ହେଡଲାଇନସ୍:

ଓଡ଼ିଆ ଜାତିକୁ ଅପମାନିତ କରିଛନ୍ତି ବୈଜୟନ୍ତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ପର୍କରେ ଅରୁଚିକର ଅଶାଳିନ ମନ୍ତବ୍ୟ ଦେଇଥିବା ପୂର୍ବତନ ସାଂସଦ ବୈଜୟନ୍ତଙ୍କ ସହଯୋଗୀଙ୍କୁ ଗିରଫ ଏବଂ ପରିବେଶ ନିୟମ ଉଲ୍ଲଘଂନକାରୀ ଶ୍ରୀ ପଣ୍ଡାଙ୍କ ବିରୁଦ୍ଧରେ ଆଇନଗତ କାର୍ଯାନୁଷ୍ଠାନ  ଦାବିରେ ରାସ୍ତାକୁ ଓଲ୍ଲାଇଲା ଯୁବଛାତ୍ର ବିଜେଡି ।

ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ସମଗ୍ର ବିଶ୍ୱରେ ଓଡିଶାରଐତିହ୍ୟ କଳା, କାରୁକାର୍ଯ୍ୟ ଓ ସ୍ଥାପତ୍ୟକୁ ଗୌରବ ବିମଣ୍ଡିତ କରିଛି   ।ଏହି ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର କୌଣସି ପୌରାଣୀକ ଚିତ୍ର ନୁହେଁ ବରଂ ଏହା ହେଉଛି, ଓଡିଶାର କୋଟିକୋଟି ହୃଦୟର ଭାବାବେଗ ସହିତ ଜଡିତ କିର୍ତୀରାଜି ।ଏଭଳି ଏକ ବିଶ୍ୱବନ୍ଦିତ ଏବଂ ବିଶ୍ୱ ଦରବାରରେ ଆଦୃତ କିର୍ତୀରାଜିର କଳାକାରୁକାର୍ଯ୍ୟ ଓ ସ୍ଥାପତ୍ୟ ପ୍ରତି ଅରୁଚିକର ଓ ଅଶାଳୀନ ମନ୍ତବ୍ୟ କୋଟିକୋଟି ଓଡିଆଙ୍କ ଧର୍ମୀୟ ଭାବନାକୁ କୁଠାରଘାତ ସହ ବିଶେଷକରି ଯୁବକ ଓ ଛାତ୍ରମାନଙ୍କୁ ଆନ୍ଦୋଳିତ କରୁଛି । ଓଡିଆ ଜାତିର ଐତିହ୍ୟ, ସଂସ୍କୃତି ପରମ୍ପରାକୁ ବିଶ୍ୱ ଦରବାରରେ ନିନ୍ଦିତ କରିବାର ଯେଉଁ ଅପଚେଷ୍ଟା ତାକୁ ଓଡିଶାବାସୀ କେବେହେଲେ ବରଦସ୍ତ କରିବେ ନାହିଁ । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହଯୋଗୀ ତଥା ବନ୍ଧୁ ଅଭିଜିତ୍ ଆୟାର୍(ଜଣେ ଅଣଓଡିଆ) ଯେଉଁଭଳି ଭାବରେ ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିରର କଳା କାରୁକାର୍ଯ୍ୟ ସ୍ଥାପତ୍ୟ ପ୍ରତି ଅଶାଳୀନ ମନ୍ତବ୍ୟ ରଖିଲେ ଏବଂଏହା ଏକ ମୁସଲମାନ ମାନଙ୍କର ଷଡଯନ୍ତ୍ର  ବୋଲି କହି ଓଡିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ସାଂପ୍ରଦାୟିକତାର