ହେଡଲାଇନସ୍:

ଧର୍ମଶାଳାର ବିଧାୟକଙ୍କ ଛାତ୍ର ସଭା ନେଇ ବଢୁଛି ପ୍ରତିକ୍ରିୟା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁରରୋଡ୍ (ବ୍ୟୁରୋ  ଚିଫ୍, ଜୟଶଙ୍କର ଦାଶ):   ଅନ୍ୟାୟ ବିରୋଧରେ ଛାତ୍ର ସମାଜ ସର୍ବଦା ନିଜର ,ନିଷ୍ଠା  ଓ ଅଙ୍ଗୀକାରବଦ୍ଧତାକୁ ପ୍ରଦର୍ଶନ କରିଛି ।  ନିର୍ଭିକତା, ନିସ୍ୱାର୍ଥପରତା ଆଚରଣ ହିଁ ଛାତ୍ର ସମାଜକୁ ଆନ୍ଦୋଳନର ନିଆଁକୁ ଡେଇଁବାର ପ୍ରେରଣା ଦେଇ ଆସିଛି । ସମାଜରେ ଯେତେ ସବୁ ପରିବର୍ତ୍ତନ ହୋଇଛି, ଏହାର ନେତୃତ୍ୱ ନେଇଛି ଛାତ୍ର ସମାଜ । ଛବିରାଣୀ ହତ୍ୟାକାଣ୍ଡ ଠାରୁ ବୋଫର୍ସ ଦୁର୍ନିତି ପ୍ରସଙ୍ଗରେ ଛାତ୍ର ସମାଜ ପ୍ରଥମେ  ଆନ୍ଦୋଳନକୁ ଓହ୍ଲାଇଛି । ହେଲେ ଯାଜପୁର ଜିଲ୍ଲାର ଧର୍ମଶାଳା ପରି ବିଧାନସଭା କ୍ଷେତ୍ରରେ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଛାତ୍ର ସମାବେଶ ଏବେ ସାମାଜିକ ଗଣମାଧ୍ୟମରେ କାହିଁକି ସାଧାରଣରେ ବି ଚର୍ଚ୍ଚାର କାରଣ ସାଜିଛି । ଜିଲ୍ଲାରେ ଚାରିଆଡେ ଚର୍ଚ୍ଚା ଯେ ଏମିତି କୋଉ ଦୁର୍ନିତି ନାହିଁ, ଯେଉଁଥିରେ ଧର୍ମଶାଳା ବିଧାୟକ ଓ କଳ୍ପତରୁ ପରିବାର ସଂପୃକ୍ତି ନ ନ ଉଠୁଛି ! କାରଣ ଧର୍ମଶାଳାରେ ଯାହା ହୋଇଥାଏ ସବୁ କଲ୍ପତରୁଙ୍କ ପରିବାରର ଜାଣତ ଓ ଇଙ୍ଗିତରେ ହୋଇଥାଏ | ଏହାପରେ ବି ଭ୍ରଷ୍ଟାଚାରର ଯାବତୀୟ କଳଙ୍କରେ ଛନ୍ଦି ହୋଇପଡି ଥିବା ଏହି ବିଧାୟକ ଛାତ୍ର ମାନଙ୍କୁ କି ନିତିଶିକ୍ଷା ଦେବେ ଏଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ଧର୍ମଶାଳା ବ୍ଲକ ଜେନାପୁର ଅଂଚଳରେ ଲୋକେ ବହୁ କଷ୍ଟ କରି ଜେନାପୁର କଲେଜ ପରି ଅନୁଷ୍ଠାନଟିଏ ଗଢିଥିଲେ । ହେଲେ ସେଠାରେ ବିଧାୟକଙ୍କ କେତେକ ସମର୍ଥକ ବି.ଜେ.ଡି କର୍ମକର୍ତ୍ତା ସାଜି କଲେଜ ଶ୍ରେଣୀଗୃହରେ ୨୫ ତାରିଖରେ ହେବାକୁ ଥିବା ଗଡମଧୁପୁର ଛାତ୍ର ସମାବେଶରେ ଯୋଗଦେଲେ | ଯାବତୀୟ ସରକାରୀ ଅନୁଦାନ କଲେଜକୁ ମିଳିବା ସହ ସେମାନଙ୍କ ବିକାଶ ହେବ ବୋଲି ବୁଝାଇଥିଲେ । ଏହାକୁ ନେଇ ବି ସାମାଜିକ ଗଣମାଧ୍ୟମରେ ଯାବତୀୟ ସମାଲୋଚନା କରାଯାଇ ଥିଲା । କଳ୍ପତରୁଙ୍କ ପରିବାର ୨୩ ବର୍ଷ ଶାସନରେ ରହିବା ପରେ ବି ଆଉଥରେ ଗଡମଧୁପୁର ସମାବେଶକୁ ଗଲେ ସବୁ ମିଳିଯିବା ପ୍ରତିଶୃତି, ନବୀନବାବୁଙ୍କ ପରି ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କ ନାମରେ ପବିତ୍ର ଶ୍ରେଣୀଗୃହକୁ ରାଜନୀତି ପାଇଁ ବ୍ୟବହାର, ଲୋକଙ୍କ ଟଙ୍କାରେ ଦିଆଯାଉଥିବା ସରକାରୀ ଅନୁଦାନକୁ ବିଧାୟକଙ୍କ ଅନୁଗତମାନେ ନିଜର ପୈତୃକ ସମ୍ପତ୍ତି ବୋଲି ବିଚାର କରିବାକୁ ସାଧାରଣରେ ସମାଲୋଚନା କରାଯାଇଥିଲା । ୨୩ ବର୍ଷ କ୍ଷମତାରେ ଥିବା ବେଳେ ବିକାଶ ହୋଇପାରିଲାନି, ହେଲେ ବିକାଶ କଥା ମାନେ ପଡୁଛି | 

