ହେଡଲାଇନସ୍:

କେତେ ବାଟ ନେବ ଦାମଙ୍କ ନବୀନ ବିରୋଧୀ ଲଢେଇ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡ ଯାଇଛନ୍ତି  ଫସର ଫାଟି....ଇଏ କାଳେ ଦେବେ ବେସର ବାଟି !!!! 

ଭୁବନେଶ୍ୱର : ବିଜେଡି ରାଜନୀତିରେ ବିଦା ହେଵା ପର୍ବ ଆରମ୍ଭ ହୋଇଥିଲା ଓଡିଶା ରାଜନୀତିର ପ୍ରଭାବଶାଳୀ ନେତା ବିଜୟ ମହାପାତ୍ରଙ୍କ ଠାରୁ | ବିଜେଡିର ପ୍ରଥମ କାଜୁଆଲଟି ହୋଇ  ବିଜୟ ମହାପାତ୍ର ଗଲେ | ଓଡିଶା ରାଜନୀତିର ୪ଜଣଙ୍କ ସାରା ରାଜ୍ୟରେ କିଛି ସଂଗଠନ ଥିଲା | ବ୍ଲକ ସ୍ତରର ସଂଗଠନ ପର୍ଯ୍ୟନ୍ତ ଏହି ୪ ନେତାଙ୍କ ପ୍ରବେଶ ଥିଲା | ସେମାନେ ଥିଲେ ବିଜୁ ବାବୁ, ଜାନକୀ ବାବୁ, ଲୁଲୁ ବାବୁ ଆଉ ବିଜୟ ବାବୁ | ପ୍ରଶାସକ ରାଜନେତା ଭାବେ ପ୍ୟାରୀବାବୁଙ୍କ ପେନିଟ୍ରେସନ ଥିଲା ପଂଚାୟତ ରାଜନୀତି ପର୍ଯ୍ୟନ୍ତ | ଏମାନଙ୍କ ମଧ୍ୟରୁ ୪ଜଣଙ୍କ ପରଲୋକ ଘଟିଲାଣି | ବଞ୍ଚିଛନ୍ତି କେବଳ ବିଜୟ ବାବୁ ଓରଫ ବିଜୟ ମହାପାତ୍ର | ବିଜେଡିରୁ ବିଦା ହୋଇ ଯିବା ପରେ ବିଜୟ ମହାପାତ୍ର କିଛି ତାଡୀପକାଇବେ ବୋଲି ଧାରଣା ହେଉଥିଲା | ହେଲେ କିଛି ହେଲାଣି | ରାଜ୍ୟବ୍ୟାପୀ ଅନୂଗାମୀ ସୃଷ୍ଟି କରିଥିବା, ତଥା ଏକଦା  ମୋଷ୍ଟ ପୱାରଫୁଲ ତଥା ଏକ ସମୟର ସୁପର ଚିଫମିନିଷ୍ଟର ବିଜୟ ବାବୁ ରାଜନୀତି ଚକିରେ  ଏମିତି ପେଷି ହୋଇ ଗଲେଣି ୨୦ ବର୍ଷ ହେଲା ପେଷି ହୋଇ ଗଲେଣି ସେ ନିଜେ ଜାଣନ୍ତି | ସେ  ବିଜୟ ମହାପାତ୍ର ବୋଲି ଅନ୍ତତଃ କର୍ପୁର ଉଡି ଯାଇ ଥିବା କନା ଧରି ହଲହଲ କରି ଓଡିଶା ରାଜନୀତି ଦାମ୍ଭିକତାରରେ ସହ ବଞ୍ଚିଛନ୍ତି | ତାପରେ ଗଜମ ଟାଇଗର ରାମକୃଷ୍ଣ ପଟ୍ଟନାୟକ ଗଲେ ଯେ ଏବି କାଁ ଭାଁ ତାଙ୍କ ନାଁ ଅକାଳେ ସକାଳେ କୁଆଡେ କିଏ ମାନେ ପକାଉଛନ୍ତି କି ନାହିଁ | ଅନ୍ୟତମ ରଥି ତଥା ବିଜୁ ବାବୁଙ୍କ ଖାସ ତ୍ରିମୁର୍ତ୍ତିରୁ ଅନ୍ୟତମ ନଳିନୀ ମହାନ୍ତି (ଯେ କି ଲୋକଙ୍କ ଭିତରେ ବେଶ ଗ୍ରହଣୀୟ ଥିଲେ, ଏପରିକି ଦାମ ବାବୁଙ୍କ ଠାରୁ ବି ତାଙ୍କର ଫ୍ରେନ୍ଡ ଫଲୋଅର ଅଧିକ ଥିଲେ )  ବିଜେଡିରୁ ଗଲେ ଯେ ବେଶିଦିନ ତାଙ୍କ ପତିଆରାକୁ ରଖି ପାରିଲେନି | ବ୍ରଜ ବାବୁଙ୍କ ଭଳି ଲୋକ ଦଳରୁ ଯିବା ପରେ ବି ତାଙ୍କ  ପ୍ରଭାବ ଅସ୍ତିତ୍ଵହୀନ ହୋଇଗଲା | ଆଉ ସବୁଠାରୁ  ସବୁଠାରୁ ପ୍ରଭାବଶାଳୀ ତଥା ରାଜ୍ୟକୁ ଟିପ ଅଗରେ ହଲାଉଥିବା ବା ସମଗ୍ର ରାଜ୍ୟକୁ ନିଜ ନଖ ଦର୍ପଣରେ ରଖିଥିବା ପ୍ୟରିବାବୁ ବେଈମାନ ଆଖ୍ୟାନେଇ ଗଲେ ଯେ ବିସ୍ଫୋରଣ କରିବେ କରିବେ ବୋଲି କହି ନିଜେ କେତେବେଳେ ଅଜ୍ଞାତବାସରେ ରହି ରହି ସ୍ଵର୍ଗବାସୀ ହୋଇ ଗଲେ ଜଣା ପଡିଲାନି | ବ୍ରହ୍ମଅସ୍ତ୍ର ମାରିବେ ବୋଲି କହି କହି ସରଶଯ୍ୟାରେ ରହି ରହି ଦେହତ୍ୟାଗ କଲେ | ତାପରେ ବିଚକ୍ଷଣ ରାଜନୀତିଜ୍ଞ ଡ଼ ପ୍ରଫୁଲ୍ଲ ଘଡେଇ ବିଦା ହେଲେ ପଦେ କଥା କହି | ଚତୁରତା ଦୃଷ୍ଟିରୁ ସେ ନିରବ ରହିଲେ | ଜଣେ ଶ୍ରମିକ ନେତା ଭାବେ ତାଙ୍କର ଅସ୍ତିତ୍ବ ତାଙ୍କୁ ଏବେ ନିଜ ନିର୍ବାଚନମଣ୍ଡଳୀ ସମ୍ମାନର ସହ ରହିବାର ସୁଯୋଗ ଦେଇଛି |  ଆଉ ଏବେ ପ୍ରଫୁଲ୍ଲ ଘଡେ଼ଇଙ୍କ ଠାରୁ ଅନେକଗୁଣ କଠୋର ସମାଲୋଚନା କରି ସରକାରଙ୍କୁ ବା ନବୀନ ବାବୁଙ୍କୁ ଓପନ ଅପଦସ୍ତ  କରିବା ସତ୍ତ୍ୱେ ଦାମ ବାବୁଙ୍କ ବିରୋଧରେ କାର୍ଯାନୁଷ୍ଠାନ ବିଳମ୍ବକୁ ନେଇ ବିଭିନ୍ନ ମହଲରେ ଆଶଙ୍କା ପ୍ରକାଶ ପାଇଥିଲା | ହେଲେ ଶେଷରେ ସେ ଦଳ ବିରୋଧୀ କାମ ପାଇଁ ଦଳରୁ ବିଦା ହେଲେ | 

