ହେଡଲାଇନସ୍:

   କଂଗ୍ରେସ ପକ୍ଷରୁ  ଶାନ୍ତି ପୁର୍ଣ୍ଣ ବନ୍ଦ ପାଳନ : ଜୀବନ ଯାତ୍ରା ବ୍ୟାହତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁବର୍ଣ୍ଣପୁର /ପ୍ରକାଶ ହାତୀ  -ସୋନପୁର ଜିଲ୍ଲା  ଡୁଙ୍ଗୁରିପାଲି ବ୍ଲକ କଂଗ୍ରେସ ପକ୍ଷରୁ ଆଜି ପ୍ରଦେଶ କଂଗ୍ରେସ କମିଟୀର ଆହ୍ୱାନ କ୍ରମେ   ପେଟ୍ରୋଲ ଡିଜେଲ ଦର ବୃଦ୍ଧି ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ, ବୃଦ୍ଧି  ପ୍ରତିବାଦରେ ଆଜି  ଶାନ୍ତିପୁର୍ଣ  ଭାବରେ ବନ୍ଦ ପାଳନ କରାଯାଇଛି ।  ସକାଳ ୮ଟାରୁ କଂଗ୍ରେସକର୍ମୀମାନେ ବ୍ଲକ କଂଗ୍ରେସ ସଭାପତି ଚିତ୍ତରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ   ବରଗଡ-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥକୁ ଡୁଙ୍ଗୁରିପାଲି  ବସଷ୍ଟାଣ୍ଡ ଚାରିଛକଠାରେ ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ସଂଖ୍ୟାରେ ଗାଡି ମଟର ଅଟକି ରହିଥିଲା । କର୍ମୀମାନେ  ପିକେଟୀଂ କରି ବ୍ଲକର  ସମସ୍ତ କାର୍ଯ୍ୟାଳୟ  ସମେତ ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ  ପୋଷ୍ଟ ଅଫିସ ବନ୍ଦ ରହିଥିଲା ।  ଦୋକାନ  ବଜାର ଗୁଡିକ ସ୍ୱତଃଭାବେ ବନ୍ଦ ରହି  ଏହି ବନ୍ଦକୁ  ଲୋକେ ସମର୍ଥନ ଜଣାଇଥିଲେ  । ପୋଲିସ ପକ୍ଷରୁ  ଏକ ପ୍ଲାଟୁନ ଫୋର୍ସ ସହତି ସହରର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଥିଲେ । ଏଥିରେ କଂଗ୍ରେସ ପକ୍ଷରୁ  ଜିଲ୍ଲା କଂଗ୍ରେସ ଉପ ସଭାପତି  ଭୀଷ୍ମଦେବ ମଲ୍ଲିକ, ପ୍ରଭାତ ବିଶ୍ୱାଳ,ଦେବ ପଣ୍ଡା, ପ୍ରକାଶ ହାତୀ,ବନମାଳୀ ପୋଢ,ଚନ୍ଦ୍ରମଣି ତ୍ରୀପାଠି,ହୃଷିକେଶ ପୁଜାରୀ,ବୀରେନ୍ଦ୍ର ଯୁଆଡି,ପାଣ୍ଡବ ତ୍ରୀପାଠି,ସୁବାଷ ପଣ୍ଡା, ଜଗନ୍ନାଥ ତିୱାରୀ, ମିଲୁ ସାହୁ,ସୁରେନ୍ଦ୍ର ପରଦିଆ,ସାଉଁରିଆ ଅଗ୍ରୱାଲ,ବିଭୁତି ଚୌହାନ,ଗୋଳକ ସାହୁ,ନେପାଳ ବାରିକ, ସୁବାସ ଭୋଇ, ମନୋଜ ପଣ୍ଡା,   ପିତବାସ ଦଣ୍ଡସେନା,ଶିବଶଙ୍କର ବାରିକ,ଫକିର ମେହେର,ଅମୂଲ୍ୟ ପଣ୍ଡା,ତ୍ରିଲୋଚନ ପାଣ୍ଡେ,କଏଁରା ବିଶ୍ୱାଲ,ଶରତ ସେମେଲିଆ, ପ୍ରମୁଖ ସାମିଲ ଥିଲେ ।  

0
0
0
s2sdefault