ହେଡଲାଇନସ୍:

         ଟିଟିଲାଗଡ଼ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଟିଟିଲାଗଡ଼(ସୁନୀଲ ବେହେରା) ଟିଟିଲାଗଡ଼ ସ୍ଥିତ ପେଟ୍ରୋଲ ପମ୍ପ ସମ୍ମୁଖରେ ଟିଟିଲାଗଡ଼ ବିଜୁ ଜନତା ଦଳ ପକ୍ଷରୁ ପେଟ୍ରୋଲ ଓ ଡ଼ିଜେଲ  ଦରବୃଦ୍ଧି ପ୍ରତିବାଦରେ ଶନିବାର ଧାରଣା ଦିଆଯାଇଥିଲା । ପୈାରପରିଷଦ ଅଧ୍ୟକ୍ଷ ଗୋବର୍ଧନ ନାଗଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟିକା ଶ୍ରୀମତୀ ଟୁକୁନୀ ସାହୁଙ୍କ ସଭାପତିତ୍ୱରେ ପ୍ରତିବାଦ ଓ ଧାରଣା ଅନୁଷ୍ଠିତ  ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ ପୈାରା ଉପାଧ୍ୟକ୍ଷା ଅଞ୍ଜନା ବର୍ମା,ପଞ୍ଚାୟତ ସମିତି ଅଧ୍ୟକ୍ଷା ରମାକାନ୍ତି ପୁଟେଲ,ପ୍ରେମ ଜୈନ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୋଦ ପ୍ରଧାନ,ରଣ ପୃଷ୍ଟି,ତିଲକ ସାହୁ,ସଞ୍ଜୟ ବର୍ମା,ରାଜେସ ବେହେରା,ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପିତାମ୍ବର ବଗର୍ତ୍ତି,ଜଗଦିଶ ମହାଲିଙ୍ଗ୍,ବିଧାୟିକାଙ୍କ ପ୍ରତିନିଧି ଅରୁଣ ମିଶ୍ର ଓ ପ୍ରମୁଖ ଉପସ୍ଥିତ ଥିଲେ । ପେଟ୍ରୋଲ ଓ ଡ଼ିଜେଲ ଦରବୃଦ୍ଧି ରୋକିବାରେ କେନ୍ଦ୍ର  ବିଜେପି ସରକାର ସମ୍ପୂଣ୍ଣ ଫେଲ ମାରିଛି । ଏହାଦ୍ୱାରା ଦେଶର ଅଗଣିତ ଜନତା ଘୋର ଆର୍ଥିକ ବୋଝର ସମ୍ମୁଖିନ ହୋଉଛନ୍ତି ବୋଲି ବକ୍ତାମାନେ ନିଜନିଜ ଅଭିଭାଷଣରେ କହିଛନ୍ତି ।

0
0
0
s2sdefault