କ୍ଷମତାରେ ବା ପଦ ପଦବୀରେ ଥିବା ବେଳେ ଭିନ୍ନ ଆଚାର, ବିଦା ହେଲା ପରେ ବିଜୁ ବିଚାର ରୀତିରେ ବାରମ୍ବାର ମନ୍ତବ୍ୟ ବଦଳାଇବାରେ ବିଶ୍ୱାସ କରୁଥିବା ଦାମ ବାବୁ ଏବେ ବିଦା ହେବ ପରେ ଗଣମାଧ୍ୟମରେ ଛାଇ ରହିଛନ୍ତି | ଯେମିତି କିଛି ନେତା ତଡା ଖାଇବା ପରେ ଗଣମାଧ୍ୟମ ସେମାନଙ୍କ ସକାଳୁ  ଉଠିବା ଠାରୁ ଶେଜକୁ ଯିବା ପର୍ଯ୍ୟନ୍ତ ଜଗି ବସନ୍ତୀ , ସେମିତି ଏବେ ଦାମଙ୍କ ଦୁଆରେ ମିଡ଼ିଆ ଡେ଼ରା ପକାଇଛି ଆଉ ଘନ ଘନ ଟିଭିରେ ଦେଖାଉଛି|  ଦଳରୁ ଦାମ ତଡା ଖାଇବା ପରେ ତାଙ୍କୁ ଦେଖା କରିଥିଲେ କିଛି ଦିନ ତଳେ ବିଜେଡିରୁ ତଡା ଖାଇ ଥିବା ବୈଜୟନ୍ତ | ଆଉ ଦଳରୁ ତଡା  ଖାଇବା ପୂର୍ବରୁ " ମୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କିଛି କହୁନି ବୋଲି କହିଥିବା ଦାମ ତଡା ଖାଇବା ପରେ ବୟାନ ବଦଳାଇ କହିଲେ " ନବୀନ ବାବୁ ରାଜ୍ୟରୁ ଯେତେ ଶୀଘ୍ର ଯିବେ ସେତେ ଶୀଘ୍ର ଦେଶର ମଙ୍ଗଳ ହେବ|" ବୋଲି କହିଲେ | ଏପରିକି ବିଜୁ ଲିଗାସୀ ଏକାଠି ହେବେ ଓ ଦଳ କରିବେ  ବୋଲି ଏବେ ହଲା  ହେଉଛି | କୁଆଡେ ନବୀନଙ୍କ ଶଙ୍ଖକୁ ଏ ନୂଆ ଦଳ କୁଆଡେ ବଇଁଶୀ ରଖିବେ ବୋଲି ଶୁଣିବାକୁ ପଡିବେ | କିଏ କିଏ ଏ ବଇଁଶୀ ଫୁଙ୍କିବାକୁ କିଏ ଆସିବ ତାହତ ଦେଖିବାକୁ ବାକି ରହିଲା, ହେଲେ ଦାମବାବୁଙ୍କୁ ନିକଟରୁ ଜାଣିଥିବା ନେତା କେତେଦୂର ତାଙ୍କ ସହିତ ଯୋଡ଼ିହେବେ ତାହା ସମୟ କହିବ  | କେହି ଆସନ୍ତୁ ନଅସନ୍ତୁ ବିଜେଡିରୁ ତଡାଖାଇ ଏକୁଲର କି ସେ କୁଳର ହେଉନଥିବା ବୈଜୟନ୍ତ କିଂନ୍ତୁ ଦାମବାବୁଙ୍କ ପାଖରେ ଭଲ ସାଥିଟିଏ ପାଇଯାଇଛନ୍ତି |   ଅନ୍ୟପକ୍ଷରେ  କେହି କେହି କହୁଛନ୍ତି ବିଜୁଙ୍କ ଅନୁଗତଙ୍କ ଭିତରୁ ଯେଉଁମାନେ ଅଛନ୍ତି, ମୁଣ୍ଡ ଉପରେ ଭୋଟ ଅଳ୍ପଦିନ ଥିବା ଯୋଗୁ ସେମାନେ କିଏ କାହାକୁ କାହିଁକି  ବା ମାନି ଏକାଠି ହେବେ ତାହାବି ଏବେ ପ୍ରଶ୍ନବାଚୀ | ହେଲେ ରାଜ୍ୟରେ ଏକ ବିକଳ୍ପ କଥା ଚିନ୍ତା କରାଯାଉଥିବା ବେଳେ ଏ ବଇଁଶୀ ଫୁଙ୍କ ଅଭିଯାନ କେତେବାଟ ଆଗକୁ ଯାଉଛି ତାହା ସମୟ କହିବ | 

