ହେଡଲାଇନସ୍:

 ଦାମୋଦର ରାଉତ ନିଜର କର୍ମଫଳ ଭୋଗୁଛନ୍ତି: ବିଜୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

“କର୍ମୁ ଅଧିକ ଯେ ଲୋଡ଼ଇ, ଚୋର ସମାନ ଦଣ୍ଡ ପାଇ” 

ଭୁବନେଶ୍ୱର/ ବିଜେଡିରୁ ବହିଷ୍କୃତ ଡା. ଦାମୋଦର ରାଉତ ନିଜର କର୍ମଫଳ ଭୋଗୁଛନ୍ତି । ତାଙ୍କର ବର୍ତ୍ତମାନର ଦୟନୀୟ ଅବସ୍ଥା ପାଇଁ ସେ ନିଜେ ହିଁ କେବଳ ଦାୟୀ । କଥାରେ ଅଛି, “ଆପଣା ହସ୍ତେ ଜିହ୍ୱା ଛେଦି, କେ ଅବା ତା’ର ପ୍ରତିବାଦୀ ।” ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୟା ଓ ଅନୁଗ୍ରହରୁ ଡା. ରାଉତ ଚାରି ଚାରିଥର ବିଧାୟକ ଓ ମନ୍ତ୍ରୀ ହୋଇଛନ୍ତି । ଏବେ ନିଜ ଭୁଲ ପାଇଁ ମନ୍ତ୍ରିମଣ୍ଡଳରୁ ଗଲା ପରେ ସେ ଯେଭଳି ଦଳ ବିରୋଧରେ ତଥା ଦଳର ସର୍ବମାନ୍ୟ ନେତାଙ୍କ ବିରୋଧରେ ବିଷଦ୍‍ଗାର କରୁଛନ୍ତି, ସେଥିରୁ ତାଙ୍କର ଅସଲ ପରିଚୟ ଜଣାପଡୁଛି । ତାଙ୍କର ପ୍ରଳାପକୁ ଓଡ଼ିଶାବାସୀ ଗ୍ରହଣ କରୁନାହାନ୍ତି ବରଂ ସେ ନିଜକୁ ଏକ ହାସ୍ୟାସ୍ପଦ ଭୂମିକାରେ ରଖିସାରିଛନ୍ତି । ଡା. ରାଉତଙ୍କର ନିଜ ଅଞ୍ଚଳରେ ମଧ୍ୟ ଜନସମର୍ଥନ ନାହିଁ, ତାହା ଆଗାମୀ ଦିନରେ ଜଣାପଡିବ । ଡା. ରାଉତ ଜଣେ ବର୍ଷୀୟାନ ଓ ଅନୁଭବି ନେତା । ତାଙ୍କର ଅବଶିଷ୍ଟ ରାଜନୈତିକ ଜୀବନକୁ ସେ ନିଜ ହାତରେ ହତ୍ୟା କରିଛନ୍ତି, ଏଥିପାଇଁ କେହି ଦାୟୀ ନୁହନ୍ତି । “କର୍ମୁ ଅଧିକ ଯେ ଲୋଡ଼ଇ, ଚୋର ସମାନ ଦଣ୍ଡ ପାଇ” ଏହା ଡା. ରାଉତଙ୍କ କ୍ଷେତ୍ରରେ ଶତପ୍ରତିଶତ ପ୍ରଯୁଜ୍ୟ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ବିବୃତିରେ କହିଛନ୍ତି ।

 

 

0
0
0
s2sdefault