ହେଡଲାଇନସ୍:

ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରାଇବାରେ ବିଜେଡ଼ି ବାଧକ ସାଜିଛି-  ବିଜେପି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସର୍ବବୃହତ୍ତ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନାକୁ ଓଡ଼ିଶାରେ କାର୍ଯ୍ୟକାରୀ କରାଇବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପରିଚାଳିତ ବିଜେଡ଼ି ସରକାର ବାଧକ ସାଜିଛି । ଯୋଜନା କାର୍ଯ୍ୟକାରୀ ହୋଇପାରିଲେ ରାଜ୍ୟରେ ପ୍ରତି ପରିବାର ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ପାଇପାରିବେ । ଫଳରେ ଓଡ଼ିଶାର ପ୍ରାୟ ସାଢେ଼ ୪ କୋଟି ଜନସାଧାରଣ ଉପକୃତ ହୋଇପାରିବେ । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ଜାଣିଶୁଣି ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରାଉ ନାହାନ୍ତି ବୋଲି ଆଜି ବାରିପଦା ସାଗର ପ୍ୟାଲେସ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଜେପି ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଭାପତି ଡ଼ାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର  ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେହିପରି ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଭାପତି ଶ୍ରୀମହାପାତ୍ର ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଦ୍ୱାରା ପରିଚାଳିତ ବିଜେଡି  ସରକାରକୁ ଏକ ଭ୍ରଷ୍ଟାଚାରୀ ସରକାର ବୋଲି କହିଛନ୍ତି । ସରକାରରେ ପିସି କାରବାର ସର୍ବସ୍ୱ ହୋଇସାରିଛି । ଯାହା ଅତ୍ୟନ୍ତ ଉଦବେଗଜନକ । ଏହି ଦୁଇ ଜନସ୍ୱାର୍ଥ ବିରୋଧୀ ପ୍ରସଙ୍ଗକୁ ନେଇ ଭାଜପା ସେପ୍ଟେମ୍ବର ୩୦ରୁ ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ ଜନଜାଗରଣ ଆରମ୍ଭ କରିବ ଏବଂ ଏହି ବାର୍ତ୍ତାକୁ ପୂରରୁ ପଲ୍ଲୀରେ ବସବାସ କରୁଥିବା ପ୍ରତ୍ୟେକ ନାଗରିକମାନଙ୍କ ନିକଟରେ ପଥପ୍ରାନ୍ତ ନାଟକ ଆଦି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପହଁଞ୍ଚାଇ ଦିଆଯିବ । ଏହାବ୍ୟତୀତ ରାଜ୍ୟରେ ବହୁ ଚର୍ଚ୍ଚିତ ମୟୂରଭଞ୍ଜର ଚାରା ଘୋଟାଲାର ସିବିଆଇ ତଦନ୍ତ ଦାବି, ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ରରେ କଣ୍ଢେଇ କିଣାରେ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଆଦି ଦାବି ସହିତ ବିଜେଡ଼ି ବିଜୁ ଯୁବ ବାହିନୀ ନାମରେ ଜନସାଧାରଣଙ୍କ ଅର୍ଥକୁ ହରିଲୁଟ, ଶାଳପତ୍ର ଓ ସବାଇଘାସ ଉପରୁ କେନ୍ଦ୍ର ସରକାର ଜିଏସଟି ଛାଡ଼ କରି ସାରିଥିବା ବେଳେ ରାଜ୍ୟରେ ବିଜେଡ଼ି ସରକାର ଏହା ଉପରେ ଜିଏସଟି ଆଦାୟ କରିଚାଲିଥିବା, କୌଣସି ଆବଶ୍ୟକତା ନ ଥାଇ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ନାମରେ ରାଜକୋଷରୁ ଅର୍ଥର ଅପଚୟ କରିବା, ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ସରକାରୀ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ଜିଲ୍ଲାରେ କ୍ରମବର୍ଦ୍ଧିଷ୍ଣୁ ନିଶା କାରବାର ଫଳରେ ପାରିବାରିକ ଶାନ୍ତି ଓ ସାମାଜିକ ନିରାପତ୍ତା ବିପନ୍ନ ହୋଇସାରିଥିବାରୁ ନିଶାମୁକ୍ତ  ମୟୂରଭଞ୍ଜ ଗଠନ, ଆର୍ବାନ ବ୍ୟାଙ୍କରେ ଜମାକାରୀମାନଙ୍କର ଜମା ଟଙ୍କା ଫେରସ୍ତ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ୨୦୧୭ ଅଗଷ୍ଟ ୧୧ରେ କରିଥିବା ଘୋଷଣା ଅନୁସାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଡାଇଲିସିସ୍ କେନ୍ଦ୍ର ନିର୍ମାଣ, ଜିଲ୍ଲାରେ ଅର୍ଥ ବ୍ୟୟ ବରାଦ ହୋଇ ସାରିଥିବା ନର୍ସିଂ ସ୍କୁଲ ନିର୍ମାଣ ନିମନ୍ତେ ସରକାରଙ୍କ ଟାଳଟୁଳ ନୀତି, ଜିଲ୍ଲାରେ ସମସ୍ତ ସରକାରୀ ଚିକିତ୍ସାଳୟଗୁଡ଼ିକରେ ଖାଲିପଡ଼ିଥିବା ଡ଼ାକ୍ତର ଓ ଷ୍ଟାଫ ପଦବୀକୁ ଅବିଳମ୍ବେ ପୂରଣ କରାଯିବା ଓ ବ୍ଲକ ଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକମାନଙ୍କର ବିଭିନ୍ନ ଦାବି ଓ ସମସ୍ୟାକୁ ଅବିଳମ୍ବେ ପୂରଣ କରିବା ଆଦି ଦାବିଗୁଡ଼ିକୁ ନେଇ ବିଜେପି ବିଜେଡି ସରକାରକୁ ସଣ୍ଡୁଆସୀ ଆକ୍ରମଣ କରିବାକୁ ଯାଉଛି ଏବଂ ଜିଲ୍ଲାରେ ଘରେ ଘରେ ରାଜ୍ୟ ସରକାରଙ୍କ ଅପାରଗତା, ଦୁର୍ନୀତି, ଭ୍ରାଷ୍ଟାଚାର , ଗୁଣ୍ଡାରାଜ ଆଦିର ବାର୍ତ୍ତାକୁ ପହଁଞ୍ଚାଇ ଏକ ଜନଜାଗରଣ ସୃଷ୍ଟି କରିବା ନିମନ୍ତ ଆନ୍ଦୋଳନ ଆରମ୍ଭ କରାଯାଉଛି ବୋଲି ବୋଲି ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଭାପତି ଡ଼ା. ମହାପାତ୍ର ସୂଚନା ଦେଇଥିଲେ । ଉକ୍ତ ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭାଜପାର ଜିଲ୍ଲା ମୁଖପାତ୍ର କବି ବିଷ୍ଣୁ ଶତପଥୀ, ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ଭାସ୍କର ମଢେ଼ଇ, ପୁରୁଷୋତ୍ତମ ନାୟକ, ପୂର୍ବତନ ଜିଲ୍ଲା ସଭାପତି ନୀହାର ମୋଦୀ, ଜିଲ୍ଲାପରିଷଦ ସଭାନେତ୍ରୀ  ସୁଜାତା ମୁର୍ମୁ, ପୂର୍ବତନ ଜିଲ୍ଲା ସଭାପତି ପ୍ରକାଶ ସୋରେନ, ସୁବାଷ ପ୍ରଧାନ, ପରେଶ ମହାନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ ।

0
0
0
s2sdefault