ହେଡଲାଇନସ୍:

ଭାରତ ବନ୍ଦ ସଫଳ କରିବାକୁ ବ୍ୟାସନଗର କଂଗ୍ରେସ କମିଟି ପକ୍ଷରୁ ନିବେଦନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବ୍ୟାସନଗର/ବିଶ୍ୱଜିତ ମାଝୀ: ବ୍ୟାସନଗର କଂଗ୍ରେସ କମିଟି ସଭାପତି ହୃଦାନନ୍ଦ ସାମଲଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ଭାରତ ବନ୍ଦକୁ ବ୍ୟାପକ ଭାବେ ସଫଳ କରିବାକୁ ସ୍ଥାନୀୟ ରାଷ୍ଟ୍ରୀୟ ମଜଦୁର କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ତଥା ରାଜ୍ୟ ସରକାରଙ୍କ  ଅହେତୁକ ଟିକସ ବୃଦ୍ଧି ପ୍ରତିବାଦରେ ବ୍ୟାସନଗର ସହରର ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ, ସମସ୍ତ ପରିବହନ ବ୍ୟବସ୍ଥା ତଥା ବ୍ୟବସାୟୀ ପ୍ରତିଷ୍ଠାନ , କଳ କାରଖାନା, କୋର୍ଟ କଚେରୀ, ବ୍ୟାଙ୍କ ବୀମା ଅଫିସ ବନ୍ଦ ରଖିବାକୁ କଂଗ୍ରେସ ପକ୍ଷରୁ ନିବେଦନ କରାଯାଇଛି । ଏହିପରି ଭାବେ ସମଗ୍ର ସହରର ମୁଖ୍ୟସ୍ଥଳୀ ଭାବେ ଦଳା ଛକ, ଚୋରଦା ବାଇପାସ, ଗୋପବନ୍ଧୁ ଛକ, ରେଲ୍ୱେ ଷ୍ଟେସନ, ଧବଳଗିରି ଛକରେ ଶତାଧିକ କର୍ମୀ ପିକେଟିଂ କରିବାର ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଏହି ସଭାରେ ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି, ପିସିସି ସମ୍ପାଦକ ସୁଧାନିଧି ମହାପାତ୍ର, ଆଇଏନ୍ଟିୟୁସିର ସଭାପତି ବିଦ୍ୟାଧର ମହାନ୍ତି, ଉପସଭାପତି ପଦ୍ମନାଭ ସ୍ୱାଇଁ, ଜିଲ୍ଲା ମହିଳା କଂଗ୍ରେସ ସଭାପତି ଆରତି ସ୍ୱାଇଁ, ପୂର୍ବତନ କାଉନସିଲର ଅଜୟ ସାହୁ, ରାଜେନ୍ଦ୍ର କିଶୋର ପ୍ରଧାନ, ପ୍ରମୋଦ କୁମାର ରାଉତ, ସନ୍ତୋଷ ବରାଳ, ପରମାନନ୍ଦ ସେଠୀ, ନୀଳମଣି ରାଉତ, ପ୍ରଫୁଲ୍ଲ ପାତ୍ର, ଦିବାକର ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଔଷଧ ଦୋକାନ, ଆମ୍ବୁଲାନ୍ସ, କ୍ଷୀରଗାଡ଼ି, ପରୀକ୍ଷାର୍ଥୀ ଓ ଜରୁରୀ ସେବା ବ୍ୟତୀତ ଅନ୍ୟାନ୍ୟ ସମସ୍ତ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିବେଦନ କରିଛନ୍ତି ।

 

0
0
0
s2sdefault