ହେଡଲାଇନସ୍:

ତୈଳ ଦର ବୃଦ୍ଧି  : ନୟାଗଡରେ ଯୁବ-ଛାତ୍ର-ମହିଳା ବିଜେଡି ପକ୍ଷରୁ ସଚେତନତା ଆଉ ପ୍ରତିବାଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନୟାଗଡରୁ ବିଶ୍ୱଜିତ ନାୟକ :  କ୍ରମାଗତ ତୈଳ ଦର ବୃଦ୍ଧି ଭଳି କେନ୍ଦ୍ର ସରକାରଙ୍କ ଜନବିରୋଧୀ ନିଷ୍ପତ୍ତି ପ୍ରତିବାଦରେ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳର ମିଳିତ ଆହ୍ୱାନ କ୍ରମେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ୍‍ ସମ୍ମୁଖରେ ସେପ୍ଟେମ୍ବର ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ପୂର୍ବାହ୍ଣ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଲିଫ୍‍ଲେଟ୍‍ ବଣ୍ଟନ କରାଯିବ । ଏହିକ୍ରମରେ ଆଜି ଶୁକ୍ରବାର, ଭୁବନେଶ୍ୱର ରାମମନ୍ଦିରସ୍ଥିତ ପେଟ୍ରୋଲ ପମ୍ପ ସମ୍ମୁଖରେ ୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଜନସଚେନତା କାର୍ଯ୍ୟକ୍ରମ ସହ ଯୁବ-ଛାତ୍ର-ମହିଳା ଜନତା ଦଳର କର୍ମୀ, ଦଳୀୟ ନେତୃମଣ୍ଡଳୀ ଉପସ୍ଥିତ ରହି ଲିଫ୍ଟଲେଟ୍‍ ବଣ୍ଟନ କରି ଜନସାଧାରଣଙ୍କୁ ଅବଗତ କରାଉଛନ୍ତି ।

0
0
0
s2sdefault