ହେଡଲାଇନସ୍:

ପେଟ୍ରୋଲ, ଡିଜେଲ ଦରବୃଦ୍ଧି ପ୍ରତିବାଦରେ ଯୁବ ଓ ଛାତ୍ର ବିଜେଡିର ବିକ୍ଷୋଭ ଓ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ(ସତ୍ୟଭୂଷଣ  ସ୍ୱାମୀ)  : ରାଜ୍ୟ ବିଜୁ ଜନତା ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଭଦ୍ରକ ଜିଲା୍ଲ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଭଦ୍ରକ ଜିଲ୍ଲା ସଦର ମହକୁମା ଠାରେ ପେଟ୍ରୋଲ, ଡିଜେଲର ବାରମ୍ବାର ମୂଲ୍ୟବୃଦ୍ଧି ପ୍ରତିବାଦରେ ଜିଲା୍ଲ ଯୁବ ବିଜେଡି ସଭାପତି ଦୁର୍ଗା ପ୍ରସନ୍ନ ଦାସ ଓ ଜିଲ୍ଲା ଛାତ୍ର ବିଜେଡି ସଭାପତି ତଥାଗତ ସାମଲଙ୍କ ନେତୃତ୍ୱରେ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟରୁ ବାହାରି ଭଦ୍ରକ ସହର ପରିକ୍ରମା କରିବା ସହିତ ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ ଓ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଯୁବ ଓ ଛାତ୍ର ବିଜେଡିର ବହୁ କର୍ମକର୍ତ୍ତାଙ୍କ ସହ ରାଜ୍ୟ ଯୁବ ବିଜେଡି ଉପସଭାପତି ପ୍ରୟାସକାନ୍ତି ସାମଲ, ରାକେଶ ପଣ୍ଡା, ଲାଲା ଲଳିତ ନାୟକ, ନଳିନୀ ପଣ୍ଡା, ଭାରତ ବିଜୟ ଦଳେଇ, ଭାଷ୍କର ମହାଳିକ, ଦେବୁ ବିଶ୍ୱାଳ, ସୁମନ ମହାପାତ୍ର, ଧର୍ମାନନ୍ଦ ମହାନ୍ତି, ସ୍ୱୟଂ ପ୍ରକାଶ ରାଜା, ପପୁ ମହାପାତ୍ର, ସମିତି ସଭ୍ୟ ଯୋଗେନ୍ଦ୍ର ଘଡେଇ, ସଚ୍ଚିଦାନନ୍ଦ ମହାନ୍ତି, ଇଂ ଇଲୁ ନାୟକ, ରମେଶ ବେହେରା, ସରପଞ୍ଚ ମୁକୁନ୍ଦ ଦେବ ସାମଲ, ଗଣେଶ ମଳିକ, ଶଶଧର ନାୟକ, ଲୋକା ଓରଫ ଇଂ ମହମ୍ମଦ ଫରହତ ଆଲାମ, ମହେଶ୍ୱର ପଲେଇ, ସନ୍ତୋଷ ମହାନ୍ତି, ଦାଶରଥି ମିଶ୍ର, ବଟକୃଷ୍ଣ ଜେନା, ସୁର ରାୟ, ଦେବ ପୃଷ୍ଟି, ଦେବ ତ୍ରିପାଠୀ, ମାଧବ ଦାସ, ଗୋପାଳ ଜେନା, ମୁନା ଦାସ, ବୁବୁନ ଦାସ, ସୁଧାକର ଜେନା, ରତ୍ନାକର ଦାସ, ଦୀନବନ୍ଧୁ ଜେନା, ପୁପୁନା ନାୟକ, ଅମିୟ ଖୁଣ୍ଟିଆ, ଖଗା ମିଶ୍ର, ବିନ୍ଦୁ ଜେନା, କାଉନସିଲର ଇକବଲ  ଖାଁ, କାଳିଆ ମହାପାତ୍ର, ବ୍ରଜ ନାୟକ, ଟିକୁ ଚୌଧୁରୀ, ସୋମନାଥ ସାହୁ ଓ ଶାନ୍ତନୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ସମସ୍ତ ନେତୃବୃନ୍ଦ ଓ କର୍ମକର୍ତ୍ତାମାନେ ସହର ଉପକଣ୍ଠ ବନ୍ତଛକ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ ସହ ଏକ ପଥପ୍ରାନ୍ତ ପ୍ରତିବାଦ ସଭା କରିଥିଲେ । ଆନ୍ତର୍ଜାତିକ ବଜାରରେ ତୈଳ ଦର ହ୍ରାସ ପାଇଥିଲେ ମଧ୍ୟ କେନ୍ଦ୍ର ସରକାର ଭାରତୀୟ ବଜାରରେ ତୈଳ ଦର ନିୟନ୍ତ୍ରଣ କରିପାରୁ ନାହାନ୍ତି । ଅନୁରୂପ ଭାବେ ଏଲ୍ପିଜି ଗ୍ୟାସ ଦର ମଧ୍ୟ ବୃଦ୍ଧି କରାଯାଉଛି । ଏହାର ସିଧା ସଳଖ ପ୍ରଭାବ କୋଟି କୋଟି ଲୋକଙ୍କ ଉପରେ ପଡୁଛି । ତୈଳ ଦର ବୃଦ୍ଧି ହେତୁ ପରିବହନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଛି ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି ହେଉଛି । ଲାଭଖୋର ମନୋବୃତ୍ତିର ଶିକାର ହୋଇ କେନ୍ଦ୍ର ସରକାର ଉପôାଦ ଶୁଳକ୍ ହ୍ରାସ କରୁ ନାହାନ୍ତି ବୋଲି ସମସ୍ତ ନେତୃମଣ୍ଡଳୀ ଦୃଢ ନିନ୍ଦା କରିବା ସହ କ୍ଷୋଭ ପ୍ରକଟ କରିଥିଲେ । 

0
0
0
s2sdefault