ମଞ୍ଜି ବୁଣିବାକୁ ଯେଉଁ ଅପଚେଷ୍ଟା କରିଛନ୍ତିଏବଂ ପୂର୍ବତନ ସାଂସଦ ଶ୍ରୀ ପଣ୍ଡା ବିଶ୍ୱ ଜୈବବିବିଧତାର ପ୍ରକାଣ୍ଡ ଉସô ଚିଲିକା ଉପରେ ବେଆଇନ ଭାବେ  ହେଲିକାପ୍ଟର ଉଡାଇ ପରିବେଶ ନିୟମ ଉଲ୍ଲଘଂନ କଲେ ତାର ପ୍ରତିବାଦରେ ବିଜୁ ଯୁବଛାତ୍ର ଜନତା ଦଳ ସଭାପତି ଅମରେଶ ପତ୍ରୀ ଏବଂ ରାଣା ପ୍ରତାପ ପାତ୍ରଙ୍କନେତୃତ୍ୱରେ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକରେ ସମବେତ   ହୋଇ ବିକ୍ଷୋବ ପଦର୍ଶନ କରିଥିଲେ ।ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମ ଅବସରରେ ଯୁବ ବିଜେଡିର ସଭାପତି  ଅମରେଶ ପତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ,ଓଡିଆ ଜାତିର ଗର୍ବ ଓ ଗୌରବ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର କଳା ଓ ଐତିହ୍ୟକୁ ନିନ୍ଦା କରିଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଣ ଓଡିଆ ସାମ୍ବାଦିକ ବନ୍ଧୁ ଅଭିଜିତ ଆୟାରଙ୍କ ଓଡିଶାରକଳା,ସଂସ୍କୃତିଓ ପରମ୍ପରା ବିରୋଦ୍ଧି ମନ୍ତବ୍ୟ ଓଡିଶାର ପ୍ରତ୍ୟେକ ଓଡିଆଙ୍କ ଧାର୍ମୀକ ଭାବନାକୁ ଶକ୍ତ ଆଘାତ ଦେଇଛି । ସେଇଭଳି ଅନୁରୂପ ଭାବେ ପୂର୍ବତନ ସାଂସଦ ଶ୍ରୀ ପଣ୍ଡା ଯେଉଁ ଭଳି  ବେଆଇନ ଭାବେ କାମ ଉଚ୍ଚତାରେ ହେଲିକାପ୍ଟର ଉଡାଣ କରିବା ସହ ସ୍ଥାନୀୟ ଅଂଚଳବାସୀ ତଥା ପର୍ଯ୍ୟଟକଏବଂମତ୍ସ୍ୟଜୀବୀ ମାନଙ୍କୁ ଭୟଭିତ କରି ଚିଲିକାର ଜୈବ ବିବିଧତାକୁ ନଷ୍ଟ କରିବାକୁଯେଉଁ ଅପଚେଷ୍ଟା କରିଛନ୍ତି, ସେଥିପାଇଁ ଓଡିଆ ସଂସ୍କୃତି ଓ ପରମ୍ପରାବିରୋଧୀ  ଅଭିଜିତ୍ ଆୟରଙ୍କୁ ତୁରନ୍ତ ଗିରଫ କରାଯିବା ସହ ପରିବେଶ ସୁରକ୍ଷାଆଇନର  ଉଲ୍ଲଘଂନକାରୀ ପୂର୍ବତନ ସାଂସଦ ଶ୍ରୀ ପଣ୍ଡାଙ୍କ ବିରୋଧରେ  ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଥିଲେ ।

