ହେଡଲାଇନସ୍:

କେନ୍ଦ୍ର ସରକାରଙ୍କ ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ବିଜେଡିର ବିକ୍ଷୋଭ ଓ ଜନସଚେତନତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ରସରକାରଙ୍କ ଅହେତୁକ ତୈଳଦର ଡିଜେଲ, ପେଟ୍ରୋଲ, ଇନ୍ଧନଗ୍ୟାସ ବୃଦ୍ଧି ପ୍ରତିବାଦରେ ୦୯.୦୯.୨୦୧୮ ପୂର୍ବାହ୍ନ ୧୦ ଘଣ୍ଟିକା ଠାରୁ ୧୨ଟା ପର୍ଯ୍ୟନ୍ତ ଦୁଇଘଣ୍ଟା ଧରି ପାରଳାଖେମୁଣ୍ଡି ସହରରେ ଥିବା ୫ଟି ଯାକ ପେଟ୍ରୋଲ ପମ୍ପ ସାମନାରେ ଗଜପତି ଜିଲ୍ଲାର ବିଜେଡି ଯୁବଛାତ୍ର, ମହିଳା ଓ ଦଳର ୨୦୦ରୁ ଅଧିକ ମହିଳା ଓ ପୁରୁଷ ନେତା, କର୍ମୀ ବିକ୍ଷୋଭ କରିବା ସହ ଶାନ୍ତିପୁର୍ଣ୍ଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେଡିର ଜିଲ୍ଲା ସଭାପତି ପ୍ରଦୀପ ନାୟକ, ପୁର୍ବତନ ବିଧାୟକ କେ.ନାରାୟଣ ରାଓ, ଯୁବ ସଭାପତି ପି.କ୍ରିଷ୍ଣା,ନଗର ସଭାପତି ଜମିଦାର ପଟ୍ଟନାୟକ, ଛାତ୍ରସଭାପତି କାହ୍ନଚରଣ ଭୂୟାଁ ଏବଂ ଉପସଭାପତି ଲକ୍ଷ୍ମୀକାନ୍ତ ପରିଛା ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡ ସଭ୍ୟ ରାମଚନ୍ଦ୍ର ପଣ୍ଡାଙ୍କ ସହ ୨୦୦ରୁ ଅଧିକ କର୍ମୀ ଯୋଗଦେଇ ପ୍ରତିବାଦ ସଭାରେ ବାହାରି ପେଟ୍ରୋଲ ପମ୍ପ ଗୁଡିକରେ ପହଞ୍ଚି ସେଠାରେ କେନ୍ଦ୍ର ସରକାରଙ୍କୁ ତୈଳ ବୃଦ୍ଧି ବିରୁଦ୍ଧରେ ନାରାବାଜି କରି ଶାନ୍ତିପୁର୍ଣ୍ଣ ଭାବେ ଜନସଚେତନ କରିଥିଲେ । ପେଟ୍ରୋଲ ପମ୍ପକୁ ଆସୁଥିବା ଜନସାଧାରଣଙ୍କୁ ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି କାହା ସ୍ୱାର୍ଥ ପାଇଁ ବିଷୟରେ ଲିଖିତ ପାମ୍ପଲେଟ ମାନ ବଣ୍ଟନ କରି ଜନ ସଚେତନ କରିଥିଲେ । ଏହି ଅବସରରେ ପୁର୍ବତନ ବିଧାୟକ କେ. ନାରାୟଣ ରାଓ ଏବଂ ଜିଲ୍ଲା ସଭାପତି ପ୍ରଦୀପ ନାୟକ କେନ୍ଦ୍ରସରକାରର ତୈଳ ମନ୍ତ୍ରଣାଳୟର ତ୍ରୁଟିପୂର୍ଣ୍ଣ ନିଷ୍ପତି ଏବଂ ଜନବିରୋଧି ମନୋଭାବ ଯୋଗୁଁ ପେଟ୍ରୋଲ , ଡିଜେଲ ଓ ରନ୍ଧନଗ୍ୟାସର ଲଗାତାର ଭାବେ  ଅହେତୁକ ଦର ବୃଦ୍ଧି ହେବାରେ ଲାଗିଛି । ଏହି ଦର ବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ହୋଇଛି । ଏହାର ପ୍ରଭାବରେ ସାଧାରଣ ଗୃହିଣୀ, ଖଟିଖିଆ, ଗରିବ ଓ ନିମ୍ନମଧ୍ୟବିତ ଶ୍ରେଣୀର ଲୋକେମାନେ ଅତିଷ୍ଠ ହୋଇପଡିବା ସହ ଜନସାଧାରଣ ସିଧାସଳଖ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି କହିଥିଲେ ।

0
0
0
s2sdefault