 ଅତୀତରେ ଧର୍ମଶାଳା ମହାବିଦ୍ୟାଳୟ ଉତ୍ସବକୁ  ନକରାଇ ଦେବା ଚକ୍ରାନ୍ତ ନେଇ ମଧ୍ୟ ଛାତ୍ରୀମାନଙ୍କ ଧର୍ମଶାଳା ବିଧାୟକଙ୍କ ବିରୋଧରେ ବିଷଦଗାର ଓ କଡା ସମାଲୋଚନା ସମାଜିକ ଗଣମାଧ୍ୟମରେ ବେଶ ପ୍ରଭାବ ପକାଇଥିଲା । ଯଦିଓ ଗଣମାଧ୍ୟମ ଏସବୁ କ୍ଷେତ୍ରରେ କି ପ୍ରକାର କାର୍ଯ୍ୟ କରୁଛି ତାହା ସାଧାରଣରେ ଚର୍ଚ୍ଚା ହେଉଛି, ହେଲେ ସମାଜିକ ଗଣମାଧ୍ୟମ କିନ୍ତୁ ଯଥେଷ୍ଟ ସକ୍ରିୟ ରହିଛି ।

ସେହିପରି ଧର୍ମଶାଳାରେ ବହୁ ଯୋଗ୍ୟ ଯୁବ ଛାତ୍ର ନେତୃତ୍ୱ ଥିବା ବେଳେ ବି.ଜେ.ପିରୁ ଆସି ଜନତାଦଳ ଓ ପରେ ବି.ଜେ.ଡି ରେ ଯୋଗ ଦେଇଥିବା କଳ୍ପତରୁ ଦାସ ପ୍ରଥମେ ବିଜୁବାବୁଙ୍କ ବିଶ୍ୱାସରେ ବିଷ ମିଶାଇ କୋଣାର୍କ ଟିଭିକୁ ତ ବୁଡାଇବ ଜନମାନସରେ ଚର୍ଚ୍ଚା ଆଜି ବି ଜୀବିତ  । ପରେ ନବୀନଙ୍କ ବିଶ୍ୱାସରେ ବିଷ ମିଶାଇ ରାଜ୍ୟସଭାରେ କ୍ରସ ଭୋଟ କରିବାରୁ ନବୀନଙ୍କ ଦ୍ୱାରା ଦଳରୁ ସସପେଣ୍ଡ ହେଲେ । କଳ୍ପତରୁଙ୍କ ଘଙ୍ଗାପାଟଣା, ଯାରକା ଜଙ୍ଗଲ ଜମି ଠାରୁ ପ୍ଲଟ, ଫ୍ଲାଟ ଦୁର୍ନିତି ପାଇଁ ତାଙ୍କୁ ନବୀନଙ୍କ ଗେଟ ବନ୍ଦ ହୋଇଗଲା । ହେଲେ ଏହା ପୂର୍ବରୁ କଳ୍ପତରୁ ଦଳରେ ଆଗୁଆ ହୋଇ ସାରା ରାଜ୍ୟରେ ଟଙ୍କା ନେଇ ଯେଭଳି ଟିକେଟ ବିକିଲେ, ସେଥିପାଇଁ ବି.ଜେ.ଡି ଆଜି ପର୍ଯ୍ୟନ୍ତ ପ୍ରମାଦ ଗଣୁଛି, ଚିଟଫଣ୍ଡ ଠାରୁ ଯାବତୀୟ କଳଙ୍କ ମୁଣ୍ଡାଇଛି ବୋଲି ଦଳ ଭିତରେ ଚର୍ଚା  । ଶେଷକୁ ନିଜର ପୁତ୍ର ପ୍ରଣବ ବଳବନ୍ତରାୟଙ୍କୁ ଟିକେଟ ଦେଇ ନବୀନଙ୍କ ଜନପ୍ରୀୟତା ଓ ବିରୋଧୀଙ୍କ  ନିଷ୍ଠା ଅଭାବରେ ବିଧାୟକ କରାଇଲେ । ଏତିକିରେ ବି ଶୋଷ ମେଣ୍ଟିଲାନି ଯେ, ବିଧାୟକ ପୁଣି ନିଜର ଭାଇକୁ ଧର୍ମଶାଳାର ଚେୟାରମ୍ୟାନ କଲେ । ସତେ ଯେମିତି ଧର୍ମଶାଳାରେ ଆଉ କେହି ଯୋଗ୍ୟ ଯୁବ ଛାତ୍ର ନେତୃତ୍ୱ ନଥିଲେ । ଅପର ପକ୍ଷରେ ବଂଶାନୁକ୍ରମିକ ଭାବେ ବିଜୁ ପରିବାର ତଥା ନବୀନ ପଟ୍ଟନାୟକଙ୍କ ସହ ରହି କଳ୍ପତରୁ ପରିବାରର ବିଭିନ୍ନ ଦୁର୍ନିତି ବିରୋଧରେ ସ୍ୱର ଉଠାଉଥିବା ଧର୍ମଶାଳାର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବିଜୁ ଯୁବ ଜନତାର ପ୍ରାକ୍ତନ ରାଜ୍ୟ ସାଧାରଣ ସଂପାଦକ ସତୀଶ ବିଶ୍ୱାଳ ବି.ଜେ.ଡିର ବିକଳ୍ପ ନେତୃତ୍ୱ ଭାବେ ମୁଣ୍ଡ ଟେକିଛନ୍ତି । ଏପରିକି ଗତ ବିଧାନସଭା ନିର୍ବାଚନରେ କଳ୍ପତରୁ ଦାସ ଜୀବିତ ଥିବା ବେଳେ ମଧ୍ୟ ବି.ଜେ.ଡି ଟିକେଟ ଆଶୟୀ ଧୌଡରେ ରହି ଚର୍ଚ୍ଚାରେ ରହିଥିଲେ । ଏବେ ସତୀଶଙ୍କ ପ୍ରତି ଯୁବଛାତ୍ର ମହଲରେ ସମର୍ଥନ ବଢିବା ବି ଧର୍ମଶାଳା ରାଜନୀତିରେ ନୂଆ ସମ୍ବାବନାକୁ ସଦୃଢ କରିଛି ।

