ହେଡଲାଇନସ୍:

ବିଜେପିକୁ ଛାଡି ବିଜେଡିରେ ଯୋଗଦେଲେ ସମ୍ବଲପୁର ସଂଖ୍ୟାଲଘୁ ସେଲ୍‍ର ସାଧାରଣ ସଂପାଦକଙ୍କ ସହ ବହୁ କର୍ମୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ସମ୍ବଲପୁର ଜିଲ୍ଲା ବିଜେପି ସଂଖ୍ୟାଲଘୁ ସେଲ୍‍ର ଉପ-ସଭାପତି ବିକାଶ କୁମାର ପଶି, ଗୁରୁପ୍ରୀତ୍‍ ସିଂହ ରାଇନା, ସଂପାଦକ ନମନ ଦୀପ୍‍ ସିଂହ ତ୍ରେହାନ୍‍, ସାଧାରଣ ସଂପାଦକ ମହମ୍ମଦ ମୁସ୍ତାକ ଆନ୍‍ସାରୀଙ୍କ ସହ ବହୁ କର୍ମୀ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ନବୀନ ନିବାସରେ ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ସମସ୍ତ କର୍ମୀଙ୍କୁ ସଭାପତି ଶ୍ରୀ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ସମ୍ବଲପୁର ଜିଲ୍ଲାର ବିଜେପି ସଂଖ୍ୟାଲଘୁ କର୍ମୀମାନେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ସମ୍ବଲପୁର ଜିଲ୍ଲାରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ଡା. ପାଣିଗ୍ରାହୀ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଯୁବକ, ଛାତ୍ର, ମହିଳାମାନଙ୍କ ପାଇଁ ଯେଉଁ ପ୍ରଗତିଶୀଳ କାର୍ଯ୍ୟ କରିଚାଲିଛନ୍ତି, ସେଥିରେ ଅନୁପ୍ରାଣିତ ହୋଇ ଆଜି ସମ୍ବଲପୁର ଜିଲ୍ଲା ବିଜେପି ସଂଖ୍ୟାଲଘୁ ସେଲ୍‍ର ବହୁ କର୍ମୀ ଯୋଗ ଦେଇଛନ୍ତି । ଆଗକୁ ଆହୁରି ହଜାର ହଜାର କର୍ମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସମ୍ବଲପୁର ଜିଲ୍ଲା ସଂଖ୍ୟାଲଘୁ ସେଲ୍‍ର ସାଧାରଣ ସଂପାଦକ ମହମ୍ମଦ ମୁସ୍ତାକ ଆନ୍‍ସାରୀ କହିଥିଲେ ଯେ କଂଗ୍ରେସ ଓ ବିଜେପି ଦଳ ଅପେକ୍ଷା ରାଜ୍ୟର ବିକାଶ କ୍ଷେତ୍ରରେ ବିଜୁ ଜନତା ଦଳର କାର୍ଯ୍ୟଶୈଳୀ ସଂପୂର୍ଣ୍ଣ ଅଲଗା । ଖାସ୍‍କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଯେଉଁଭଳି ଉନ୍ନତିମୂଳକ କାର୍ଯ୍ୟ କରିଚାଲିଛନ୍ତି, ସେଥିରେ ଅନୁପ୍ରାଣିତ ହୋଇ ଆଜି ଆମେମାନେ ବିଜେଡିରେ ସାମିଲ ହୋଇଛୁ । ଆଜିର ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରୀ, ଉପଦେଷ୍ଟା କୁନବିହାରୀ ଦାସ ପ୍ରମୁଖ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

0
0
0
s2sdefault