ହେଡଲାଇନସ୍:

ରାୟଗଡ ଜିଲ୍ଲା କଂଗ୍ରେସ କମିଟିର ଭାରତ ବନ୍ଦ ଡାକରା ସଫଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡରୁ ସରୋଜ କୁମାର ସାହୁ

କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶରେ ଅହେତୁକ ଭାବରେ ବଢି ଚାଲିଥିବା ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସ ଦର ବୃଦ୍ଧି ବିରୁଦ୍ଧରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ନିଷ୍ପତି କ୍ରମେ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବ ରାୟଗଡାରେ ମଧ୍ୟ ଦେଖିବାକୁ ମିଳିଛି । ଆଜି ସକାଳୁ ଜିଲ୍ଲା କଂଗ୍ରେସ କମିଟିର ଡାକରାରେ ଶତାଧିକ କଂଗ୍ରେସ କର୍ମୀ ସ୍ଥାନୀୟ କପିଳାସ ଛକ ଠାରେ ସକାଳ ୬ଘଂଟାରୁ ବନ୍ଦ ପାଳନ କରିଛନ୍ତି । ଏହାର ପ୍ରଭାବରେ ସମସ୍ତ ଦୋକାନ ବଜାର ବନ୍ଦ ଥିବାବେଳେ ସଂପୂର୍ଣ୍ଣ ଭାବେ ଯାତାୟାତ ଠପ୍ ହୋଇଛି । ସେହିପରି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ, କାର୍ଯ୍ୟାଳୟ ବନ୍ଦ ରହିଛି । କଂଗ୍ରେସ କର୍ମୀମାନେ ବୁଲି ବୁଲି ପିକେଟିଂ କରି ଏହି ବନ୍ଦକୁ ସଫଳ କରିବା ପାଇଁ ଅନୁରାେଧ କରୁଛନ୍ତି ।

0
0
0
s2sdefault