ହେଡଲାଇନସ୍:

ପ୍ରତି ନିର୍ବାଚନ ମଣ୍ଡଳୀରେ ସେପ୍ଟେମ୍ବର ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ମହିଳା ବିଜେଡି ପକ୍ଷରୁ ସମାବେଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ ଲୋକଙ୍କ ପାଖରେ ପହଁଚାଇବ ବିଜେଡି " 

ଭୁବନେଶ୍ୱର : : କେନ୍ଦ୍ରରେ ବିଜେପି ଶାସିତ ସରକାର ଆମ ରାଜ୍ୟ ତଥା ଦେଶର ଯୁବକ-ଯୁବତୀ ଓ ନାଗରିକମାନଙ୍କ ଅର୍ଥନୈତିକ, ରାଜନୈତିକ ଓ ସାମାଜିକ ବିକାଶ ଘଟାଇବା ପରିବର୍ତ୍ତେ ଯେପରି ତାତ୍ସଲ୍ୟପୂର୍ଣ୍ଣ ମନ୍ତବ୍ୟ ଦେଇଚାଲିଛନ୍ତି, ସେ ସବୁକୁ ସମାଜର ସର୍ବନିମ୍ନ ସ୍ତରରେ ପହଞ୍ଚାଯିବ । ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ ୨୪ ତାରିଖ ଦିନ ମହିଳା ବିଜେଡି ରାଜ୍ୟ ସ୍ତରୀୟ ସମାବେଶରେ ଯୋଗ ଦେଇ ପ୍ରକାଶ କରିଥିଲେ ଯେ ଓଡ଼ିଶାର ପ୍ରତିଟି ନିର୍ବାଚନ ମଣ୍ଡଳୀରେ ସେପ୍ଟେମ୍ବର ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ମହିଳା ବିଜେଡି ପକ୍ଷରୁ ସମାବେଶ କରାଯିବ । ରାଜ୍ୟ ସରକାରଙ୍କ ସଫଳତାର ବାର୍ତ୍ତା, ଅଧିକରୁ ଅଧିକ ମହିଳାଙ୍କୁ ଅର୍ଥନୈତିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ନିମନ୍ତେ ପ୍ରୋତ୍ସାହିତ କରାଇବା, ମହିଳା ଚାଷୀଙ୍କୁ ଓ ଜୀବିକା ନିର୍ବାହରେ ସଫଳ ମହିଳାଙ୍କୁ ସମ୍ମାନ ଦେବା, ମହିଳାଙ୍କ ରାଜନୈତିକ, ସାମାଜିକ ତଥା ସାଂସ୍କୃତିକ କ୍ଷେତ୍ରରେ ସଶକ୍ତିକରଣ, ତୃଣମୂଳ ସ୍ତର ପର୍ଯ୍ୟନ୍ତ ମହିଳାଙ୍କୁ ସଂଗଠିତ କରିବା ଏବଂ ମହାନଦୀ, ପୋଲାଭରମ୍‍ ତଥା ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ସଂପର୍କୀୟ ବିଭିନ୍ନ ପ୍ରସଂଗକୁ ଏହି ସମାବେଶ ଦ୍ୱାରା ଘରେ ଘରେ ପହଞ୍ଚାଇବ ବିଜୁ ମହିଳା ଜନତା ଦଳ । ଏହାଛଡ଼ା ଓଡ଼ିଶା ପ୍ରତି କେନ୍ଦ୍ରର ଅବିଚାର, ଭାରତବର୍ଷର ରାଜନୈତିକ ପରିସ୍ଥିତି ଏବଂ ଏଭଳି ପରିସ୍ଥିତିରେ ଓଡ଼ିଶା କେତେ ଲାଭାନ୍ୱିତ ଓ କ୍ଷତିଗ୍ରସ୍ତ ହୋଇଛି, ଓଡ଼ିଶାର ପ୍ରଗତି, ଅଗ୍ରଗତି ଓ ବିକାଶ କେତେ ହୋଇଛି, ବିଶେଷକରି ମହିଳାମାନଙ୍କ ସମାଜ ଗଠନରେ ଅବଦାନ, ଯୋଗଦାନ ଏବଂ ଭବିଷ୍ୟତରେ ସେମାନଙ୍କ ସକ୍ରିୟ ଅଂଶଗ୍ରହଣକୁ ଗୁରୁତ୍ୱ ଦେବା ଏହି ସମାବେଶର ମୂଳ ଲକ୍ଷ୍ୟ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଶ୍ରୀମତୀ ପ୍ରମିଳା ମଲିକ, ଉପ-ସଭାନେତ୍ରୀ ତଥା ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଦଳର ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର ଓ ସାଧାରଣ ସଂପାଦକ ଡ. ଅରୁଣ କୁମାର ସାହୁ କହିଥିଲେ ।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଦଳୀୟ ପ୍ରତିନିଧିମାନେ କହିଥିଲେ ଯେ ରାଜନୀତିରେ ମହିଳାମାନଙ୍କ ସକ୍ରିୟ ଅଂଶ ଗ୍ରହଣ କରିବା ପାଇଁ ସ୍ୱର୍ଗତ ବିଜୁ ପଟ୍ଟନାୟକ ୩୩ ଭାଗ ସ୍ଥାନ ସଂରକ୍ଷଣ କରିଥିବା ବେଳେ ତାଙ୍କ ପୁତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହାକୁ ବୃଦ୍ଧି କରି ୫୦ ପ୍ରତିଶତ ମହିଳା ରାଜନୀତିରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି । ମହିଳାମାନଙ୍କୁ ରାଜନୈତିକ, ଅର୍ଥନୈତିକ, ସାମାଜିକ କ୍ଷେତ୍ରରେ ଉନ୍ନତ କରିବା ସହ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱୟଂ ସାହାୟିକା ଗୋÂୀ ମାଧ୍ୟମରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥôକ ସହାୟତା ଯୋଗାଇ ଦେଉଛନ୍ତି । ମହିଳାମାନେ ଆଗରୁ ଜାଣିନଥିଲେ, ସରକାର କ’ଣ, ରାଜନୀତି କ’ଣ, ଅର୍ଥନୀତି କ’ଣ । କିନ୍ତୁ ବର୍ତ୍ତମାନ ବ୍ୟାଙ୍କମାନଙ୍କରେ ଯେପରି ମହିଳାମାନଙ୍କ ଭିଡ଼ ଦେଖାଯାଉଛି, ସେଥିରୁ ଜଣାପଡୁଛି ଯେ ମହିଳାମାନେ ନିଶ୍ଚିତ ଭାବରେ ସଶକ୍ତ ହେଲେଣି । ଏହା କେବଳ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହିଁ ସମ୍ଭବ ହୋଇପାରିଛି । ମହିଳାମାନଙ୍କ ପାଇଁ ରାଜ୍ୟରେ ଯେଉଁ ଯୋଜନା କାର୍ଯ୍ୟକାରୀ ହେଉଛି, ସେଥିରୁ ଉପକୃତ ହେବା ପାଇଁ ଆଜି ମହିଳାମାନେ ସଚେତନ ହୋଇପାରିଛନ୍ତି । ମମତା ଯୋଜନାରେ ମହିଳା ଓ ଶିଶୁଙ୍କୁ ସୁରକ୍ଷା, ମହିଳା କୃଷକଙ୍କୁ ରାଜ୍ୟ ସରକାର ସମ୍ମାନିତ କରିବା, ଖାଦ୍ୟ ସୁରକ୍ଷା ଯୋଜନାରେ ମହିଳାମାନଙ୍କୁ ଘରର ମୁରବୀ ଭାବରେ ମାନ୍ୟତା ପ୍ରଦାନ, ପିଏମ୍‍ଏୱାଇ ଯୋଜନାରେ କାର୍ଯ୍ୟାଦେଶରେ ପରିବାରର ମହିଳାଙ୍କ ନାମ ରହିବା, ଛାତ୍ରୀମାନଙ୍କୁ ସାଇକେଲ୍‍ ଠାରୁ ଆରମ୍ଭ କରି ଲାପ୍‍ଟପ୍‍ ପର୍ଯ୍ୟନ୍ତ ଦିଆଯିବା, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୫ ହଜାରରୁ ଊଦ୍ଧ୍ୱର୍ ଛାତ୍ରୀନିବାସ କରିବା, ପ୍ରତ୍ୟେକ ଜିଲ୍ଲାର ଯୋଜନା ବୋର୍ଡରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ରଖାଯିବା ସହ ସଭ୍ୟ ହେବାର ସୁଯୋଗ ଦେବା, ପ୍ରତି ମହିଳାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବା, ସ୍ୱୟଂ ସହାୟିକା ଗୋÂୀ ମାଧ୍ୟମରେ ମହିଳାମାନଙ୍କୁ ‘ଓଡ଼ିଶା ଜୀବିକା ମିଶନ’ ଯୋଜନାରେ ସାମିଲ କରି ବୈଷୟିକ ତାଲିମ ଦେବା ଯୋଗୁ ମହିଳାମାନଙ୍କ ବୌଦ୍ଧିକ ବିକାଶ ବୃଦ୍ଧି ପାଇଛି, ଯେଉଁଥିରେ ବିଜୁ ଜନତା ଦଳ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅବଦାନ ଅତୁଳନୀୟ ।