ହେଲେ ତଡା ଖାଇବା ପରେ ଡା. ଦାମୋଦର ରାଉତ  ଯେଉଁସବୁ ମନ୍ତବ୍ୟ ଦେଉଛନ୍ତି ତାହା ହାସ୍ୟାସ୍ପଦ ଏବଂ ଆଣୁଥିବା ଅଭିଯୋଗ ଗୁଡ଼ିକ ଭିତିହୀନ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ୩ ଦିନିଆ ଦିଲ୍ଲୀଗସ୍ତ ଶେଷ କରି ଭୁବନେଶ୍ୱର ଫେରିବା ପରେ ନବୀନ ନିବାସଠାରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତର ଦେଇ ସେ କହିଛନ୍ତି ଯେ, ସେ ନୂତନ ଦଳ ଗଢ଼ିବା ନ ଗଢ଼ିବା ତାଙ୍କର ବ୍ୟାପାର । ସେଥିରେ ତାଙ୍କର ମୁଣ୍ଡ ପୁରାଇବାର ନାହିଁ । ଯଦି ନୂତନ ଦଳ ଗଠନ କରନ୍ତି ବିଜେଡ଼ି ଦଳ ଉପରେ ତାର କୌଣସି ପ୍ରଭାବ ପଡ଼ିବ ନାହିଁ ।  ଦଳ ବିରୋଧି କାର୍ଯ୍ୟ ପାଇଁ ଡ. ଦାମୋଦର ରାଉତଙ୍କୁ ବହିଷ୍କାର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ ଡ. ରାଉତଙ୍କୁ ଦଳରୁ ବହିଷ୍କୃତ କରାଯିବା ଘଟଣାରେ କଂଗ୍ରେସ ଏବଂ ବିଜେପି ଦଳ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଏହା ବିଜେଡ଼ିର ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିଲେ ହେଁ ଦାମବାବୁ ଯେଉଁ ଅଭିଯୋଗ କରିଛନ୍ତି ସେ ଅଭିଯୋଗ ଯଦି ସତ୍ୟ ହୋଇଥାଏ ତାହା ସାଂଘାତିକ । ଏଥିରେ ରାଜ୍ୟର ସ୍ୱାର୍ଥ ଜଡ଼ିତ ଅଛି । ଯଦି ସରକାର ଏହା ମିଛ ବୋଲି କହୁଛନ୍ତି ସତ୍ୟାସତ୍ୟ ଜାଣିବା ପାଇଁ ତା ଉପରେ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି । 

