ହେଡଲାଇନସ୍:

 ଭଦ୍ରକ ବନ୍ଦ ଶାନ୍ତିପୂର୍ଣ୍ଣ, ଦମ ଦେଖାଇଲା କଂଗ୍ରେସ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଶାଳ ବାଇକ ରାଲିରେ ପିକେଟିଂ କଲେ କଂଗ୍ରେସ କର୍ମୀ 

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) : କେନ୍ଦ୍ରର ମୋଦି ସରକାର ବାରମ୍ବାର ତୈଳ ଦର ବୃଦ୍ଧି କରି ଜନସାଧାରଣଙ୍କ ଦୈନନ୍ଦିନ ଜୀବନ ଯାତ୍ରାକୁ ବ୍ୟୟ ବହୁଳ କରିବା ସହିତ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଘଟୁଥିବା ନେଇ କଂଗ୍ରେସ ଦଳ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆ ଯାଇଥିଲା । ଜିଲ୍ଲା କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତିଙ୍କ ନେତୃତ୍ୱରେ ୧ ହଜାରରୁ ଉର୍ଧ୍ଵ  ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ବାହାରି ଅପର୍ତ୍ତିବିନ୍ଧା, ନଙ୍ଗାମହଲା, ଶଙ୍କରପୁର, ପୁରୁଣାବଜାର, ବାଙ୍କାବଜାର, ହଲାଲପୁର, ଚନ୍ଦନବଜାର, ରାଜଘାଟଛକ, କଚେରୀବଜାର, ବନ୍ତଛକ, ଚାରିଘରିଆ, ଜାନୁଗଞ୍ଜ, ବାଗୁରାଇ, ଜଗନ୍ନାଥପୁର, ବାଇପାସ, ନୂଆ ବସଷ୍ଟାଣ୍ଡ, ଚରମ୍ପା ଆଦି ଅଞ୍ଚଳ ପରିକ୍ରମା କରିବା ସହିତ ବିଭିନ୍ନ ବ୍ୟାଙ୍କ, ପୋଷ୍ଟ ଅଫିସ, ସରକାରୀ ଅଫିସ ବନ୍ଦ କରାଇଥିଲେ । ଏହି ରାଲିରେ ପିସିସି ସମ୍ପାଦକ ସେକ ଗୁଲାମ ମଇଉଦ୍ଧିନ, କାଉନସିଲର ଅତୁଲ୍ୟ ନାୟକ, ସେକ ସମ୍ଦାନୀ, ଅସ୍ରଫ ଅଲ୍ଳୀ ଖାଁ, ଅଶୋକ ମହାପାତ୍ର, ସେକ୍ ବୁଗ୍ଦାଦ୍, ଟାଉନ କଂଗ୍ରେସ ସଭାପତି ମୁକିତ୍ ଖାଁ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବଳରାମ ରାଉତ (ଚିଲିକା), ପ୍ରଦିପ ନାୟକ, ମୁନ୍ନା ପତି, ରାଜେନ୍ଦ୍ର ପତି, ପ୍ରଭାତ ମହାନ୍ତି, ଦୀପୁନ ପଣ୍ଡା, ଟୁନ ସାହୁ, ବାଇଧର ମହାପାତ୍ର, ସେକ୍ ସାଜୁ, ସେକ୍ ବାବୁ, ଟୁକୁ ଖାଁ, ରଞ୍ଜନ ମୀର୍ଦ୍ଧା, ହେମନ୍ତ ମହାପାତ୍ର, ଟୁକୁ ସାହୁ, ସେକ୍ ଲାଖାନୁ, ସେକ୍ ଅଖତାର  ଅଲ୍ଲୀ ପ୍ରମୁଖ ସାମିଲ ହୋଇଥିଲେ । ସକାଳେ ଜିଲ୍ଳା କଂଗ୍ରେସ ସଭାପତି ଅଶୋକ ଦାଶଙ୍କ ନେତୃତ୍ୱରେ ଭଦ୍ରକ ରେଳ ଷ୍ଟେସନରେ ପୂର୍ବତନ ବିଧାୟକ ନରେନ ପଲେଇ, କାର୍ଯ୍ୟକାରୀ ସଭାପତି ଶ୍ରୀ ମହାନ୍ତିି, ପିସିସି ସମ୍ପାଦକ ଶୁଭେନ୍ଦୁ ରାୟ ମହାପାତ୍ର, ଦେବରୂପ ମହାନ୍ତି, ଆଶିଷ ରାଉତ, ଦେବେନ୍ଦ୍ର ମହାନ୍ତି, ବ୍ଲକ ସଭାପତି ପ୍ରଫୁଲ୍ଲ ସାମଲ, କାଉନସିଲର ଦିଲିପ ନାୟକ, ଶିବ ପ୍ରସାଦ ମହାନ୍ତି, ଧବଳେଶ୍ୱର ପଣ୍ଡା, ଅନ୍ତ ପଣ୍ଡା, ଅତିଶ ଦାସ, ଲାବୁ ପାଲ, ଅବ୍ଦୁଲ ନଇମ, ବାପୁଜୀ ପରିଡା, ଏସ୍. ମନ୍ମଥ ରାଓ, କାମେଶ ପରିଡା, ଖଗେଶ୍ୱର ବାରିକ୍, ରାଜେଶ ଦାସ, ଅଶ୍ୱିନୀ ପରିଡା  ପ୍ରମୁଖ ଟ୍ରେନ ଅଟକ ରଖିଥିଲେ । ପରେ ନୂଆ ବସଷ୍ଟାଣ୍ଡ  ଠାରେ ୧୬ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ସେହିପରି ଭଦ୍ରକ କୋର୍ଟ ଗେଟ, ପୌରପାଳିକା କାର୍ଯ୍ୟାଳୟ, ଜିଲ୍ଳାପାଳ କାର୍ଯ୍ୟାଳୟ, ବନ୍ତ ଛକ ଠାରେ ଧାରଣାରେ ବସିଥିଲେ । ଏହି ବନ୍ଦକୁ ସମ୍ପୂର୍ଣ୍ଣ ଶାନ୍ତିିପୂର୍ଣ୍ଣ ଭାବେ ପାଳନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସୁବ୍ରତ କୁମାର ସାହୁ, ଶ୍ରୀକାନ୍ତ ବେହେରା, କମଳ ଲୋଚନ ପଣ୍ଡା, ତାହେର ମହମ୍ମଦ ଖାଁ, ତୋବରକ ଖାଁ, ସଇଦ ଖାଁ, ସେକ ଅମାତ, ସେକ ଖାଫୋ, ଲକ୍ଷ୍ମୀଧର ସାହୁ, ମୀର୍ଜା ଆତିକୁର ରହେମାନ ପ୍ରମୁଖ ଆନେ୍ଦାଳନରେ ସାମିଲ ଥିଲେ ।   

 

0
0
0
s2sdefault