ହେଡଲାଇନସ୍:

ରାଫେଲ ବିମାନ କିଣା ଦୁର୍ନିତି : ଯୁଗ୍ମ ସଂସଦିୟ କମିଟି (ଜେପିସି) ତଦନ୍ତ ଦାବୀ କଲା କଂଗ୍ରେସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ବଲାଙ୍ଗିର(ନିରୋଜ ମିଶ୍ର) - ସଂସଦ ଭିତରେ  ରାଫେଲ ବିମା କିଣାକୁ ହେଇଥିବା  ଦୁର୍ନିତିକୁ ନେଇ ଯାହା ପ୍ରଶ୍ନ ପ·ରିଲେ ବି ସରକାର ନିରବ । ଆମର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହାକୁ ନେଇ ସଂସଦରେ ବାରମ୍ବାର ପ୍ରଶ୍ନ ପ·ରିଲେଣି । ସରକାର ନିଜର କରିଥିବା ଦୁର୍ନିତିକୁ ଲୁଚାଇବା ପାଇଁ ମୁହଁ ଖୋଳୁ ନାହାନ୍ତି । ଉପା ସରକାର ଅମଳରେ ହୋଇଥିବା ରାଜିନାମା ଅନୁସାରେ ଗୋଟିଏ ବିମାନର ମୁଲ୍ୟ ଥିଲା ୫୨୬.୧୦ କୋଟି କିନ୍ତୁ ବର୍ତ୍ତମାନର ରାଜିନାମା ଅନୁସାରେ ଡେସଲ୍ଟ ଏଭିଏସନ କଂପାନୀ ଗୋଟିଏ ବିମାନ ପିଛା ୧୬୭୦.୭୦ କୋଟି ଟଙ୍କା ନେଉଛି । ତେବେ ବିମାନ ବିଛା ଅଧିକ ୧୧୪୪.୬୦ କୋଟି ଟଙ୍କା କଂପାନୀକୁ କାହିଁକି ଅଧିକ ଦିଆଯାଉଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନରେ ଏଆଇସିସି ର ସଂପାଦକ ସେକ୍ ମସ୍ତାନ ଅଲ୍ଲୀ ପ୍ରଶ୍ନ କରିଛନ୍ତି । ସାଧାରଣ କରଦାତାଙ୍କ ପଇସାକୁ ଏପରି ଦାୟିତ୍ୱହୀନ ଭାବରେ ଖର୍ଚ୍ଚ କରିବା ଅଧିକାର ସରକାରଙ୍କ ନାହିଁ । ନିଜର ନିର୍ବାଚନ ପାଣ୍ଠି ସଂଗ୍ରହ କରିବା ପାଇଁ ଏହି ଦୁର୍ନିତିରୁ ସଂଗୃହିତ ଟଙ୍କା ରିଲାଏନ୍ସ କଂପାନୀର ମାଲିକ ଅନୀଲ ଅମ୍ବାନିକୁ ଅହେତୁକ ଭାବେ ସରକାର ଦେଉଛନ୍ତି । ଏହାର ଉତ୍ତର ସରକାର ଜନସାଧାରଣଙ୍କୁ ଦିଅନ୍ତୁ । ନଚେତ ଏକ ଯୁଗ୍ମ ସଂସଦୀୟ କମିଟି ଗଠନ କରି ଏହାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ କରାନ୍ତୁ ବୋଲି ସେ କହିଛନ୍ତି । ଆହୁରି ମଧ୍ୟ ଉପା ସରକାରଙ୍କ ଅମଳରେ ରାଜିନାମାକୁ ଏହି ସରକାର ଆଗକୁ ନେଇ କାର୍ଯ୍ୟକାରୀ କରିବା କଥା କିନ୍ତୁ ସରକାର ବଦଳିଯିବା ପରେ ମୋଦି ସରକାର ରାଫେଲ କିଣାକୁ ନେଇ ହୋଇଥିବା ରାଜିନାମା ବାତିଲ କରି ନିଜେ ନୂତନ ଭାବରେ ପ୍ରତିରକ୍ଷା ମନ୍ତ୍ରାଳୟ ତଥା ଦେଶର କୋଟି କୋଟି କରଦାତାଙ୍କୁ ହେୟଜ୍ଞାନ କରି ଯୁଦ୍ଧ ବିମାନ ପିଛା ୧୧୪୪.