ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ 

ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ବିଜୁ ଜନତା ଦଳର ଢେଙ୍କାନାଳ ଜିଲ୍ଲା ସହ-ପର୍ଯ୍ୟବେକ୍ଷକ ଭାବେ ମୋତେ ଦାୟିତ୍ୱ ଦେଇଥିବାରୁ ମୁଁ ତାଙ୍କ ନିକଟରେ ଗଭୀର କୃତଜ୍ଞତା ଜ୍ଞାପନ କରୁଛି । ଆଗାମୀ ଦିନରେ ଢେଙ୍କାନାଳ ଜିଲ୍ଲାରେ ବିଜେଡିର ସ୍ଥିତିକୁ କିଭଳି ଆହୁରି ମଜଭୁତ କରାଯାଇପାରିବ ଏବଂ ବିଜୁ ଜନତା ଦଳର ନୀତି, ଆଦର୍ଶ ଓ ଆଭିମୁଖ୍ୟ ବ୍ୟାପକ ଭାବରେ ସାଧାରଣ ଲୋକଙ୍କ ପାଖରେ ପହଂଚିପାରିବ   ସେଥିପାଇଁ ମୁଁ ନିଷ୍ଠା  ଓ ଆନ୍ତରିକତାର ସହ କାର୍ଯ୍ୟ କରିବି । ଏହାସହ ବିଜେଡି ସରକାରଙ୍କ ସମସ୍ତ ଜନହିତକର କାର୍ଯ୍ୟକ୍ରମ ଦ୍ୱାରା ସାଧାରଣ ଲୋକ ଯେପରି ଅଧିକରୁ ଅଧିକ ଉପକୃତ ହୋଇପାରିବେ ସେଥିପାଇଁ ଉଦ୍ୟମ ଜାରି ରଖିବି ବୋଲି ବିଜୁ ଜନତା ଦଳର ରାଜ୍ୟ ସଂପାଦକ ତଥା ଢେଙ୍କାନାଳ ଜିଲ୍ଲା ପାଇଁ ନବ ନିଯୁକ୍ତ ସହ-ପର୍ଯ୍ୟବେକ୍ଷକ ବିଜୟ ନାୟକ ନିଜର ପ୍ରତିକ୍ରିୟାରେ କହିଛନ୍ତି ।

0
0
0
s2sdefault