ହେଡଲାଇନସ୍:

ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେଡି ତରଫରୁ ପେଟ୍ରୋଲ  ପମ୍ପ ଆଗରେ ଧାରଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆନନ୍ଦପୁର/ହାଟଡିହି () : ଲଗାତାର ଭାବେ ପେଟ୍ରୋଲ ଡିଜେଲ ଦରବୃଦ୍ଧି ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି  । କେନ୍ଦ୍ର ସରକାରଙ୍କ ତୈଳ ମନ୍ତ୍ରଣାଳୟର ତୃଟିପୁର୍ଣ ନିଷ୍ପତି ଏବଂ ଜନବିରୋଧୀ ମନଭାବ ଯୋଗୁ ତେଲଦର ଲଗାତାର ଭାବରେ ବଢିଚାଲିଥିବାବେଳେ ଗତ କିଛି ଦିନ ହେବ ଳଗାମଛଡା ଭାବେ ବୃଦ୍ଧି ପାଇଛି । ଏହାର କୁ ପଅଭାବ ବି ଦରଦାମ ଉପରେ ପଡୁଛି ଓ ସାଧାରଣ ଲୋକଙ୍କ ଜୀବନ ଜୀବିକା ଉପରେ ପଡୁଛି  । ଗାଡି ମୋଟର ବ୍ୟବହାର କରୁଥିବା ଜନସାଧାରଣଙ୍କ ଉପରେ କେନ୍ଦ୍ର ସରକାରଙ୍କର ଆର୍ଥୀକ ଚାବୁକ ମାଡରେ ଲୋକେ ଅତିଷ୍ଠ ହୋଇ ପଡିଲେଣି  । ତେଲ ଦର ବୃଦ୍ଧି ଯୋଗୁ ପରୋକ୍ଷୟରେ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର  ମଧ୍ୟ ବଢିଚାଲିଛି । ଏହାର ପ୍ରଭାବ ସିଧା ସିଧା ଗୃହିଣୀ , ଖଟିଖିଆ , ଗରିବ ଓ ନିମ୍ନ ମଧ୍ୟବିତ ପରିବାରଙ୍କ ଉପରେ ପଡିଛି । ତେଲଦର ୮୦.୮୭ ପଇସା ଓ ଡିଜେଲ ଦର ୭୨ ଟଙ୍କାରେ ପହଂଚି ଥିବାରୁ ଏହାକୁ  ବିରୋଧ କରି ଆନନ୍ଦପୁର ଠାରେ ରାଜ୍ୟ ଯୁବ ବିଜେଡି ଉପସଭାପତି ରାକେଶ କୁମାର ରାମ(ବାପି) ଙ୍କ ନେତୃତ୍ୱରେ ପ୍ରାୟ ସହସ୍ରାଧିକ ଜନସାଧାରଣ ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପେଟୋ୍ରଲ ପମ୍ପ ଆଗରେ ଶାନ୍ତି ପୂର୍ଣ ଭାବରେ ଧାରଣାରେ ବସି ଏକ ଜନସଚେତନତା କାର୍ଯ୍ୟକ୍ରମ ଜାରି ରଖିଥିଲେ  । ଉକ୍ତ କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ମାୟାଧର ଜେନା , ନଗର ସଭାପତି ରମାକାନ୍ତ ବେହେରା , ଜିଲ୍ଲା ମହିଳା ସଭା ନେତ୍ରୀ ଆରତି ସିଂ ,କାଉନସିଲର ସରସ୍ମତୀ ଜେନା , ମମତା ରାଣି ନାଏକ ,  ବାଉଁଶଗଡ ସରପଂଚ ଦୟାନିଧି ଘଡେଇ , ତରତରା ସରପଂଚ ଜିତୁ ସାମଲ , ବିଜେଡି ନେତା ସାମ ଦଳେଇ , ଟୁଟୁ ଧଳ , ଟୁଟୁ ରାମ  ,ମଳୟ ରାମଙ୍କ ଶତାଧିକ ବିଜେଡି କର୍ମୀ ଓ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ  ।  

0
0
0
s2sdefault