ହେଡଲାଇନସ୍:

ରାଫେଲ ବିମାନ ଦୁର୍ନିତି, କଂଗ୍ରେସ ର ବିକ୍ଷୋଭ : କେନ୍ଦ୍ର ବିରୁଦ୍ଧରେ ଗର୍ଜିଲେ ଏଆଇସିସି ସଂପାଦକ ମସ୍ତାନ ୱାଲି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଫେଲ ଯୁଦ୍ଧ ବିମାନ କିଣା ଦୁର୍ନିତି ଓଡିଶା ବେକାର ଯୁବକଙ୍କ ପାଇଁ କେନ୍ଦ୍ରର ଚରମ ଉପହାସ :ସମରେନ୍ଦ୍ର

  ବଲାଙ୍ଗିର/ନିରୋଜ ମିଶ୍ର - ଦେଶର ସବୁଠାରୁ ବଡ ପ୍ରତିରକ୍ଷା ଦୁର୍ନିତି ରାଫେଲ ଯୁଦ୍ଧ ବିମାନ କିଣାରେ ମୋଦୀ ସରକାରର ଅସଲ ମୁଖା ସମସ୍ତଙ୍କ ସାମନାରେ ଜଣାପଡିଯାଇଛି ।  ଫ୍ରାନ୍ସର ଦେସଲ୍ଟ ଏଭିଏସନ କମ୍ପାନୀରୁ ୩୬ଟି ବିମାନ କିଣାରେ ବର୍ତ୍ତମାନ କେନ୍ଦ୍ର ସରକାର ଦେଶ ମାତୃକପ୍ରତି ବିଶ୍ୱାସଘାତ କରିଛି । ଦେଶର କୋଟି କୋଟି କରଦାତାଙ୍କ ଟଙ୍କାକୁ ମୋଦି ସରକାର ନିଜେ ଚଳୁ କରିବାରେ ବସିଛି । ଜାତୀୟ ସ୍ୱାର୍ଥ ଜାତୀୟ ନିରାପତ୍ତାକୁ ବଳିଦେଇ ଜନ ବିରୋଧି କେନ୍ଦ୍ର ସରକାର ରାଫେଲ ଏୟାର କ୍ରାଫ୍ଟ କିଣିବା ବିଦେଶୀ କଂପାନୀକୁ ତିନିଗୁଣ ଟଙ୍କା ଅଧିକା ଦେଇ ନିଜର ପୁଞ୍ଜିବାଦୀ ଚିନ୍ତାଧାରାକୁ ଜନସାଧାରଣଙ୍କ ଆଗରେ ଜାହିର କରିଛି । ଏପରିକି ହିନ୍ଦୁସ୍ଥାନ ଏରୋନେଟିକ୍ ଭଳିଆ ଦେଶିୟ କଂପାନୀମାନଙ୍କୁ ଅଣଦେଖା କରି ଏଠାକାର ଯୁବକମାନଙ୍କର ନିଯୁକ୍ତିକୁ ଥିବା ଆଶାକୁ କୁଠାରଘାତ କରିଛି ବୋଲି ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମୁଖରେ ହୋଇଥିବା କଂଗ୍ରେସର ବିରାଟ ବିକ୍ଷୋଭ ସମାବେଶରେ ଯୋଗଦେଇ ଅଖିଳ ଭାରତୀୟ କଂଗ୍ରେସ କମିଟି ସଂପାଦକ ସେକ୍ ମସ୍ତାନ ୱାଲି ନିଜ ବକ୍ତବ୍ୟରେ କହିଛନ୍ତି । 

ଏଆଇସିସି ସଭ୍ୟ ଯୁବନେତା ସମରେନ୍ଦ୍ର ମିଶ୍ରଙ୍କ ନେତୃତ୍ୱ ତଥା ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋଇଥିବା ଏହି ରାଫେଲ ସ୍କାମ ବିରୁଦ୍ଧ ସମାବେଶରେ ଜିଲ୍ଲାର ସମସ୍ତ ବିଧାନସଭା ଅଞ୍ଚଳରୁ କଂଗ୍ରେସ ନେତୃବୃନ୍ଦ ତଥା କର୍ମୀ ଯୋଗଦେଇଥିଲେ । ଲଘୁଚାପ ଜନିତ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ପ୍ରତିକୁଳ ପରିସ୍ଥିତିରେ ମଧ୍ୟ ଆଜି ଏହି ବିକ୍ଷୋଭ ସମାବେଶରେ କଂଗ୍ରେସର ସମସ୍ତ ନେତୃବୃନ୍ଦ ଏକଜୁଟ ହୋଇ କେନ୍ଦ୍ର ସରକାରଙ୍କ ଏ ରାଫେଲ କିଣା ଦୁର୍ନିତି ବିରୁଦ୍ଧରେ ବିଷୋଦ୍ଗାର