ହେଡଲାଇନସ୍:

ଗଜପତି ଜିଲ୍ଲାରେ ଭାରତବନ୍ଦ ଡାକରା- ଜୀବନଯାତ୍ରା ପ୍ରଭାବିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ରର ତୈଳ ଦରବୃଦ୍ଧି ବିରୋଧରେ ପ୍ରତିବାଦ କରି ଦିଆଯାଇଥିବା ଭାରତ ବନ୍ଦ ଡାକରା ପାରଳାଖେମୁଣ୍ଡି ସମେତ ସମଗ୍ର ଗଜପତି ଜିଲ୍ଲାକୁ ବନ୍ଦର ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ବସ , ମୋଟର ଚଳାଚଳ ବନ୍ଦ ରହିବା ସହ ଦୋକାନ , ବଜାର ସବୁ ବନ୍ଦ ରହିଥିଲା । ପାରଳା ବିଧାୟକ କେ. ସୁରିଆ ରାଓ ଏବଂ ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ  ଶତାଧିକ କର୍ମୀ ଓ ନେତା ମୋଟର ସାଇକେଲ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି କେନ୍ଦ୍ରର ନୀତି ବିରୋଧି ସ୍ଲୋଗାନ ମାନ ଦେଇଥିଲେ । ପେଟ୍ରୋଲ ପମ୍ପ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ଡାକଘରର ପିକେଟିଂ କରି ବନ୍ଦ କରିଦେଇ ସ୍ଲୋଗାନ ଦେଇଥିଲେ । ସେହି ଭଳି ଜିଲ୍ଲା ସି.ପି.ଆଇ, ସି.ପି.ଆଇ.ଏମ ଏବଂ ସି,ପି,ଆଇ (ଏମ.ଏଲ) ପକ୍ଷରୁ ମଧ୍ୟ ଭାରତବନ୍ଦ ଡାକରା ଅବସରରେ ପୂର୍ବଦିନ ରାତ୍ରିରେ ତୈଳଦର ବୃଦ୍ଧି ବିରୋଧରେ ମଶାଲ ଧରି ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ସଚେତନ କରାଇଥିଲେ । ଆଜି ଏକ ବିରାଟ ଶୋଭଯାତ୍ରାରେ ବାହାରି ବିଭିନ୍ନ ବ୍ୟାଙ୍କ,ମୁଖ୍ୟଡାକଘର, ସରକାରୀ କାର୍ଯ୍ୟାଳୟ ସବୁ ପିକେଟିଂ କରି ବନ୍ଦ କରିଦେଇଥିଲେ । ଭାରତ ବନ୍ଦର ପ୍ରଭାବ ଏଠାରେ ସବୁ ବର୍ଗରେ  ସମର୍ଥନ ମିଳିଥିବାର ଦେଖାଯାଇଥିଲା । ସି.ପି.ଆଇ ର ଜନା ସୁବାସ ରାଓ, ସି.ପି.ଆଇ.ଏମର ଦଣ୍ଡପାଣି ରଇତ ଏବଂ ସି.ପି.ଆଇ (ଏମ.ଏଲ)ର ବିଦ୍ୟାଧର ପାତ୍ର ପ୍ରମୁଖ ନେତୃତ୍ୱରେ ତିନୋଟି ଦଳର ଶତାଧିକ କର୍ମୀ ଏଥିରେ ସାମିଲ ରହିଥିଲେ । କୌଣସି ଠାରେ ଅପ୍ରିତିକର ପରିସ୍ଥିତି ହୋଇନାହିଁ । ବିଭିନ୍ନ ସ୍ଥାନରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ମୃତୟନ ଥିଲେ ।

0
0
0
s2sdefault