ହେଡଲାଇନସ୍:

କଂଗ୍ରେସ କମିଟିର ଭାରତ ବନ୍ଦ ଡାକରା ସଫଳ : ବଲାଙ୍ଗୀର ଠପ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀରରୁ ନିରୋଜ ମିଶ୍ର :  କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶରେ ଅହେତୁକ ଭାବରେ ବଢି ଚାଲିଥିବା ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସ ଦର ବୃଦ୍ଧି ବିରୁଦ୍ଧରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ନିଷ୍ପତି କ୍ରମେ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବ ବଲାଙ୍ଗୀରରେ ଭୀଷଣ ଭାବେ ଦେଖିବାକୁ ମିଳିଛି । ଆଜି ସକାଳୁ ଜିଲ୍ଲା କଂଗ୍ରେସ କମିଟିର ଡାକରାରେ ସହସ୍ରାଧିକ  କଂଗ୍ରେସ କର୍ମୀ ସକାଳ ୬ଘଂଟାରୁ ବନ୍ଦ ପାଳନ କରିଛନ୍ତି ।  ଟାଣୁଆ  ଯୁବନେତା ତଥା ଏଆଇସିସି ସଭ୍ୟ  ସମରେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ବନ୍ଦ ପାଳନଜେ ଜୋରଦାର ପ୍ରଭାବ ପଡିଛି |ଏହାର ପ୍ରଭାବରେ ସମସ୍ତ ଦୋକାନ ବଜାର ବନ୍ଦ ଥିବାବେଳେ ସଂପୂର୍ଣ୍ଣ ଭାବେ ଯାତାୟାତ ଠପ୍ ହୋଇଛି । ସେହିପରି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ, କାର୍ଯ୍ୟାଳୟ ବନ୍ଦ ରହିଛି । କଂଗ୍ରେସ କର୍ମୀମାନେ ବୁଲି ବୁଲି ପିକେଟିଂ କରି ଏହି ବନ୍ଦକୁ ସଫଳ କରିବା ପାଇଁ ଅନୁରାେଧ କରୁଛନ୍ତି । ଏହା ସହିତ ବାମପନ୍ଥୀ ଦଳ ଗୁଡିକ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରିଥଲେ | 

 

0
0
0
s2sdefault