ହେଡଲାଇନସ୍:

ବୈଜୟନ୍ତଙ୍କ ଚରିତ୍ର ଯାହା, ସେଭଳି ଚରିତ୍ର ତାଙ୍କ ବନ୍ଧୁଙ୍କ ହେବା  ସ୍ୱାଭାବିକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜରୁରୀ କାଳୀନ ପରିସ୍ଥିତି ଦେଶରେ କିଏ ସୃଷ୍ଟି କରୁଛି, ତାହା ଦେଶବାସୀ ଦେଖୁଛନ୍ତି 

ଯଦି ପଣ୍ଡାଙ୍କ ପ୍ରତି ଧର୍ମେନ୍ଦ୍ରଙ୍କ ଏତେ ଦରଦ ତେବେ ତାଙ୍କୁ ବିଜେପି ନେଇଯାଆନ୍ତୁ : ପ୍ରତାପ  

ଭୁବନେଶ୍ୱର,: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନେଇ ଗଣମାଧ୍ୟମରେ ଯେଉଁ ଆଲୋଚନା ଚାଲିଛି ଏବଂ ପୋଲିସ ତାଙ୍କ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିଛି, ସେ ସଂପର୍କରେ ବିଧାନସଭା ଠାରୁ ଆରମ୍ଭ କରି ଗଣମାଧ୍ୟମରେ ବହୁ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଛି । ଏ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ଏକ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଯେଉଁ ଉକ୍ତି ରଖିଛନ୍ତି, ତାହା ହାସ୍ୟାସ୍ପଦ ଏବଂ ଅତ୍ୟନ୍ତ ଶସ୍ତା ମନ୍ତବ୍ୟ ବୋଲି ଆଜି ସାଂସଦ ତଥା ବିଜୁ ଜନତା ଦଳ ମୁଖପାତ୍ର ଶ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି । ଶ୍ରୀ ଦେବ କହିଛନ୍ତି ଯେ ସାଢେ଼ ୪ବର୍ଷ ଭିତରେ ସାରା ଭାରତ ବର୍ଷରେ ଗୋ-ଚାଲାଣ ନାମରେ ଯେଉଁ ସଂଘବଦ୍ଧ ଆକ୍ରମଣରେ ଜନସାଧାରଣଙ୍କୁ ହତ୍ୟା କରାଯାଉଥିଲା, ସେତେବେଳେ  କେନ୍ଦ୍ରମନ୍ତ୍ରୀଙ୍କୁ ଭାରତରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେଲାଭଳି ଲାଗୁନଥିଲା । ଦଳିତମାନଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହେଉଥିଲା ବେଳେ କେନ୍ଦ୍ର ସରକାର କେତେ ପରିମାଣରେ ଏହାକୁ ରୋକିବାରେ ସକ୍ଷମ ହେଲେ, ସେ ବିଷୟରେ କିଛି କହୁନାହାନ୍ତି । ଭାରତର ବିଭିନ୍ନ ସ୍ଥାନରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ହତ୍ୟା କରାଗଲା, ଯାହାର ଠିକଣା ଭାବେ ତଦନ୍ତ କରାଯାଉନାହିଁ । ସାମ୍ପ୍ରଦାୟିକ ହିଂସା ଦେଶରେ ବଢ଼ିଛି କି କମିଛି, ଆତଙ୍କବାଦୀ ଆକ୍ରମଣ ବଢ଼ିଛି ନା କମିଛି, ଏସବୁ ଦେଶବାସୀ ଦେଖୁଛନ୍ତି । ଦେଶରେ ଜରୁରୀକାଳୀନ ପରିସ୍ଥିତି କିଏ ସୃଷ୍ଟି କରୁଛି ଏବଂ କାହାଦ୍ୱାରା ସୃଷ୍ଟି ହେଉଛି, ସେକଥା ଦେଶବାସୀଙ୍କୁ ଆଉ ଅଛପା ନାହିଁ । ଅପରପକ୍ଷରେ ଚିଲିକା, ଶ୍ରୀମନ୍ଦିର ଓ କୋଣାର୍କ ଉପରେ ଶ୍ରୀ ପଣ୍ଡାଙ୍କ ହେଲିକପ୍ଟର ଉଡ଼ାଣ ଘଟଣାକୁ ନେଇ ଯଦି କେନ୍ଦ୍ରମନ୍ତ୍ରୀ ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେଲା ବୋଲି ଭାବୁଛନ୍ତି, ତେବେ ଏହାଠାରୁ ହାସ୍ୟାସ୍ପଦ କଥା ଆଉ କିଛି ହୋଇନପାରେ । ଶ୍ରୀ ପଣ୍ଡା ଜରୁରୀକାଳୀନ ପରିସ୍ଥିତି କଥା କହୁଥିଲା ବେଳେ କେନ୍ଦ୍ରମନ୍ତ୍ରୀ ମଧ୍ୟ ସେହି କଥା କହୁଛନ୍ତି । ଦୁଇଜଣଯାକ ନିଜ ଭିତରେ ସମନ୍ୱୟ ରକ୍ଷା କରି ଏଭଳି କହୁନାହାନ୍ତି ତ? ନଚେତ୍‍ ଦୁଇଜଣଙ୍କ ମତ ଓ ମନ୍ତବ୍ୟରେ କିପରି ଏତେ ସାମଞ୍ଜସ୍ୟ ରହିବ ବୋଲି ଶ୍ରୀ ଦେବ ପ୍ରଶ୍ନ କରିଛନ୍ତି । ଏସ୍‍ପିଙ୍କ କାର୍ଯ୍ୟକୁ ଯଦି ଔଦ୍ଧତ୍ୟ ବୋଲି କହୁଛନ୍ତି, ତେବେ ପୋଲିସ ତଦନ୍ତକୁ ନେଇ କେନ୍ଦ୍ରମନ୍ତ୍ରୀ ବହୁତ ଚିନ୍ତିତ ଥିଲାଭଳି ମନେହୁଏ । ଯଦି ଏତେ ଚିନ୍ତା କରୁଛନ୍ତି, ତା’ହେଲେ କେନ୍ଦ୍ରମନ୍ତ୍ରୀ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ଶ୍ରୀ ପଣ୍ଡାଙ୍କୁ ବିଜେପିକୁ ନେଇଯାଉ ନାହାନ୍ତି । କ୍ଷୀର କ୍ଷୀର ଓ ପାଣି ପାଣି ଅଲଗା ହୋଇଯିବ । ଅଭିଜିତ ନାୟାରଙ୍କ ପ୍ରସଂଗରେ ଶ୍ରୀ ଦେବ କହିଛନ୍ତି, ଶ୍ରୀ ପଣ୍ଡାଙ୍କ ଟ୍ୱିଟର୍‍ରୁ ଯାହା ଜଣାପଡେ଼, ସେ ୨୦୧୭ ମସିହାରୁ ଶ୍ରୀ ନାୟାର ଓଡ଼ିଆଙ୍କୁ ଏଭଳି ଗାଳି ଦେଇ ଆସୁଛନ୍ତି । ଆଉ ଆଜି ଅଭିଜିତ୍‍ଙ୍କ ଟ୍ୱିଟ୍‍ ଉପରେ ଦୁଃଖପ୍ରକାଶ କରି ଓଡ଼ିଶାର ଜନସାଧାରଣଙ୍କୁ ବୋକା ବନାଇବାକୁ ଶ୍ରୀ ପଣ୍ଡା ଭାବିଛନ୍ତି । ଶ୍ରୀ ପଣ୍ଡାଙ୍କ ଚରିତ୍ର ଯେଭଳି, ସେହିଭଳି ଚରିତ୍ର ତାଙ୍କ ବନ୍ଧୁଙ୍କର ମଧ୍ୟ ହେବା ସ୍ୱାଭାବିକ । ଏଭଳି ଘଟଣା ଆଦୌ ଶୋଭନୀୟ ନୁହେଁ ଏବଂ ଏଭଳି ଆଚରଣକୁ ବିଜୁ ଜନତା ଦଳ କଡ଼ା ଭାଷାରେ ନିନ୍ଦା କରୁଛି । କେନ୍ଦ୍ରମନ୍ତ୍ରୀ କହୁଛନ୍ତି, ବିଜେଡିକୁ ଯିଏ ବିରୋଧ କରିବ ତାକୁ ବିଜେପି ସମର୍ଥନ କରିବ । ଓଡ଼ିଶାରେ ଗୋଟିଏ ମେଣ୍ଟ ହେବ । ତେବେ ଓଡ଼ିଶାରେ ଆଉ କୋଉ କୋଉ ଦଳ ଅଛି, ତାହା ସେ ସ୍ପଷ୍ଟ କରିଦିଅନ୍ତୁ । ପଛରେ ରହି ଛାୟା ଯୁଦ୍ଧ କରିବାକୁ କାହିଁକି କେନ୍ଦ୍ରମନ୍ତ୍ରୀଙ୍କ ଏତେ ଇଚ୍ଛା ହେଉଛି, ତାହା ଜଣାପଡୁନାହିଁ । ବିଜୁ ଜନତା ଦଳ ଓଡ଼ିଶାରେ ୧୮ବର୍ଷ ଧରି ଅଛି । ସେଥିମଧ୍ୟରୁ ବିଜେପି ୯ବର୍ଷ ବିଜେଡି ସହିତ ଥିଲା । ମେଣ୍ଟ ଭାଙ୍ଗିବା ଠାରୁ ଆଜି ପର୍ଯ୍ୟନ୍ତ ବିଜେଡି ଏକୁଟିଆ ଚାଲିଛି ଏବଂ ଆଗକୁ ଚାଲିବ । ତେଣୁ ମେଣ୍ଟ ଦ୍ୱାରା ବିଜେଡି କାହିଁକି ଭୟଭୀତ ହେବ ବୋଲି ଶ୍ରୀ ଦେବ କହିଛନ୍ତି ।

 

0
0
0
s2sdefault