ଏପରିସ୍ଥଳେ କେନ୍ଦ୍ରରେ ବିଜେପି ଶାସିତ ସରକାର ଓଡ଼ିଶାର ଉନ୍ନତି ପାଇଁ ବାଧକ ସାଜିଛି । ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ୍‍ ନିର୍ମାଣ କରିବା କ୍ଷେତ୍ରରେ ଛତିଶଗଡ଼କୁ ସାହାଯ୍ୟ କରି ତଳମୁଣ୍ଡରେ ଥିବା ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥକୁ ଉପେକ୍ଷା କରିବା, ରନ୍ଧନ ଗ୍ୟାସ୍‍, ପେଟ୍ରୋଲ ଓ ଡିଜେଲ୍‍ ଦର ବୃଦ୍ଧି କରି ଜନସାଧାରଣଙ୍କୁ ହନ୍ତସନ୍ତ କରିବା ଆଦି ବାର୍ତ୍ତାକୁ ବିଜୁ ମହିଳା ଜନତା ଦଳ ଓଡ଼ିଶାର ପ୍ରତ୍ୟେକ ଘରେ ଘରେ ପହଞ୍ଚାଇବ । ଧାନର ସହାୟକ ମୂଲ୍ୟ ବୃଦ୍ଧି କିମ୍ବା ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରଦାନ କ୍ଷେତ୍ରରେ ହେଉ, କେନ୍ଦ୍ର ସରକାର କୌଣସି କ୍ଷେତ୍ରରେ ସାହାଯ୍ୟ କରୁନାହାନ୍ତି, ବରଂ କହୁଛନ୍ତି, ଯଦି ଗରିବୀ ଦେଖିବ ତ ଓଡ଼ିଶାକୁ ଚାଲ । ଏଭଳି ତାତ୍ସଲ୍ୟଭରା ବକ୍ତବ୍ୟ ନିଶ୍ଚିତରୂପେ ଦୁଃଖଦାୟକ । ‘ଅଚ୍ଛେଦିନ୍‍’ ଆସିବ ବୋଲି ଯେଉଁ ନାରା ଦେଇଥିଲା ବିଜେପି, ତାହା ଆଜି ସ୍ୱପ୍ନରେ ପରିଣତ ହୋଇଛି । ‘ଅଚ୍ଛେଦିନ୍‍’ ଆସିଛି କେବଳ ନିରବ ମୋଦି ଓ ବିଜୟ ମାଲ୍ୟାଙ୍କ କ୍ଷେତ୍ରରେ । ମହିଳାମାନଙ୍କ ପାଇଁ ରନ୍ଧନ ଗ୍ୟାସ୍‍ କ୍ଷେତ୍ରରେ ସୁବିଧା ଦେବାକୁ ଯାଇ ‘ଉଜ୍ଜ୍ୱଳା ଯୋଜନା’ କରିବା ପରେ ସବ୍‍ସିଡି ଯୁକ୍ତ ରନ୍ଧନ ଗ୍ୟାସ୍‍ ମୂଲ୍ୟ ବଢ଼ାଇବା ଦ୍ୱାରା ଉକ୍ତ ଯୋଜନାରେ ହିତାଧିକାରୀଙ୍କୁ ଉପହାସ କରାଯାଇଛି, ଯାହାଫଳରେ ମହିଳାମାନେ ଆଉଥରେ ଦ୍ୱିତୀୟଥର ରିଫିଲ୍‍ ନେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଯେଉଁ ମହିଳାମାନଙ୍କ ନାମରେ ଉଜ୍ଜ୍ୱଳା ଯୋଜନାର କାର୍ଡ ହୋଇଥିଲା, ସେହି କାର୍ଡଗୁଡିକ ବର୍ତ୍ତମାନ ଗାଁର କିଛି ବିଜେପି କର୍ମୀଙ୍କ ନିକଟରେ ଅଛି । ଯାହାଫଳରେ ଏବେ ଗ୍ୟାସ୍‍ ସିଲିଣ୍ଡର ଓ ଚୁଲା ଖତ ଖାଇବାରେ ଲାଗିଲାଣି । ବିଜେପି ନିଜର ବିଜ୍ଞାପନ ବାବଦରେ ପାଖାପାଖି ୫୦୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଯେଉଁ ସୀମା ସୁରକ୍ଷା ବାହିନୀଙ୍କ ପାଇଁ ଆମେ ଶାନ୍ତିରେ ଶୋଇପାରୁଛୁ, ସେହି ସୈନ୍ୟମାନଙ୍କୁ ବିଜେପି ପରାମର୍ଶ ଦେଉଛି ଯେ ଏଥର ନିଜ ଅର୍ଥରେ ନିଜର ପୋଷାକ କିଣ । ବେକାର ଯୁବକ-ଯୁବତୀଙ୍କୁ କେନ୍ଦ୍ର ବିଜେପି ସରକାର ନିଯୁକ୍ତି ଦେଇନପାରି କହୁଛନ୍ତି, ତୁମେମାନେ ପକୁଡ଼ି ବିକ୍ରି କର । ଏଭଳି ତାତ୍ସଲ୍ୟପୂର୍ଣ୍ଣ ବକ୍ତବ୍ୟକୁ ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ସମାବେଶ ଜରିଆରେ ଜନସାଧାରଣଙ୍କ ନିକଟରେ ମହିଳା ବିଜେଡି ପହଞ୍ଚାଇବ ବୋଲି ଶ୍ରୀମତୀ ମଲିକ, ଶ୍ରୀମତୀ ଛୁରିଆ, ଶ୍ରୀ ମିଶ୍ର ଏବଂ ଡା. ସାହୁ କହିଛନ୍ତି ।

0
0
0
s2sdefault