ଏହି ଅବସରରେ ଛାତ୍ର ବିଜେଡିର ସଭାପତି ରାଣା ପ୍ରତାପ ପାତ୍ର କହିଥିଲେ ଯେ ବିଶ୍ୱ ପ୍ରସିଦ୍ଧ କୋଣାର୍କମନ୍ଦିରର ଐତିହ୍ୟ କଳାକାରୁକାର୍ଯ୍ୟ ସ୍ଥାପତ୍ୟ ବିରୁଦ୍ଧରେଏଭଳି ଅଶାଳୀନ ଅରୁଚିକର ମନ୍ତବ୍ୟକୁ ଓଡିଶାର ଛାତ୍ର ସମାଜ କେବେହେଲେ ବରଦାସ୍ତ କରିବ ନାହିଁ ।ଓଡିଶା ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ଦେଶ । ଏଠି ଓଡିଶାର କଳାସଂସ୍କୃତିକୁ ବିଶ୍ୱ ଦରବାରରେ ନିନ୍ଦିତ କରିବା ଏବଂ ସମ୍ପ୍ରଦାୟିକତାର  ମଞ୍ଜି ବୁଣିବାର ଅପଚେଷ୍ଟା କରିଥିବା ଅଣ ଓଡିଆ ଅଭିଜିତ୍ କ୍ଷେତ୍ରରେ ପୂର୍ବତନ ସାଂସଦ ଶ୍ରୀ ପଣ୍ଡା ଜଣେ ଓଡିଆ ହୋଇ ଚୁପ ରହିବ ସମଗ୍ର ଓଡ଼ିଆ ଜାତି ପ୍ରତି ଅପମାନ | ତତତ୍ସହିତ ଚିଲିକା ଭଳି ବିଶ୍ୱ ଜୈବବିବିଧତାର ଅନନ୍ୟ  ଉତ୍ସ ଚିଲିକା ଉପରେ ବେଆଇନ ଭାବେ ହେଲିକାପ୍ଟର ଉଡାଇଥିବା ପୂର୍ବତନ ସାଂସଦ ପଣ୍ଡାଙ୍କ ବିରୋଧରେରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁଁ ଦାବିକରିଥିଲେ । ଏହି ଅବସରରେ ବିଜୁ ଯୁବଛାତ୍ରଜନତା ଦଳର କର୍ମୀମାନେ ପୂର୍ବତନ ସାଂସଦ ଶ୍ରୀ ପଣ୍ଡାଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ  ଲେଖାଯାଇଥିବା ପ୍ଲାକାର୍ଡ ପ୍ରଦର୍ଶନ କରିବାସହ ନାରାବାଜି କରିଥିଲେ । ଶେଷରେ ଶ୍ରୀ ପଣ୍ଡାଏବଂ ଅଭିଜିତ୍ ଆୟାରଙ୍କ  କୁଶ ପୂତଳିକା ଦାହ କରାଯାଇଥିଲା । ଆଜିର ଏହି ବିକ୍ଷୋଭ ଏବଂ କୁଶ ପୁତଳିକା ଦାହ କାର୍ଯ୍ୟକ୍ରମରେ ବିଜୁ ଯୁବଜନତା ଦଳର ଉପଦେଷ୍ଟା  ଅମରେଶ ଜେନା,ମହାସଚିବ ଶିଶିର ପରିଜା ଉପସଭାପତି ଦୁର୍ଗା ସାମନ୍ତରାୟ, ରାଜକମଲ ଜେନା  ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ଜେନା, ଦେବାଶିସ ସିଟ୍, ଧ୍ରୁତି ରଞ୍ଜନ ମାର୍ଥା, ପ୍ରମୋଦ କୁମାର ମହାପାତ୍ର ସମ୍ପାଦକ ମଳୟ ରଞ୍ଜନ ପତି, ଆଶିଷ ରଞ୍ଜନ ମିଶ୍ର, ସୁଭ୍ରାଂସୁ ନାରାୟଣ ମିଶ୍ର, ପୃଥିରାଜ ପଣ୍ଡା ସାଙ୍ଗଠନିକ ସମ୍ପାଦକ ତାରିଣି ପ୍ରସାଦ ନାୟକ, ପୁଣ୍ଣେନ୍ଦୁ ପୁଜାପଣ୍ଡା, ଭୁବନେଶ୍ୱର ଜିଲ୍ଲା ଯୁବସଭାପତି ଅମରଜି ତ୍ସେନାପତି ଓ କାର୍ଯ୍ୟକାରୀ ସଭାପତି ସୁଜିତ୍କୁମାର ସ୍ୱାଇଁ ଏବଂ ବିଜୁଛାତ୍ର ଜନତା ଦଳର ଉପଦେଷ୍ଟା ଚିନ୍ମୟ ସାହୁ ଉପସଭାପତି ଭେଲମନ୍ ନାୟାର୍, ସାଧାରଣ ସମ୍ପାଦକ ସୁଜିତ୍ ପାଲଟାସିଂ, ମିକୁ ପ୍ରଧାନ, ପ୍ରଦୋଷ ପରିଡା, ଶ୍ରୀଚନ୍ଦନ ପାତ୍ର, ଦୀପକ ବେହେରା ସମ୍ପାଦକ ପ୍ରମୋଦ ପାତ୍ର, ଦିପକ ସାହୁ ସାଂଗଠନିକ ସମ୍ପାଦକ ଯୋଗେଶ ଜେନା, ସଂସଦ ନାୟକ, ମନୋଜ ପଶ୍ଚିମ କବାଟ ଯୋଗ ଦେଇଥିଲେ ।

 

0
0
0
s2sdefault