ହେଡଲାଇନସ୍:

ଦାଣ୍ଡରେ ଗଡି ହାଟରେ  ଡ଼ିବିଡ଼ିବି ହେଉଛି ଦୁହିଁଙ୍କ  ମଧୁର ସମ୍ପର୍କ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ବଲାଙ୍ଗୀର/ନିରୋଜ ମିଶ୍ର : ବଲାଙ୍ଗୀର ରାଜା ପରିବାର ଓ ଯୁବ ନେତ୍ରୀ ଅଭିନେତ୍ରୀ ଶ୍ରିମୟୀ ମିଶ୍ରଙ୍କ ଭିତରେ ଯାହା ମଧୁର ସମ୍ପର୍କ ତାହା ବଲାଙ୍ଗୀରରେ ଲୋକଙ୍କୁ ଜଣା ଓଁ  ଲୋକ ଭାବୁଥିଲେ ବଲାଙ୍ଗୀର ବିଧାନସଭା ନିର୍ବାଚନମଣ୍ଡଳୀରୁ ଆଶାୟୀ ଥିବା ଶ୍ରୀମୟୀ ମିଶ୍ରଙ୍କୁ ପାଟଣାଗଡ ନିର୍ବାଚନ ମଣ୍ଡଳୀକୁ ପଠାଇଦେବା ପରେ ରାଜାଘର ସହିତ ତାଙ୍କର କଲି ହେବ ନାହିଁ ଓଁ ହେଲେ ଏବେ ତାହାର ଓଲଟା ସ୍ଥିତି ଓଁ ଏବେ ଶ୍ରୀମୟୀ ଓ ରାଜାପୁଅ କଳିକେଶ ମୁହଁମୁହିଁ  ହୋଇଛନ୍ତି ନୂଆ ଖାଇ ଭେଟଘାଟ ରାଜନୀତିକୁ ନେଇ |

 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡ଼ିଶାର ଗଣପର୍ବ ଗ୍ଧନୂଆଁଖାଇ ଭେଟଘାଟ୍ଗ୍ଦ ମାଧ୍ୟମରେ ରାଜନୀତିକ ଫାଇଦା ନେବା ପାଇଁ ଉଦ୍ୟମ କରୁଥିବା ବିଜେଡି ନିମନ୍ତେ ଦଳୀୟ ଗୋଷ୍ଠୀକନ୍ଦଳ ଏବେ ମୁଣ୍ଡବ୍ୟଥାର କାରଣ ହୋଇଛି।ବଲାଙ୍ଗିରରେ ବିଜେଡି ସାଂସଦ କଳିକେଶ ସିଂହଦେଓ ଓ ଜିଲ୍ଲାର ଦଳୀୟ ନେତାମାନଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା ଯୋଗୁ ଦଳୀୟସ୍ତରରେ ପାଳନ ହେବାକୁ ଥିବା ନୂଆଁଖାଇ ଭେଟଘାଟ୍ ସମ୍ଭବପର ହୋଇନି। ନୂଆଁଖାଇ ଭେଟଘାଟ ପାଇଁ ଉଦ୍ଦିଷ୍ଟ ସ୍ଥାନକୁ ନେଇ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁ ଜିଲ୍ଲା ପ୍ରଶାସନ ବାଧ୍ୟ ହୋଇ ସେଠାରେ ୧୪୪ ଧାରା ରୁଜୁ କରିଥିବା ଜଣାପଡ଼ିଛି।ସୂଚନା ଅନୁସାରେ ପାଟଣାଗଡ଼ସ୍ଥିତ ଗଡ଼ଭିତର ପଡ଼ିଆରେ ଚଳିତମାସ ୩୦ ତାରିଖରେ ନୂଆଁଖାଇ ଭେଟଘାଟ ପାଇଁ ବିଜେଡି ପକ୍ଷରୁ ପ୍ରସ୍ତୁତି ଚାଲିଥିଲା। ପାଟଣାଗଡ଼ର ସମ୍ଭାବ୍ୟ ବିଜେଡି ପ୍ରାର୍ଥୀ ଶ୍ରୀମୟୀ ମିଶ୍ରଙ୍କ ନେତୃତ୍ୱରେ ଏହି ଭେଟଘାଟ କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ବଲାଙ୍ଗିର ସାଂସଦ ଶ୍ରୀ ସିଂହଦେଓ ଏହାକୁ ବିରୋଧ କରିଥିଲେ। କାରଣ, ସେହି ଗଡ଼ଭିତର ପଡ଼ିଆରେ ଚଳିତମାସ ୨୮ତାରିଖରେ ନୂଆଁଖାଇ ଭେଟଘାଟ କରିବାକୁ ସେ ସହରରେ ପୋଷ୍ଟରମାନ ଲଗାଇଥିଲେ।ତେବେ ସେହି ଗଡ଼ଭିତର ପଡ଼ିଆଟି ଦେବୋତ୍ତର କମିଶନରଙ୍କ ଅଧୀନରେ ଥିବାରୁ ପ୍ରଶାସନର ବିନା ଅନୁମତିରେ କାର୍ଯ୍ୟକ୍ରମ କରାଯାଉଥିବାରୁ ଶ୍ରୀମୟୀଙ୍କ ସମର୍ଥିତ ସ୍ଥାନୀୟ ଯୁବକ ସଂଘ ଏହାକୁ ବିରୋଧ କରିଥିଲା। କାରଣ ସେହି ସ୍ଥାନରେ ୨୮ ତାରିଖରେ ଭଲିବଲ ଟୁର୍ଣ୍ଣାମେଣ୍ଟ ପାଇଁ ଯୁବକ ସଂଘ ପ୍ରସ୍ତୁତି କରୁଥିଲା। ଏହି କାରଣରୁ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।ସ୍ଥାନୀୟ ପ୍ରଶାସନ ଏହି ସୂଚନା ପାଇବା ପରେ ସେହି ଗଡ଼ଭିତର ପଡ଼ିଆରେ ୧୪୪ ଧାରା ଜାରି କରିଛି। ଏହା ସହିତ ସାଂସଦଙ୍କ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ସେହି ସ୍ଥାନରେ କରିବା ଉପରେ ମଧ୍ୟ କଟକଣା ଜାରି କରିଛି।ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପାଟଣାଗଡ଼ରେ ଦଳ ପକ୍ଷରୁ ନୂଆଁଖାଇ ଭେଟଘାଟ ୩୦ତାରିଖରେ ହେବାକୁ ସ୍ଥିର କରାଯାଇଥିଲା।କିନ୍ତୁ ସାଂସଦ ଶ୍ରୀ ସିଂହଦେଓ ନିଜର ରାଜନୀତିକ ପତିଆରା ପ୍ରଦର୍ଶନ ପାଇଁ ଏକତରଫା ଭାବେ ୨୮ତାରିଖରେ ପାଟଣାଗଡ଼ରେ ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି କରିଥିଲେ। ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା।

 

0
0
0
s2sdefault