ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମନ୍ତ୍ରୀ ଅଶୋକଙ୍କ ସମେତ ବହୁ କର୍ମକର୍ତ୍ତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ଗତକାଲି ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକ ଦଳର ୭ଜଣ ନେତାଙ୍କୁ ବିଭିନ୍ନ ସାଂଗଠନିକ ଦାୟିତ୍ୱ ଦେଇଥିଲେ । ସେଥିମଧ୍ୟରୁ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ଦିଆଯାଇଥିଲା । ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ସଭାପତି ଭାବେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପଣ୍ଡା ଦାୟିତ୍ୱ ନେବା ପରେ ଦଳର ସଭାପତି ଶ୍ରୀ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଜି ଅଶୋକ ଚନ୍ଦ୍ର ପଣ୍ଡା ନେତୃତ୍ୱରେ ଭୁବନେଶ୍ୱରର ସମସ୍ତ କର୍ପୋରେଟର୍‍, ଦଳର ଛାମୁଆ ସଂଗଠନର ବହୁ କର୍ମକର୍ତ୍ତା ନବୀନ ନିବାସକୁ ଯାଇ ମାନ୍ୟବର ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ଭେଟି ଶ୍ରୀ ପଣ୍ଡାଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଥିବାରୁ ଶୁଭେଚ୍ଛା ଜଣାଇଥିଲେ । ଏହି ଦାୟିତ୍ୱ ସୂଚାରୁରୂପେ ନିର୍ବାହ କରିବା ସହିତ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ମଜଭୁତ କରିବେ ବୋଲି ଏହି ଅବସରରେ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି ।

ଆଜିର ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି, ରାଜ୍ୟ ସଂପାଦକ ଵୀରଞ୍ଚୀ ନାରାୟଣ ମହାସୁପକାର, ଯୁବ ବିଜେଡି ଉପଦେଷ୍ଟା ରଞ୍ଜିତ ମହାପାତ୍ର, ଯୁବ ବିଜେଡି ଉପ-ସଭାପତି ଦୁର୍ଗା ସାମନ୍ତରାୟ, କାର୍ଯ୍ୟକାରୀ ସଭାପତି ସୁଜିତ ସ୍ୱାଇଁ, ବିଜେଡି ଉପ-ସଭାନେତ୍ରୀ ମହାମାୟା ସ୍ୱାଇଁ, କେନ୍ଦୁଝର ନିର୍ବାଚନ ମଣ୍ଡଳୀସ୍ତରୀୟ ପର୍ଯ୍ୟବେକ୍ଷକ ସଂଗ୍ରାମ ପାଇକରାୟ, ଛାତ୍ର ବିଜେଡି ଭୁବନେଶ୍ୱର ଜିଲ୍ଲା ସଭାପତି କଳ୍ପତରୁ ଓଝା, ଜୋନ୍‍ ସଭାପତି ଅଜିତ ବେହେରାଙ୍କ ସମେତ ବହୁ କର୍ପୋରେଟର୍‍ ଉପସ୍ଥିତ ଥିଲେ ।  ସୂଚନାଯୋଗ୍ୟ ଯେ ସ୍ବର୍ଗତ ବାବୁଲି ମିଶ୍ରଙ୍କ ଭଳି ଅପେକ୍ଷାକୃତ କନିଷ୍ଠ ନେତାଙ୍କ ସ୍ଥାନରେ ଅଶୋକଙ୍କ ସଭାପତି କରାଯିବା ପରେ ତାଙ୍କର ମର୍ଯ୍ୟାଦା ହାନି ହୋଇଛି ବୋଲି କିଛି ଯୁବନେତା ଭାବୁଥିବ ବେଳେ ଆଜି ଅଶୋକ ଏହି ନିଯୁକ୍ତିରେ ସନ୍ତୋଷ ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ସଦଳବଳେ ଦେଖାକରି କୃତଜ୍ଞତା ଜଣାଇବା ଘଟଣା ସେ ଆଲୋଚନାରେ ପୂର୍ଣ୍ଣଛେଦ ଆପାତତଃ ପକାଇଛି | କାରଣ ସ୍ବର୍ଗତ ବାବୁଲି ମିଶ୍ର ଥିଲେ ଅଶୋକଙ୍କ ବାଧ୍ୟ ଅନୁଗତ | ହେଲେ ଆଜିର ଯୋଗଦାନ ଉତ୍ସବରେ କାର୍ଯ୍ୟକାରୀ ସଭାପତି ବାବୁ ସିଂ ଉପସ୍ଥିତ ନରହିବା ବା ଯଦି କେଉଁଠି ଥିବେ ଗଣମାଧ୍ୟମ କ୍ୟାମେରା ଆଗରେ ନ ଆସିବା ଦଳୀୟ ମହଲରେ କିଛିଟା ଅସନ୍ତୋଷ ଥିବା ଇଙ୍ଗୀତ କରୁଛି |

0
0
0
s2sdefault