ହେଡଲାଇନସ୍:

ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଧାୟିକା ପ୍ରମିଳା ମଲିକଙ୍କୁ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର:  ୨୦୧୪ର ଶ୍ରେଷ୍ଠ  ବିଧାୟିକା ଭାବେ ଶ୍ରୀମତୀ ପ୍ରମିଳା ମଲିକଙ୍କୁ ପଣ୍ଡିତ ନୀଳକଣ୍ଠ ଦାସ ପୁରସ୍କାର ପାଇଥିବା ବିଜେଡି ମହିଳା ମୋର୍ଚା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି |   ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଜୁ ମହିଳା ଜନତା ଦଳ ତରଫରୁ ଶ୍ରୀମତୀ ମଲିକଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । 

 ଏହି ସମ୍ବର୍ଦ୍ଧନା ଉତ୍ସବରେ ଶ୍ରୀମତୀ ମଲିକ କହିଥିଲେ ମୁଁ ଆଜି ଯେଉଁ ସଫଳତା ପାଇଛି, ତା’ର ସମସ୍ତ ଶ୍ରେୟ ହେଉଛି ଲୋକମାନଙ୍କର ଏବଂ ବିଜୁ ଜନତା ଦଳର । ବିଜୁ ଜନତା ଦଳ ମୋତେ ଲୋକମାନଙ୍କର ସେବା କରିବା ପାଇଁ ବିଶେଷକରି ମହିଳାମାନଙ୍କର ବିକାଶରେ କାର୍ଯ୍ୟ କରିବା ପାଇଁ ଯଥେଷ୍ଟ ସୁଯୋଗ ଦେଇଛି । ବିଜୁ ଜନତା ଦଳ ପ୍ରଥମରୁ ମହିଳାମାନଙ୍କ ସଶକ୍ତିକରଣ ପାଇଁ ସଂକଳ୍ପବଦ୍ଧ ।  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ମହିଳାମାନେ କିଭଳି ଭାବେ ସ୍ୱାବଲମ୍ବୀ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ଆତ୍ମନିର୍ଭରଶୀଳ ହୋଇପାରିବେ, ସେଥିପାଇଁ ସରକାର ଏକାଧିକ ଅଭିନବ କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି । ସମଗ୍ର ଦେଶରେ ଓଡ଼ିଶାର ମିଶନ ଶକ୍ତି ଏକ ଉଦାହରଣ ସୃଷ୍ଟି କରିଛି । ରାଜନୀତିରେ ମହିଳାମାନଙ୍କୁ ସମ୍ମାନଜନକ ସ୍ଥାନ ଦେବା, ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ସହିତ ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କୁ ପ୍ରାଧାନ୍ୟ ଦେବା ବିଜୁ ଜନତା ଦଳର ନୀତି ଓ ଆଦର୍ଶରେ ପରିଣତ ହୋଇଛି । ଏଭଳି ଏକ ଅନୁକୂଳ ବାତାବରଣରେ ମୋତେ କାମ କରିବାକୁ ସୁଯୋଗ ମିଳିଥିବାରୁ ମୁଁ ବିଜୁ ଜନତା ଦଳ ପାଖରେ ଚିର ଋଣୀ । ଆଜିର ଏହି କାର୍ଯ୍ୟକ୍ରମରେ ବିଜୁ ମହିଳା ଜନତା ଦଳର ସମସ୍ତ ଉପ-ସଭାନେତ୍ରୀ, ସାଧାରଣ ସଂପାଦିକା, ସଂପାଦିକା, ଜିଲ୍ଲା ସଭାନେତ୍ରୀ ଏବଂ ଭୁବନେଶ୍ୱର ମହାନଗର ନିଗମର ମହିଳା କର୍ପୋରେଟର୍‍ମାନେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ପୁରସ୍କାର ଦିଆଗଲାଣି ଅଗଷ୍ଟ ୨୫ ତାରିଖରୁ | ଆଜି ଆସି ହେଲାଣି ସେପ୍ଟେମ୍ବର ୨୦ | 

 

0
0
0
s2sdefault