ଅପରପକ୍ଷରେ ପୂର୍ବତନ ସାଂସଦ ତଥା ବିଜେଡ଼ି ଦଳରୁ ଇସ୍ତଫା ଦେଇଥିବା ବୈଜୟନ୍ତ ପଣ୍ଡା ଆଜି ଡ. ରାଉତଙ୍କର ସରକାରୀ ବାସଭବନକୁ ଯାଇ ତାଙ୍କୁ ସାକ୍ଷାତ କରିଥିଲେ ଏବଂ କିଛି ସମୟ ଧରି ଆଲୋଚନା ମଧ୍ୟ କରିଥିଲେ । ମାତ୍ର ଏହି ଆଲୋଚନା ରାଜନୈତିକ ନଥିଲା । ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ଡା. ରାଉତ ପ୍ରକାଶ କରିଛନ୍ତି । 

ହେଲେ ବିଗତ ଦିନରେ ଯେତେ ଲୋକ ଦଳରୁ ତଡା ଖାଇଛନ୍ତି ସେମାନେ ହଜି ଯାଇଛନ୍ତି ବା ଚୁପ ରହିଯାଇଛନ୍ତି | ହେବେ ବାକ୍ୟ ବୀର ଦାମ ବାବୁଙ୍କ ଅଭିଯାନ କେତେ ବାଟ ଯାଉଛି ଓ ନବୀନ ବାବୁଙ୍କ ବିରୋଧରେ ବୟାନ ବାଜି ତାଙ୍କୁ କେଉଁ ଜାଗାରେ ପହଞ୍ଚାଉଛି |  ଦାମ ବୈଜୟନ୍ତ ମେଳି କେତେ ବାଟ ଆଗକୁ ଯାଉଛି, ନବୀନ ବାବୁଙ୍କୁ ଅପଦସ୍ତ କରୁଛି ନ ନିଜେ ଅପଦସ୍ତ ହେଉଛି ଏଇ ମେଳି !

0
0
0
s2sdefault