ହେଡଲାଇନସ୍:

ମୋଦିଙ୍କୁ ପାଲଟା ଜବାବ ଦେଲେ ନବୀନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • "ସ୍କିଲ୍‍ ଇଣ୍ଡିଆ ଓ ଉଜ୍ଜ୍ୱଳା ସ୍କାମ୍‍ କଥା ପ୍ରଧାନମନ୍ତ୍ରୀ  ଭୁଲିଗଲେଣି କି ?"
  • ପ୍ରଥମେ ପ୍ରଧାନମନ୍ତ୍ରୀ ତେଲ ଦରବୃଦ୍ଧି ରୋକନ୍ତୁ
  • ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଆୟୁଷ୍ମାନ ଯୋଜନା ଠାରୁ ଢେର ଭଲ
  • ମୋଦିଙ୍କ ବକ୍ତବ୍ୟ କେବଳ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଉଦ୍ଧିଷ୍ଟ

ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ୍‍ ଦର ଏବେ ରେକର୍ଡ ସ୍ତର ଅତିକ୍ରମ କରିଛି । କେନ୍ଦ୍ର ସରକାର ତୈଳର ବର୍ଦ୍ଧିତ ଦରକୁ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ବିମାନ ବନ୍ଦର ଉଦ୍‍ଘାଟନ ଉତ୍ସବରେ ଯୋଗ ଦେଇସାରି ଭୁବନେଶ୍ୱର ଫେରିବା ପରେ ଏହା ଗଣମାଧ୍ୟମକୁ କହିଛନ୍ତି ।

ଏହାସହିତ ପ୍ରକାଶ କରିଛନ୍ତି, ତାଳଚେର ସାର କାରଖାନା ଶିଳାନ୍ୟାସ ଉତ୍ସବରେ ମୁଁ ଦାବି କରିଥିଲି ଯେ ନୂତନ ବୈଷୟିକ କୌଶଳରେ ପ୍ଲାଣ୍ଟରୁ ୟୁରିଆ ସାର ଉତ୍ପାଦନ କରାଯାଇ ସେଥିରୁ ୫୦ ପ୍ରତିଶତ ସାର ଓଡ଼ିଶାର ଚାଷୀମାନଙ୍କୁ ଦିଆଯାଉ । ସେହିପରି ଝାରସୁଗୁଡ଼ା ଠାରେ ବିମାନ ବନ୍ଦରର ନାମ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ଯେଉଁ ଅନୁରୋଧ କରିଥିଲି, ପ୍ରଧାନମନ୍ତ୍ରୀ ତାହା ଗ୍ରହଣ କରି ଏହାକୁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଭାବେ ଘୋଷଣା କରିଛନ୍ତି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଖାଦ୍ୟ ସୁରକ୍ଷା ଯୋଜନା ନେଇ କେତେକ ଅଭିଯୋଗ ସଂପର୍କରେ ଅବଗତ ହେବା ପରେ ଏହା ଉପରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଆୟୁଷ୍ମାନ ଯୋଜନା ଠାରୁ ଢେର ଭଲ । ଏଥିରେ ଆମେ ମହିଳାମାନଙ୍କୁ ୭ଲକ୍ଷ ଟଙ୍କା ଦେଉଛୁ, ଯାହା ଆୟୁଷ୍ମାନ ଯୋଜନାରେ ନାହିଁ । କେନ୍ଦ୍ର ପକ୍ଷରୁ ହୋଇଥିବା ଆୟୁଷ୍ମାନ ଯୋଜନାରେ ଏହି ଫାଇଦା ନଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିକ ଲୋକାଭିମୁଖି । ଏଥିରେ ୫୦ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ାଯାଇଛି ।

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବଙ୍କୁ ଖାଦ୍ୟ ଯୋଗାଯାଉଛି ଓ ଉକ୍ତ ଯୋଜନାରେ ଅଧିକ ୨୫ଲକ୍ଷ ଗରିବ ଉପକୃତ ହୋଇଛନ୍ତି । ରାଜ୍ୟରେ ଘୋଟାଲା ବ୍ୟାପିଥିବା ନେଇ ପ୍ରଧାନମନ୍ତ୍ରୀ ଉଭୟ ତାଳଚେର ଓ ଝାରସୁଗୁଡ଼ା ସଭାରେ ଦର୍ଶାଇଥିବା ନେଇ ଏହା ଉପରେ ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁବାରୁ ଶ୍ରୀ ପଟ୍ଟନାୟକ କହିଛନ୍ତି, ସ୍କିଲ୍‍ ଇଣ୍ଡିଆ ଓ ଉଜ୍ଜ୍ୱଳା ସ୍କାମ୍‍ କଥା ସେ ଭୁଲିଗଲେଣି କି? ଦୁର୍ନୀତି ନେଇ ନୁହେଁ, ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ସେ ଏପରି ବକ୍ତବ୍ୟ ଦେଇଛନ୍ତି । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଥମେ ନୀତିଶ କୁମାରଙ୍କ ଜେଡିୟୁ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିଥିଲା ଓ ପରେ ଏନ୍‍ଡିଏ ତାଙ୍କୁ ସମର୍ଥନ ଜଣାଇଥିଲା ।

0
0
0
s2sdefault