ହେଡଲାଇନସ୍:

କୃଷିବୀମା ରାଶି ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ବଲାଙ୍ଗିର ବ୍ଲକ କଂଗ୍ରେସ ର ରାସ୍ତାରୋକୋ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର,(ନିରୋଜ ମିଶ୍ର) - ବଲାଙ୍ଗିର ଜିଲ୍ଲାର ସମସ୍ତ ଅଞ୍ଚଳରେ ମରୁଡିକୁ ନେଇ ହୋଇଥିବା କ୍ଷୟକ୍ଷତି ଆକଳନରେ ଘୋର ଅନିୟମିତତା ଦେଖାଦେଇଛି । ସରକାରଙ୍କ ଗାଇଡଲାଇନ କହୁଛି ସ୍ଖଷ କ୍ଷୟକ୍ଷତି ଆକଳନ ପାଇଁ ପଞ୍ଚାୟତକୁ ଗୋଟିଏ ୟୁନିିଟ ହିସାବରେ ନିଆଯିବ । କିନ୍ତୁ ଆକଳନର ରିପୋର୍ଟରେ ପଞ୍ଚାୟତରେ ଥିବା ବିଭିନ୍ନ ଗ୍ରାମରେ ଭିନ୍ନ ଭିନ୍ନ ପ୍ରକାରର କ୍ଷୟକ୍ଷତି ହେଉଛି ବୋଲି ରିପୋର୍ଟ ପ୍ରଦାନ କରାଯାଇଛି । ବିଶେଷ କରି ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଲାଙ୍ଗିର ସଦର ବ୍ଲକ ଅଞ୍ଚଳରେ ଏପରି ଅବ୍ୟବସ୍ଥା ବେଶି ଦେଖାଦେଇଛି । ଏହାକୁ ନେଇ ବଲାଙ୍ଗିର ବ୍ଲକ କଂଗ୍ରେସ କମିଟି ସଭାପତି ରାମ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଗତ ଅଗଷ୍ଟ ମାସ ୮ ତାରିଖ ଦିନ ଏକ ସ୍ମାରକପତ୍ର ମାଧ୍ୟମରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବିଭିନ୍ନ ସମୟରେ ଜିଲ୍ଲା କୃଷି ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ମଧ୍ୟ ଏ ବାବଦରେ ଅବଗତ କରାଯାଇଛି । କିନ୍ତୁ ସେ ସବୁ କୌଣସି  ସଫଳ ନ ମିଳିବାରୁ ଆଜି ବଲାଙ୍ଗିର ସମ୍ବଲପୁର ଜାତୀୟ ରାଜପଥ ନଂ.୨୬ ର ଫାସଡ ଠାରେ ୩ ଦଫା ଦାବୀକୁ ନେଇ ରାସ୍ତାରୋକ କରାଯାଇଛି । ଦାବୀ ଗୁଡିକ ହେଲା ୨୦୧୭ ଖରିପ ସ୍ଖଷରେ ବଲାଙ୍ଗିର ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତ ୩୩ ପ୍ରତିଶଦରୁ ଅଧିକ ମରୁଡି ହୋଇଛି ବୋଲି ଘୋଷଣା ହୋଇଥିଲେ ମଧ୍ୟ ଅଧିକାଂଶ ପଞ୍ଚାୟତର ସ୍ଖଷୀମାନେ ଆଜି ପର୍ଯ୍ୟନ୍ତ କୃଷିବୀମା ରାଶି ପାଇନାହାନ୍ତି । ବିଜୁଳି ସମସ୍ୟା ଯୋଗୁଁ ମଧ୍ୟ ଅନେକ ଫସଲ ହାନୀ ହେଉଛି ତାହାର ମଧ୍ୟ ଶିଘ୍ର ସମାଧାନ କରାଯାଉ । ବ୍ଲକ ସହ ଶିକ୍ଷାଧିକାରୀ ଉତ୍ତମ କୁମାର ନାଏକ ବିଜେଡିର କିଛି କୁଜିନେତାଙ୍କ ସହ ମିଶି ସରକାରୀ କାର୍ଯ୍ୟାନୁଷ୍ଠାନ  ଆୟୋଜନ କରୁଛନ୍ତି । ଏ ବାବଦରେ ବାରମ୍ବାର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇବା ସତ୍ତ୍ୱେ  ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ  ନେଉ ନାହାନ୍ତି । ଶିଘ୍ର ଅଭିଯୁକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଉ । ଏହି ୩ ଦଫା ଦାବିକୁ ନେଇ ଆନ୍ଦୋଳନକାରୀମାନେ ଆନ୍ଦୋଳନ କରିଥିଲେ । ଘଟଣାର ଗୁରୁତ୍ୱକୁ ଦେଖି ଘଟଣା ସ୍ଥଳରେ  ଉପ-ଜିଲ୍ଲାପାଳ ପହଂଚି  ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ । ଉପସ୍ଥିତ ଥିବା ଆନ୍ଦୋଳନକାରୀମାନେ ଆଗାମୀ ୭ ଦିନ ଭିତରେ ଉପରୋକ୍ତ ତିନୋଟି ଦାବି ପୁରଣ ନ ହେଲେ ୭ଦିନ ପରେ ଆନ୍ଦୋଳନକୁ ଆହୁରି ତିବ୍ରତର କରାଯିବ ବୋଲି ଉପ-ଜିଲ୍ଲାପାଳଙ୍କୁ ରୋକ ଠୋକ ଜଣାଇବା ସହ ରାସ୍ତରୋକ ହଟିଥିଲା । ବ୍ଲକ ସଭାପତି ରାମପ୍ରସାଦ ମିଶ୍ରଙ୍କୁ ନେତୃତ୍ୱରେ ହୋଇଥିବା ଏହି ଆନ୍ଦୋଳନଟିକୁ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ପୁଇଁନ୍ତଲା ବ୍ଲକ କାର୍ଯ୍ୟକାରୀ ସଭାପତି ଉମାକାନ୍ତ ସାହୁ, ରାଧାକାନ୍ତ ଭୋଇ, ଜଗନ୍ନାଥ ପ୍ରଧାନ, ଶ୍ରବଣ ଖମାରୀ, ପଦ୍ମନ ବରାଡ, କଳାକାହ୍ନୁ ନାଗ, ତ୍ରିଲୋଚନ ପୋଡ, ଲକ୍ଷ୍ମୀଧର ମହାକୁର, ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତି ବଘାର, ହିମାଂଶୁ ନାଗ, ପ୍ରକାଶ ବରାଇ, ବାଦଲ ସୁନା ପ୍ରମୁଖ ପରିସ୍ଖଳନା କରିଥିଲେ ।

0
0
0
s2sdefault