ହେଡଲାଇନସ୍:

 କେନ୍ଦ୍ର ସରକାରଙ୍କ ରାଫେଲ ଦୂର୍ନୀତି ପ୍ରସଙ୍ଗରେ ନବୀନ ସରକାର ଚୁପ କାହିଁକି ?

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଫେଲ ଦୂର୍ନିତୀ ଏନଡିଏ ସରକାରଙ୍କର ସବୁଠାରୁ  ବଡ ଦୂର୍ନୀତି – କଂଗ୍ରେସ

ବାରିପଦା(dillip mohanty) ବର୍ତ୍ତମାନ କେନ୍ଦ୍ରର ଏନଡିଏ ସରକାର ସବୁଠାରୁ ବଡ ଦୂର୍ନିତୀ ରାଫେଲ ଦୂର୍ନୀତି ରେ ଜୁଡୁବୁଡୁ ହୋଇଥିବାର ଅଭିଯୋଗ କରିଛି କଂଗ୍ରସେ । ଗତକାଲି ଗୁରୁବାର ବାରିପଦାର ରୋଟାରୀ କ୍ଲବଠାରେ ମୟୁରଭଞ ଜିଲା କଂଗ୍ରସେ  ପକ୍ଷରୁ ଆହୁତ ଏକ ସାମ୍ବାଦିକ ସମୀଳନୀରେ ସର୍ବଭାରତୀୟ କଂଗ୍ରେସ ସଂପାଦକ ଶେଖ ମୁସ୍ତାନ ଅଲୀ ଏନଡିଏ ସରକାରଙ୍କ ସମୟରେ ଏପରି ଏକ ମହାଘୋଟାଲା ବିଷୟରେ ସୂଚନା ପ୍ରଦାନ କରିଛନ୍ତି । ରାଫେଲ ଦୂର୍ନୀତିରେ ଏନଡିଏ ସରକାର ୫ ଶହ ୨୬ କୋଟି ଟଙ୍କାର ଦୂର୍ନିତୀ କରିଥିବାର ସିଏ ଅଭିଯୋଗ କରିଛନ୍ତି । ଏଥି ସହିତ ଏହି ଦୂର୍ନିତି ର ତୁରନ୍ତ ପର୍ଦ୍ଧଫାସ ପାଇଁ ଏକ ପାର୍ଲାମେଣ୍ଟ କମିଟି ଗଠନ କରିବାପାଇଁ ଦାବୀ କରିଥିଲେ । ଅନ୍ୟପେଟେ କେନ୍ଦ୍ର ସରକାର ଦୂର୍ନୀତିରେ ଛନ୍ଦି ହୋଇଥିବାବେଳେ ରାଜ୍ୟରେ ନବୀନ ସରକାର ଚୁପହୋଇ ବସିଛନ୍ତି । ଏ ବିଷୟରେ ରାଜ୍ୟ ସରକାର ଖୁବଶୀଘ୍ର ନିଜର ମତାମତ ସ୍ପଷ୍ଟ କରିବାକୁ ମଧ୍ୟ ଦାବୀ କରିଛନ୍ତି । କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ ଅନୁ୍ୟାୟୀ ଆଗାମୀ ଦିନରେ ଏକ ଜନ ଆନେ୍ଦାଳନ କରାଯିବ । ଏହି ପରିପ୍ରେକ୍ଷୀରେ ଚଳିତ ମାସ ୧୯ ତାରିଖରେ ରାଫେଲ ଦୂର୍ନୀତି ବିରୋଦ୍ଧରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସର୍ବଭାରତୀୟ କଂଗ୍ରେସ ସଂପାଦକ ଶ୍ରୀ ଅଲୀ ପ୍ରକାଶ କରିଛନ୍ତି । ଏହି ଅବସରରେ ରୋଟାରୀ କ୍ଲବଠାରେ ପୂର୍ବାହ୍ନରେ ଜିଲା କଂଗ୍ରେସ ସଭାପତି ହେମନ୍ତ ଦାଶ ଙ୍କ ସଭାପତିତ୍ୱରେ  କଂଗ୍ରେସ କର୍ମୀମାନଙ୍କର  ଏକ ବୈଠକ ଅନୁଷ୍ଠିତ  ହୋଇଥିଲା ।  ବୈଠକରେ ଜୋନାଲ ସଭାପତି ମାନଙ୍କୁ ପ୍ରତ୍ୟେକ  ଜୋନ ପଞ୍ଚାୟତରେ ସଂଗଠନକୁ ମଜବୁତ କରିବାକୁ ପରାମର୍ଶ ଦେଇଥିଲେ । ଆୟୋଜିତ ଉକ୍ତ ବୈଠକରେ ଅନ୍ୟମାନଙ୍କ  ମଧ୍ୟରେ ପୂର୍ବତନ ସାଂସାଦ ସୁସୀଳା ତିରିଆ , ପୂର୍ବତନ ମନ୍ତ୍ରୀ ସ୍ୱରସ୍ୱତୀ ହେମ୍ବ୍ରମ , ଜିଲା କାର୍ଯ୍ୟକାରୀ ସଭାପତି ଲକ୍ଷ୍ମଣ ମାଝୀ , ଭୂବନ ବିହାରୀ ସାହୁ , ପ୍ରଫୁଲ ସାହୁ , ପୂନ୍ନଚନ୍ଦ୍ର ବିଶ୍ୱାଳ , ରାଜ୍ୟ କଂଗ୍ରେସ ସଂପାଦକ ନିରୋଜ ଲୋଚନ ଦାଶ ,ଓ ଯୋଗେଶ ଅଗ୍ରଓାଲ ,ପୂର୍ବତନ ଜିଲା ସଭାପତି ପ୍ରଦୀପ ରଥ , ଜିଲା କୋଷାଧକ୍ଷ ବିଜନ ଦାଶ , ଜିଲା ଯୁବ କଂଗ୍ରେସ ସଭାପତି ରାକେଶ ସିଂ , ଜିଲା ମହିଳା କଂଗ୍ରେସ ସଭାପତି ସୁସ୍ମୀତା ଘୋଷାଲ ,ଉପସଭାପତି ଅରବିନ୍ଦ ଦାଶ ,  ଅଜୟ ମହାପାତ୍ର , ସୁଦୀପ ମନ୍ତ୍ରୀ ,ସୁକୁମାର ରଞନ ପ୍ରଧାନ , ପ୍ରଦୀପ ଦାସ , ବିକାଶ ମହାଭୋଇ , ପ୍ରତିଭା ମିଶ୍ର , ଆଶିଷ କୁମାର ବାରିକ ପ୍ରମୁଖ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।  

0
0
0
s2sdefault