କରିଥିଲେ । ଏଆଇସିସି ସଂପାଦକ ମସ୍ତାନ ଅଲ୍ଲୀ ଏହି ବିକ୍ଷୋଭରେ ଆହୁରି ମଧ୍ୟ କହିଥିଲେ ନିଜକୁ ଚୈାକିଦାର କହୁଥିବା ଦେଶର ପ୍ରଧାନମନ୍ତ୍ରୀ ପୁଞ୍ଜିପତି ଅନୀଲ ଅମ୍ବାନିଙ୍କ ସହ ମିଶି ରାଫେଲ ଦୁର୍ନିତିରୁ ମିଳୁଥିବା ଅହେତୁକ ଲାଭର ଭାଗିଦାର ହେବାକୁ ଯାଉଛନ୍ତି । ଦେଶର କୋଟି କୋଟି ବେକାର ଯୁବକମାନଙ୍କୁ କର୍ମନିଯୁକ୍ତି ଦେବା ବଦଳରେ ବିଦେଶୀ କଂପାନୀକୁ ବେଆଇନଭାବେ ଅନୁକମ୍ପା ଦେଖାଉଛନ୍ତି । କିଣା ହେବାକୁ ଥିବା ୩୬ଟି ଯୁଦ୍ଧ ବିମାନ ର ବର୍ତ୍ତମାନ ର ମୁଲ୍ୟ ଉପା ସମୟରେ ନିର୍ଦ୍ଧାରିତ ହୋଇଥିବା ମୁଲ୍ୟର ତିନି ଗୁଣାରୁ ମଧ୍ୟ ଅଧିକା ବୋଲି ସେ କହିଛନ୍ତି । ଉପା ସରକାର ସରକାର ସମୟରେ ନିର୍ଦ୍ଧାରିତ ହୋଇଥିବା ମୁଲ୍ୟ ଗୋଟିଏ ଯୁଦ୍ଧ ବିମାନକୁ ୫୨୬.୧୦ କୋଟି ଟଙ୍କା ଯାହାକି ବର୍ତ୍ତମାନ ଗୋଟିଏ ବିମାନ ବିଛା ୧୬୭୦.୭୦ କୋଟି ଯାହା ଦ୍ୱାରା କି ୩୬ଟି ବିମାନ କିଣାରେ ୪୧୨୦୫ କୋଟି ଟଙ୍କା ବର୍ତ୍ତମାନ ସରକାର ରିଲାଏନ୍ସ ର ମାଲିକ ଅନିଲ ଅମ୍ବାନିଙ୍କୁ ଅନୁକମ୍ପା ଦେଖାଉଛନ୍ତି । ଏହାର ଜବାବ ଯେତେଥର ମଧ୍ୟ ସଂସଦ ଭିତରେ ଏଆଇସିସିର ସଭାପତି ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ମାଗୁଛନ୍ତି, ଉତ୍ତର ମିଳୁନାହିଁ । ଏପରିକି ପ୍ରତିରକ୍ଷା ସମ୍ବନ୍ଧୀୟ ଏହି ବିମାନକିଣାରେ ପ୍ରତିରକ୍ଷା ମନ୍ତ୍ରାଳୟର ବିଶେଷଜ୍ଞମାନଙ୍କୁ ମଧ୍ୟ ଅନ୍ଧାରରେ ରଖାଯାଇଛି । ଦେଶବାସୀ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହାର ଉତ୍ତର ମାଗୁଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ଏଥିରୁ ଲୁଚିଯାଇ ଶିଘ୍ର ନିର୍ବାଚନକୁ ଯିବାର କୌଶଳ   କରୁଛନ୍ତି । ଏଆଇସିସି ସଦସ୍ୟ ଯୁବନେତା ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ ରାଫେଲ ଯୁଦ୍ଧ ବିମାନ କିଣା ଦୁର୍ନିତି ଓଡିଶା ବେକାର ଯୁବକଙ୍କ ପାଇଁ ମଧ୍ୟ କେନ୍ଦ୍ର ସରକାରର ଏକ ଉପହାସ । ଉପା ସରକାର ଅମଳରେ ହୋଇଥିବା ରାଜିନାମା ହିସାବରେ ବିଦେଶୀ କଂପାନୀଠୁ କେବଳ ୧୮ଟି ଯୁଦ୍ଧ ବିମାନ କିଣାଯାଇଥାନ୍ତା ଏବଂ ବାକି ୧୦୮ଟି ଯୁଦ୍ଧ ବିମାନ ପାଇଁ ଟେକ୍ନୋଲୋଜି ହସ୍ତାନ୍ତରିକରଣ କରାଯାଇ ହିନ୍ଦୁସ୍ଥାନ ଏରୋନେଟିକ୍ସ ଯାହାକି ଓଡିଶାରେ ଅଛି ସେଠାରେ ନିର୍ମାଣ ହୋଇଥାନ୍ତା । କିନ୍ତୁ ଯୁବକ ବିରୋଧି ମୋଦି ସରକାର ଯୁବକମାନଙ୍କ ପାଇଁ ଉପା ଅମଳରେ ହୋଇଥିବା ଏହି ନିଯୁକ୍ତିର ସୁଯୋଗକୁ ପୁଞ୍ଜିପତିମାନଙ୍କୁ ମୁନାଫା ଦେଇ ବନ୍ଦ କରିଦେଲେ । ଏଥିରେ ରାଜ୍ୟ ସରକାର କିମ୍ବା ବିଜେଡି ଦଳର ସାଂସଦମାନେ ଆଜି ପର୍ଯ୍ୟନ୍ତ ମୁହଁ ମଧ୍ୟ ଖୋଲିଲେ ନାହିଁ ତେଣୁ ଏଥିରୁ ସ୍ପଷ୍ଟ ଅନୁମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଓଡିଶାର ଯୁବକମାନେ ନିଯୁକ୍ତି ପାଆନ୍ତୁ ବୋଲି ଚାହୁଁ ନାହାନ୍ତି । ପିସିସି ଉପ-ସଭାପତି ସନ୍ତୋଷ ସିଂ ସାଲୁଜା ନିଜ ବକ୍ତବ୍ୟରେ କହିଥିଲେ ଉପା ସରକାର ଅମଳରେ ହୋଇଥିବା ଏହି ରାଫେଲ କିଣା ରାଜିନାମାକୁ ଅଣଦେଖା କରି ଅନିଲ ଅମ୍ବାନିକୁ ଅହେତୁକ ଅନୁକମ୍ପା ଦେଖାଇଛନ୍ତି । ଏହାକୁ ନେଇ ସଂସଦରେ ରାହୁଲ ଗାନ୍ଧୀ ବାରମ୍ବାର ପ୍ରଶ୍ନ ପ·ରିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଚୁପ ରହୁଛନ୍ତି । ଏପରିକି ଗଣମାଧ୍ୟମକୁ ମଧ୍ୟ ଏହି ରାଫେଲ କିଣା ସଂକ୍ରାନ୍ତିୟ କୌଣସି ହତ ପ୍ରତିରକ୍ଷାର ଦୁର୍ନିତି ବୋଲି କହିଛନ୍ତି । କେନ୍ଦ୍ର ସରକାର ଦେଶର ସାର୍ବଭୈାମତ୍ୟ ନିରାପତ୍ତା କୁ ବର୍ତ୍ତମାନ ଘରୋଇ କଂପାନୀଙ୍କ ହାତରେ ବିକି ଦେବାକୁ ବସିଲେଣି । ପ୍ରତିରକ୍ଷା ସମ୍ବନ୍ଧୀୟ କୌଣସି  ବିଷୟରେ ପ୍ରତିରକ୍ଷା ବିଭାଗର ମତାମତ ନ ନେବା କେନ୍ଦ୍ର ସରକାରର ଏକଛତ୍ରବାଦ ମନୋବୃତ୍ତିର ଏକ ବଳିଷ୍ଠ  ଉଦାହରଣ । ଜିଲ୍ଲା ସଭାପତି ଦିଲିପ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ହୋଇଥିବା ଏହି ବିକ୍ଷୋଭ ସମାବେଶରେ  ଅନ୍ୟମାନଙ୍କ ମଧ୍ୟରେ ଚାଷୀନେତା ସୁଧିର ପରିଚ୍ଛା, ପିସିସି ସଂପାଦକ ସୁଧାଂଶୁ ଦାଶ, ମୁକେଶ ଜୈନ, ବିରେନ୍ଦ୍ର ବାଗ, ରାଜ୍ୟ ସୋସିଆ ମିଡିଆ ମୁଖ୍ୟ ଅଭିଶେକ  ମହାନନ୍ଦ, ପିସିସି ସଂପାଦକ ହରଦିପ ସିଂହ, ମନମୋହନ ପୁଟେଲ, ସାନନ୍ଦ ମିଶ୍ର, ଜିଲ୍ଲା କଂଗ୍ରେସ ସଭାନେତ୍ରୀ ରେଣୁକା ପାତ୍ର, ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର, ପୁୁଇଁନ୍ତଲା ବ୍ଲକ କାର୍ଯ୍ୟକାରୀ ସଭାପତି ସାନନ୍ଦ ମିଶ୍ର, ଆଗଲପୁର ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

0
0
0
s2sdefault