ଏବେ ବି ସାରୋଇରେ ପଡିଥିବା ହଜାର ହଜାର ଟନ ଲୁହା ପଥର ଗୁଣ୍ଡ ନେଇ ଭିଜିଲାନ୍ସ ତଦନ୍ତ, ସାଧାରଣ ଝୁମ୍ପୁଡି ହୋଟେଲରୁ ବହୁକୋଟି ଟଙ୍କାର କଳାଧନର ମାଲିକ ହେବା, ବହୁକୋଟି ଟଙ୍କାର ଖଣି ଚୋରୀ, ଡଙ୍କାରୀ ଷ୍କାମ, ଡି ବ୍ରଦର୍ସ , ଚିଟଫଣ୍ଡ ଲିଙ୍କରେ ସ.ବି.ଆଇ ଜେରା, ଟିଟୋ ଲିଙ୍କ ଆଦି ଡର୍ଜନ ଡର୍ଜନ ଦୁର୍ନିତି ନେଇ ବିରୋଧୀ ଦଳର ଭୂମିକା ସ୍ପଷ୍ଟ ନହେଲେ ବି ଧର୍ମଶାଳା ତଥା ରାଜ୍ୟର ଯୁବଛାତ୍ର ମାନେ ଯେ ପ୍ରତିକ୍ରିୟାଶୀଳ ତାହା କାହାକୁ ଅଛପା ନାହିଁ । ସାରୋଇରେ ପଡିଥିବା ବହୁକୋଟି ଟଙ୍କାର ଲୁହା ପଥର ନେଇ ଭିଜିଲାନ୍ସ ତଦନ୍ତ ଫଳ ଶୂନ ହୋଇଥିବା ବେଳେ ଏହାର ବ୍ଲାକରୋଜ ଲିଙ୍କ ହାଟରେ ପଡି ଦାଣ୍ଡରେ ଗଡୁଥିବା ବେଳେ  ସି.ବି.ଆଇ,  କଂଗ୍ରେସ ଓ ବି.ଜେ.ପି,ର କାର୍ଯ୍ୟଧାରା ବି ଆଶ୍ଚର୍ଯ୍ୟ ଜନକ ହୋଇପଡିଛି ।  ତେବେ ସରକାର ଓ କ୍ଷମତାରେ ଥିବା ବେଳେ ଅନେକ କାରଣରୁ ଚୁପ ରହିଥିବା ଯୁବଛାତ୍ର ଶକ୍ତି ଯେ ଏଥିନେଇ ଏତେ ବୋକା ବୋଲି ଭାବୁଥିବା ଧର୍ମଶାଳାର ବିଧାୟକଙ୍କୁ ନେଇ ସାଧାରଣରେ ବିଭିନ୍ନ କଥା ଶୁଣିବାକୁ ମିଳୁଛି । 

0
0
0
s2sdefault