୬୦ କୋଟି ଟଙ୍କା ଅଧିକ ଦେଇ କିଣୁଛନ୍ତି । ଏଥିôରୁ ଦୁର୍ନିତିର ଗନ୍ଧ ସ୍ପଷ୍ଟ ବାରି ହେଉଛି । ଏହି ବିମାନ କିଣାରେ କାହିଁକି ପ୍ରତିରକ୍ଷା ସାମଗ୍ରୀ କିଣା ପ୍ରକ୍ରିୟା ପାଳନ କରାଯାଇନି ବୋଲି ସେ ପ୍ରଶ୍ନ କରିଥିôଲେ  ଏପରିକି ଚୁକ୍ତି ନିର୍ଦ୍ଧାରଣ କମିଟି ଏବଂ ମୁଲ୍ୟ ନିର୍ଦ୍ଧାରଣ କମିଟିର ନିତି ନିୟମକୁ ମଧ୍ୟ କେନ୍ଦ୍ର ସରକାର ଏହି ବିମାନ କିଣାରେ ଅଣଦେଖା କରିଛନ୍ତି । ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ କମିଟିକୁ ମଧ୍ୟ ଏହି ବିମାନ କିଣାରେ କେନ୍ଦ୍ର ସରକାର ଅନ୍ଧାରରେ ରଖିଥିଲେ । ଆହୁରି ମଧ୍ୟ ସରକାରୀ ଉଦ୍ୟୋଗ ହିନ୍ଦୁସ୍ଥାନ ଏରୋନେଟିକ୍ସ କୁ ମଧ୍ୟ ଅଣଦେଖା କରି ଅନିଲ ଅମ୍ବାନି କଂପାନୀକୁ ଅନୁକମ୍ପା ସରକାର ଦେଖାଇଛନ୍ତି ବୋଲି ଏଆଇସିସି ସଂପାଦକ ଅଭିଯୋଗ କରିଛନ୍ତି । ୧୭ ନଭେମ୍ବର ୨୦୧୭ରେ ହୋଇଥିବା ସାମ୍ବାଦିକ ସମ୍ମିଳନୀ ରେ ପ୍ରତିରକ୍ଷା ମନ୍ତ୍ରୀ ସର୍ବସମ୍ମୁଖରେ ୩୬ଟି ରାଫେଲ ବିମାନର ମୁଲ୍ୟ ସର୍ବ ସାଧାରଣରେ ଜଣାଇବାକୁ ପ୍ରତିରକ୍ଷା ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସେ କାହା ·ପରେ ଆଜି ପର୍ଯ୍ୟନ୍ତ ଦେଶବାସୀଙ୍କୁ ଏହାର ପ୍ରକୃତ ମୁଲ୍ୟ ଜଣାଇ ନାହାନ୍ତି ବୋଲି ଶ୍ରୀ ମସ୍ତାନ ୱାଲି ପ୍ରଶ୍ନ କରିଛନ୍ତି । ତେଣୁ ଆଜିର ଏହି ସମ୍ମିଳନୀରେ ଏଆଇସିସି ସଂପାଦକ ଦାବୀ କରିଛନ୍ତି ଯେ ଯେତେ ଶିଘ୍ର ହେବ ଯୁଗ୍ମ ସଂସଦୀୟ କମିଟି  ପ୍ରଧାନମନ୍ତ୍ରୀ ଗଠନ କରନ୍ତୁ ଏବଂ ଶତାବ୍ଦୀର ଏହି ସର୍ବବୃହତ ପ୍ରତିରକ୍ଷା ଦୁର୍ନିତି ପର୍ଦ୍ଧାଫାସ କରି ଜନସାଧାରଣଙ୍କ ଆଗରେ ରାଫେଲ ଯୁଦ୍ଧ ବିମାନର ପ୍ରକୃତ ମୁଲ୍ୟ ସର୍ବସାଧାରଣ କରନ୍ତୁ ବୋଲି ଦାବୀ ଜଣାଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଉପ-ସଭାପତି ସନ୍ତୋଷ ସିଂ ସାଲୁଜା, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ଏଆଇସିସି ସଭ୍ୟ ସମରେନ୍ଦ୍ର ମିଶ୍ର, ଓଡିଶା ସୋସିଆଲ ମିଡିଆ ସେଲ ମୁଖ୍ୟ ଅଭିଷେକ ମହାନନ୍ଦ, ପିସିସି ସଂପାଦକ ହରଦିପ ସିଂ, ସୁଧାଂଶୁ ଦାଶ, ସୁଦାମ ସାହୁ, ମୁକେଶ ଜୈନ ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault