟ ପତି୍ରକାର ସର୍ବେକ୍ଷଣରୁ ଏହା ପୁଣିଥରେ ପ୍ରମାଣିତ ହୋଇଛି । ଏହି ସଫଳତା ଓ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ଓଡ଼ିଶାବାସୀଙ୍କ ବିଶ୍ୱସନୀୟତାର କାରଣ ହେଉଛି, ତାଙ୍କ ସମୟରେ ଓଡ଼ିଶା ପ୍ରଗତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବା । ବିକାଶର ସମସ୍ତ ମାନଦଣ୍ଡରେ ଓଡ଼ିଶା ଆଜି କୃତିତ୍ୱ ହାସଲ କରିବା ସହିତ ଅନେକ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଏବଂ ବିଜୁ ଜନତା ଦଳ ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଫଳରେ ବିଜେଡି ସରକାର ତୃଣମୂଳ ସ୍ତରରେ ପହଂଚି ପାରିଛି । ଓଡ଼ିଶାର ସ୍ୱାର୍ଥ, ସ୍ୱାଭିମାନ ଓ ସମୃଦ୍ଧି ପାଇଁ ବର୍ତ୍ତମାନ ସମୟରେ ନବୀନ ପଟ୍ଟନାୟକ ଯେ ଯୋଗ୍ୟ ନେତୃତ୍ୱ, ତାହା ଓଡ଼ିଶାବାସୀ ମର୍ମେ ମର୍ମେ ଅନୁଭବ କରୁଛନ୍ତି । ନବୀନ ପଟ୍ଟନାୟକଙ୍କ ଓଡ଼ିଶା ରାଜନୀତିରେ ପ୍ରବେଶ ଯେଭଳି ଆକସ୍ମିକ ଥିଲା, ତାଙ୍କର କୃତି ଓ କୃତିତ୍ୱ ମଧ୍ୟ ସେହିଭଳି ଅଭୂତପୂର୍ବ ଥିବା ରାଜ୍ୟବାସୀ ଅନୁଭବ କରୁଛନ୍ତି । ଓଡ଼ିଶା ରାଜନୀତିରେ ନବୀନ ପଟ୍ଟନାୟକଙ୍କ ପ୍ରବେଶ ଠାରୁ ଏ ପର୍ଯ୍ୟନ୍ତ ତାଙ୍କର ଲୋକପ୍ରିୟତା କ୍ରମଶଃ ବଢ଼ି ବଢ଼ି ଚାଲିଛି । ଏହାହିଁ ତାଙ୍କର ବିଶେଷତା । ରାଜନୀତିରେ ବିକାଶକୁ ଏକମାତ୍ର ଏଜେଣ୍ଡା କରି ସେ ସମଗ୍ର ଓଡ଼ିଶାର ମନ ଓ ହୃଦୟକୁ ଜିଣିପାରିଛନ୍ତି । ସେ ଯେ ବିକଳ୍ପହୀନ ଏବଂ ତାଙ୍କର ସମକ୍ଷକ ନେତୃତ୍ୱ ଓଡ଼ିଶାରେ ନାହିଁ, ତାହା ବାରମ୍ବାର ସେ ପ୍ରମାଣିତ କରିଚାଲିଛନ୍ତି । ବିରୋଧୀ ଦଳର ସମସ୍ତ ଭିତ୍ତିହୀନ ଆକ୍ଷେପ, ଅପପ୍ରଚାର ଓ ଅଭିଯୋଗକୁ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରି ନବୀନ ପଟ୍ଟନାୟକଙ୍କୁ ସର୍ବମାନ୍ୟ ନେତାର ସ୍ୱୀକୃତି ଦେଇଛନ୍ତି । ଆଗାମୀ ଦିନରେ ନବୀନବାବୁଙ୍କ ନେତୃତ୍ୱରେ ଓଡ଼ିଶା ବିକାଶର ନୂତନ ଉଚ୍ଚତାକୁ ସ୍ପର୍ଶ କରିବ, ଏଥିରେ ତିଳେ ମାତ୍ର ସନେ୍ଦହ ନାହିଁ । କେବଳ ସେତିକି ନୁହେଁ, ସମଗ୍ର ଭାରତବର୍ଷରେ ଓଡ଼ିଶା ଏକ ଆଦର୍ଶ ରାଜ୍ୟ ଭାବରେ ପରିଗଣିତ ହେବ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।

 

0
0
0
s2sdefault