ହେଡଲାଇନସ୍:

ବିଭିନ୍ନ ସଂଖ୍ୟାଲଘୁ ସଂଗଠନର ନେତୃମଣ୍ଡଳୀ ବିଜେଡିରେ ଯୋଗଦେଲେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର,:  ନବରଙ୍ଗପୁର ଜିଲ୍ଲା ଝରିଗାଁ ଓ ଉମରକୋଟ୍‍ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସଂଖ୍ୟାଲଘୁ ସଂଗଠନର ନେତୃମଣ୍ଡଳୀ, ପୂର୍ବତନ ସରପଞ୍ଚ, ୱାର୍ଡ ସଭ୍ୟ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ବିଜେପି ଏବଂ କଂଗ୍ରେସ ଦଳ ଛାଡ଼ି ଆଜି ଅପରାହ୍ଣରେ ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଏବଂ ସଂଖ୍ୟାଲଘୁ ସେଲ୍‍ ରାଜ୍ୟ ସଭାପତି ମୁନ୍ନା ଖାଁଙ୍କ ନେତୃତ୍ୱରେ ନବୀନ ନିବାସରେ ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ସଂଜୟ ମଙ୍ଗଲୀ ଧଳ, ଫିରୋଜ କୁମାର ଖୋରା, ମଦନ ମୋହନ ନାୟକ, ସରୋଜ କୁମାର ଦଲାଲ, ଦୟାଦନ କୋଚିମ୍‍, ସୁଧାଂଶୁ ପୋନୁଏଲ୍‍ ସୁଧା, ସୁଧୀର କୁମାର ସୁନା, ପିଣ୍ଟୁ ବିଶୋୟୀ, ଜଗନ୍ନାଥ ପୂଜାରୀ, ଲଚ୍ଛମନ ଗଣ୍ଡ, ସର୍ଫରାଜ ମଲ୍ଲିକ, ଇର୍ଫାନ୍‍ ଲାଠିଆ, ପବିତ୍ର ଗୋରାଡ଼, କୃତିବାସ ସାନ୍ତା, ସୁସ୍ମିତା ଖୋରା, ମନ୍ଦାକିନୀ ବେହେରା, ଗୀତାଞ୍ଜଳି ନନ୍ଦ, ସୁରେଖା ପୂଜାରୀ, ଧନସିଂହ ଗଣ୍ଡ, ସାନ୍ଧର ଗଣ୍ଡ, ତପନ କୁମାର ସାନା, ବିକ୍ରମ ସିଂହ, ବିଷ୍ଣୁ ମୋରାଲ ପ୍ରମୁଖ ଆଜି ନିଜ ନିଜର ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ସମସ୍ତ ନେତୃମଣ୍ଡଳୀଙ୍କୁ  ସଭାପତି ଶ୍ରୀ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ଝରିଗାଁ ଓ ଉମରକୋଟ୍‍ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପି ଓ କଂଗ୍ରେସର ସଂଖ୍ୟାଲଘୁ ନେତୃମଣ୍ଡଳୀ ବିଜେଡିରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ଦୁଇଟି ନିର୍ବାଚନ ମଣ୍ଡଳୀ ସହିତ ନବରଙ୍ଗପୁର ଜିଲ୍ଲାରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ।

ମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ଉଭୟ ଦଳର ସଂଖ୍ୟାଲଘୁ ସଂଗଠନର ନେତୃମଣ୍ଡଳୀ ସାମିଲ ହୋଇଛନ୍ତି । ଏହାଦ୍ୱାରା ନବରଙ୍ଗପୁର ଜିଲ୍ଲାରେ ବିଜେଡି ସଂଖ୍ୟାଲଘୁ ସେଲ୍‍ ଅଧିକ ସୁଦୃଢ଼ ହେବା ସହିତ ବିଜୁ ଜନତା ଦଳ ଅଧିକ ସଂଗଠିତ ହେବ । ନବୀନ ନିବାସ ଠାରେ ଅନୁଷ୍ଠିତ  ଏହି ଯୋଗଦାନ ଅବସରରେ ନବରଙ୍ଗପୁର ଜିଲ୍ଲା ସଂଖ୍ୟାଲଘୁ ସେଲ୍‍ ସଭାପତି କାଜାମ୍‍ ମାଦାନୀ, ଉପ-ସଭାପତି ଅବଦୁଲ୍‍ କାଜଉଦ୍ଧିନ୍‍, ସାଧାରଣ ସଂପାଦକ ସୁଧାଂଶୁ ସାଧୁ, ସଂପାଦିକା ସସ୍ମିତା ଖୋରା, ଉମରକୋଟ୍‍ ଯୁବ ବିଜେଡି ବ୍ଲକ ସଭାପତି ବିକ୍ରମ ସିଂ, ଉପ-ସଭାପତି ବିଷ୍ଣୁ ମୋରାଲ, ସଂପାଦକ ତପନ ସାନା ପ୍ରମୁଖ ଉପସ୍ଥିତ ଥିଲେ । 

0
0
0
s2sdefault