ହେଡଲାଇନସ୍:

ମୁଁ ଖାଣ୍ଟି ବିଜେପି : ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବିଜେପି ପାଇଁ କାର୍ଯ୍ୟ କରୁଥିବି - ରାଜକିଶୋର ଦାସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୁଁ ଖାଣ୍ଟି ବିଜେପି । ମୟୂରଭଞ୍ଜ ଜିଲ୍ଲାରେ ବିଜେପିକୁ ନିଜ ହାତରେ ଗଢ଼ିବା  ସହିତ କିଛି ନେତା ମଧ୍ୟ ତିଆରି କରିଛି । ମୋର ଶରୀର ଓ ଆତ୍ମା ବିଜେପିରେ ରହିଛି ଓ ଆଗକୁ ମଧ୍ୟ ରହିଥିବ । କେନ୍ଦ୍ର ଓ ରାଜ୍ୟ ନେତାମାନେ ମୟୂରଭଞ୍ଜ ଜିଲ୍ଲାରେ ମୋର ନେତୃତ୍ୱ ପ୍ରତି ପ୍ରାଧାନ୍ୟ ଦେଇ ଆସୁଥିବା ସମୟରେ  ଦଳ ପରିତ୍ୟାଗ କରିବାର ପ୍ରଶ୍ନ ଉଠୁନାହିଁ । ଶରୀରରେ ଶେଷ ନିଶ୍ୱାସ ଚାଲିଥିବା ପର୍ଯ୍ୟନ୍ତ ଦଳ ନିମନ୍ତେ ନିଷ୍ଠାପର ଭାବେ କାର୍ଯ୍ୟ ସମ୍ପାଦନ କରିଚାଲିବି ବୋଲି ବାରିପଦା ଦୁର୍ଗା ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଜେପିର ରାଜ୍ୟ ଉପସଭାପତି ରାଜକିଶୋର ଦାସ ଉପସ୍ଥିତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେହିପରି ଶ୍ରୀଦାସ ବିଜେପି ଛାଡ଼ି ବିଜେଡ଼ିରେ ଯୋଗ ଦେଉଥିବା ଶୀର୍ଷକ ଖବରକୁ ସମ୍ପୂର୍ଣ୍ଣ ଭାବେ କପୋଳକଳ୍ପିତ ଓ ମନଗଢ଼ା କାହାଣୀ ବୋଲି କହି ଖବରକୁ ଖଣ୍ଡନ କରିବା ସଂଗେସଂଗେ ଏହି ପ୍ରକାରର ସମ୍ବାଦ ପରିବେଷଣର  ଅର୍ଥ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରାଇ ସେଥିରୁ ଫାଇଦା ଉଠାଇବା ନିମନ୍ତେ ଏକ ସୁଚିନ୍ତିତ ଯୋଜନା ।ବିଜେପିର ରାଜ୍ୟ ଉପସଭାପତି ଶ୍ରୀଦାସ କୌଣସି ସମୟରେ କୌଣସି ବ୍ୟକ୍ତି ବିଶେଷଙ୍କ ନିକଟରେ ଭାଜପା ତ୍ୟାଗ କରୁଥିବା ବିଷୟକୁ ନେଇ ଆଲୋଚନା କରି ନାହାନ୍ତି କିମ୍ବା ତାଙ୍କୁ ବିଜେଡ଼ି ତରଫରୁ ଦଳରେ ସାମିଲ ହେବା ନିମନ୍ତେ କୌଣସି ପ୍ରସ୍ତାବ ଆସି ନାହିଁ । ଶ୍ରୀଦାସଙ୍କ କାର୍ଯ୍ୟଦକ୍ଷତା ଓ ସାଙ୍ଗଠନିକ ଦକ୍ଷତାର ପରାକାଷ୍ଠା  ଦେଖି କେନ୍ଦ୍ର ଓ ରାଜ୍ୟ ନେତୃମଣ୍ଡଳୀ ତାଙ୍କୁ ଦଳର ରାଜ୍ୟ ଉପସଭାପତି ପଦବୀରେ ଉପବିଷ୍ଟ କରାଇବା ସହିତ ରାଜଧାନୀ ଭୂବନେଶ୍ୱରର ପ୍ରଭାରୀ, କେନ୍ଦୁଝର ଲୋକସଭା କ୍ଷେତ୍ରର ପାଳକ ଓ ପିଏସୟୁର ସ୍ୱାଧୀନ ଡ଼ାଇରେକ୍ଟର ପଦବୀରେ ନିଯୁକ୍ତି ଦେଇଛନ୍ତି । ତୃତୀୟ ଶ୍ରେଣୀରେ ଅଧ୍ୟୟନ ସମୟରୁ ରାଷ୍ଟ୍ରିୟ ସ୍ୱୟଇ ସେବକ ସଂଘ ସହିତ ଜଡ଼ିତ ହୋଇଥିବା ବେଳେ ଅଖିଳ ଭାରତୀୟ ବିଦ୍ୟାର୍ଥୀ  ପରିଷଦ, ବିଶ୍ୱ ହିନ୍ଦୁପରିଷଦ, ବଜରଙ୍ଗ ଦଳ, ଭାରତୀୟ ମଜଦୁର ସଂଘ, ବନବାସୀ କଲ୍ୟାଣ ଆଶ୍ରମ, ଶିକ୍ଷା ବିକାଶ ସମିତି ଆଦିରେ କାର୍ଯ୍ୟ କରିଆସିଛନ୍ତି । ବିଜେପିର ପାଞ୍ଛାନିଷ୍ଠା , ଏକାତ୍ମ ମାନବବାଦ ଦର୍ଶନ, ସାଂସ୍କୃତିକ ରାଷ୍ଟ୍ରବାଦ ଉପରେ ବିଶ୍ୱାସ ରଖି ଆସୁଛି । ବିଜେପିର ମନ୍ତ୍ର ଜାତି ପ୍ରଥମେ, ପରେ ଦଳ ଓ ଶେଷରେ ବ୍ୟକ୍ତିକୁ ପାଳନ କରିଆସୁଛି । ଦଳର ଉତ୍ଥାନପତନକୁ ଦେଖିଛନ୍ତି । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ଦଳକୁ ଯେଉଁ ଅଦ୍ଭୂତପୂର୍ବ ସଫଳତା ତାଙ୍କର ସାଙ୍ଗଠନିକ ଦକ୍ଷତାର ଏକ ଜ୍ଜ୍ୱଳନ୍ତ ଉଦାହରଣ । ୨୦୧୯ରେ ମୟୂରଭଞ୍ଜ ଜିଲ୍ଲାରେ ବିଜେଡ଼ି ଦୁର୍ଗର ପତନ ସୁନିଶ୍ଚିତ ଜାଣିବା ପରେ ଦଳ ଏଥିରେ ଭୟଭିତ ଓ ଅସହିଷ୍ଣୁ ହୋଇପଡ଼ିଛି । ତେଣୁ ରାଜନୈତିକ ଉଦ୍ଦେଶ୍ୟମୂଳକ  ଭାବେ ତାଙ୍କୁ ବଦନାମ କରାଇ ସେଥିରୁ ଫାଇଦା ଉଠାଇବା ନିମନ୍ତେ ଏକ ଚକ୍ରାନ୍ତ ବୋଲି ଭାଜପାର ରାଜ୍ୟ ଉପସଭାପତି ଶ୍ରୀଦାସ ଗଣମାଧ୍ୟମକୁ ସୂଚନା ଦେବା ସହିତ ସେ ଗୁଣ୍ଡୁଚି ମୂଷା ଭଳି ଭାଜପା ନିମନ୍ତେ ଦିନ ରାତି କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ । ଏହି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନରୋତ୍ତମ ପାଣିଗ୍ରାହୀ, ନାରାୟଣ ପଟ୍ଟନାୟକ, ଅଭିନ୍ନ ସୂନ୍ଦର ପାତ୍ର, ମଳୟ ଜେନା, ବବି ରାଉତ ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ପ୍ରସନ୍ନ ମହାପାତ୍ର, ନିର୍ମଳ ମହାପାତ୍ର, ଗଣେଶ ନାୟକ, ବିକାଶ ସାହୁ, ଆନନ୍ଦ ସାହୁ, ଭୋଳାନାଥ ଦେ, ରବୀନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । 

 

0
0
0
s2sdefault