ହେଡଲାଇନସ୍:

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଭାରତ ବନ୍ଦ ଡାକରା ଶାନ୍ତିପୁର୍ଣ୍ଣ   

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଟିଟିଲାଗଡ଼/Sunil Behera  : ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଜାତୀୟ କଂଗ୍ରେସ କମିଟି ପକ୍ଷରୁ ଆହୁତ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରାର ପ୍ରଭାବ ଆଜି ଟିଟିଲାଗଡ଼ରେ ଦେଖିବାକୁ ମିଲିଛି । ସକାଳ ୬ ଘଣ୍ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଏହି ୧୨ ଘଣ୍ଟିଆ ବନ୍ଦ ଡାକରାରେ ସହର ଅଧିକାଂଶ ଦୋକାନ ବଜାର, ସ୍କୁଲ, କଲେଜ ଓ ଯାତ୍ରୀବାହୀ ବସ ଚଳାଚଳ ସ୍ୱତପ୍ରବୁତ୍ତ ଭାବେ ବନ୍ଦ ରହିଥିବା ବେଲେ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ , ପେଟୋ୍ରଲ ପମ୍ପ, ବିଭିନ୍ନ ବ୍ୟାଙ୍କ, ଯାନବାହାନ ଚଳାଚଳ ଓ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ ଆନେ୍ଦାଳନକାରୀ କଂଗ୍ରେସ କର୍ମୀମାନେ ପିିକେଟିଂ କରି ବନ୍ଦ କରାଇ ଦେଇଥିଲେ । ଏଥିସହ ବିଜୁ ପଟ୍ଟନାୟକ ଛକରେ ଟାୟାର ଜାଲି ରାୟପୁର ଗୋପାଲପୁର ୫୯ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ପରେ ଆନେ୍ଦାଳନକାରୀ ମାନେ ଶତାଧିକ ସଂଖ୍ୟାରେ ବିକ୍ଷୋଭ ଶୋଭାଯାତ୍ରାରେ ସ୍ଥାନୀୟ ରେଲୱେ ଷ୍ଟେସନ କୁ ଯାଇ ସେଠାରେ ପୁରୀ ଦୁର୍ଗ ଇଣ୍ଟରସିଟୀ ଏକ୍ସପ୍ରେସ ଟ୍ରେନକୁ ଦୀର୍ଘ ଅଧ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖିଥିଲେ । ପରେ ରେଲବାଇ ପୁଲିସ ଆନେ୍ଦାଳନକାରୀଙ୍କ ମଧ୍ୟରୁ ୫ ଜଣଙ୍କୁ ଗିରଫ କରିବା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା । ପରେ ଗିରଫ ଆନେ୍ଦାଳନକାରୀଙ୍କୁ ବ୍ୟକ୍ତିଗତ ମୁଚାଳିକାରେ ଛାଡ଼ି ଦେଇଥିଲା । ଆନେ୍ଦାଳନ ଯୋଗୁଁ ସାଧାରଣ ଜୀବନଯାତ୍ରାରେ ଘୋର ବ୍ୟାଘାତ ସୃଷ୍ଟି ହୋଇଥିଲା । ସେହିପରି ବିଭିନ୍ନ ସ୍ଥାନରୁ ଆସିଥିବା ଯାତ୍ରୀମାନଙ୍କୁ ଅକଥନୀୟ ଦୁର୍ଦ୍ଧଶାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଲିଥିଲା । ପିକେଟିଂରେ ପୁର୍ବତନ ଟିଟିଲାଗଡ଼ ବିଧାୟକ ସୁରେନ୍ଦ୍ର ସିଂ ଭୋଇ, ବରିଷ୍ଠ  କଂଗ୍ରେସ ନେତା କିଶୋର ଚନ୍ଦ୍ର ପଣ୍ଡା, ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଡମ୍ବରୁଧର ଛତରିଆ, ପିସିସି ସମ୍ପାଦକ ମୁକେଶ ଜୈନ, ନଗର ସଭାପତି ପ୍ରଭାଷ ବହିଦାର, ତୁଲସୀରାମ ସାହୁ, କାଉନସିଲର କୃଷ୍ଣ ଚନ୍ଦ୍ର ସରାଫ, ରାଜ୍ୟ ଯୁବ କଂଗ୍ରେସ କମିଟର ସମ୍ପାଦକ ବିରେନ୍ଦ୍ର ବାଗ, ଏସସିସେଲ ସଭାପତି କୃଷ୍ଣ୍ ମହାନନ୍ଦ, ରାଜୁ ମିଶ୍ର, ସୁଧିର ମହାରଣା, ଝସକେତନ ଛତର, ଘିନୁ ଆଡଯୁଆଡ, ଦେବାନନ୍ଦ ସାହୁ, ଦେବବ୍ରତ ଷଡ଼ଙ୍ଗୀ, ଅଶ୍ୱିନୀ ସାହୁ, ଅଭୟ ସାହୁ, ଜିତେନ ପଟ୍ଟନାୟକ, ସନ୍ତୋଷ ପ୍ରଧାନ, ଅଭିମନୁ୍ୟ ସାହୁ,  ଜିତୁ ସାହୁ, ଅଲେଖ ବେହେରା, ନିତ୍ୟା ମାଝୀ, ପ୍ରେମକୁମାର ଛତ୍ରିଆ, ଜୟସିଂ ତାଣ୍ଡି, ମଗନ ବାଗ, ଦୂର୍ଗା ସାହୁ, ପ୍ରଦୀପ ଖର୍ସେଲ, ଦେବେନ୍ଦ୍ର ସାହୁ. ଉଚ୍ଛବ ସାହୁ, ଭରତ ତାଣ୍ଡି, ଶିବ ପ୍ରସାଦ ପରିଡ଼ା, ହୃଦାନନ୍ଦ ମାଝୀ, ରମେଶ ରାଉତ, ଚପଲା ରଣା, ପିତବାସ ଚିନାଗୁନ, ବିକାଶ ପାଣିଗ୍ରାହୀ, ଭକ୍ତ ଦୀପ, ବୈକୁଣ୍ଠ ନାଗ ପ୍ରମୁଙ୍କ ସମେତ ଶତାଧିକ କର୍ମୀ ପର୍ଯ୍ୟାୟକ୍ରମେ ବାଇକ ଶୋଭାଯାତ୍ରା ଓ ସଂଘବଦ୍ଧ ହୋଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ବିରୋଧି ସ୍ଲୋଗାନ ଦେଇ ପିକେଟିଂ କରିଥିଲେ । ଏଥିସହ ଟିଟିଲାଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ମଧ୍ୟ ବନ୍ଦର ପ୍ରଭାବ ରହିଥିବା ସୂଚନା ହସ୍ତଗତ ହୋଇଛି । ପଞ୍ଚାୟତ ସ୍ତରୀୟ କର୍ମୀ ମାନେ ମଧ୍ୟ ନିଜ ନିଜ ପଞ୍ଚାୟତରେ ପିକେଟିଂ କରିଥିବା ଜଣାଯାଇଛି । ବନ୍ଦ ପରିପେକ୍ଷୀରେ ବରିଷ୍ଠ  କଂଗ୍ରେସ ନେତା କିଶୋର ପଣ୍ଡା ଜଣାଇଛନ୍ତି ଯେ କେନ୍ଦ୍ର ସରକାର ବାରମ୍ବାର ଅହେତୁକ ତୈଳ ଦର ବୃଦ୍ଧି କରି ଚାଲିଛନ୍ତି ଫଳସ୍ୱରୁପ ସାଧାରଣ ଜନତା ଅଯଥା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବିଭିନ୍ନ ସାମଗ୍ରୀରେ ଜିଏସଟି ଲାଗୁ କରାଯାଇଥିବା ବେଳେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସକୁ କାହିଁକି ଅନ୍ତର୍ଭୁକ୍ତ କରାଯାଉ ନାହିଁ ବୋଲି ପ୍ରଶ୍ନ କରି ଏହା  ଜିଏସେଟି ଅର୍ନ୍ତଭୁକ୍ତ ହେଲେ ନିଶ୍ଚିତ ଭାବେ ଦର କମିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।  

 

 

0
0
0
s2sdefault