ହେଡଲାଇନସ୍:

ବଦଳିଲେ କି ପିସିସି ସଭାପତି ନିରଞ୍ଜନ !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

BHUBANESWAR (KUMAR ABHISEKH) : କଂଗ୍ରେସରେ ପିସିସି ସଭାପତି ବଦଳିବା ଗୋଟାଏ ରୁଟିନ ବ୍ୟାପାର | ଜଣକୁ ଯାଇ ସଭାପତି କରାଇବେ. ଆଉ କିଛି ମାସ ପରେ ଗ୍ରୁପ ହୋଇ ଯାଇ ତାଙ୍କୁ କାଢ଼ିବାକୁ ଲବି କରିବେ | ଦଳ ଚୁଲୀକୁ ଯାଉ, ହେଲେ ପିସିସି ସଭାପତି ବଦଳ ପ୍ରକ୍ରିୟା ଚାଲିଥାଉ | ନେତାଙ୍କ ବାରମ୍ବାର ଦିଲ୍ଲୀ ଗସ୍ତ ବି ମିଡ଼ିଆର ଦିହଘଷା ହୋଇ ଗଲାଣି |  ହେଲେ ଏଥର ଏତେ ଶୀଘ୍ର ବଦଳିଯିବେ ବୋଲି କେହି ଭାବି ନଥିଲେ | ମାନେ ୪/୫ମାସ ଭିତରେ ବଦଳି ଗଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ |  ତାଙ୍କ ଜାଗାରେ ନୂଆ ସଭାପତି ହୋଇଛନ୍ତି ଦଳର ବରିଷ୍ଠ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର | ଅବଶ୍ୟ ଏ ସମ୍ପର୍କରେ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଆମର ହସ୍ତଗତ ହୋଇ ନାହିଁ, ହେଲେ ପିସିସି ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରୁ ଏହା ଜଣାପଡିଛି | ଅବଶ୍ୟ କିଛି ଦିନ ତଳେ ନିରଞ୍ଜନ ବାବୁ " ତାଙ୍କର ସଭାପତି ହେବାର ଆଗ୍ରହ ନଥିଲା, ଆଉ ତାଙ୍କୁ ଦାଇତ୍ୱ ଲଦି  ଦିଆ ଗଲା" ବୋଲି କୁଆଡେ ପରୋକ୍ଷ ଭାବେ କହିଥିଲେ | ଆଉ ସଭାପତି କଲେ ଜେ ତାଙ୍କ ପଛକୁ ଲାଙ୍ଗୁଡ଼ ଲଗାଇ ଦେଲେ | ଆଉ ସେ କୁଆଡେ ଦଳର କାର୍ଯ୍ୟଧାରା ଉପରେ ଟିକେ ସନ୍ତୁଷ୍ଟ ନଥିଲେ ବୋଲି ଚର୍ଚ୍ଚା ହେଉଥିଲା | କେତେ ସତ କେତେ ମିଛ ତାହା ଅବଶ୍ୟ ସଭାପତିଙ୍କୁ ଜଣା ଥିବା | ଆଉ ସେଇଥି  ପାଇଁ କଲେ ନିରଞ୍ଜନ ବାବୁ ତାଙ୍କ ଏକାନ୍ତ ଅନୁଗତ ଆର୍ଯ୍ୟକୁମାରଙ୍କୁ ସଭାପତି ଦାଇତ୍ୱ ଦେଲେ କି ହେଲା  !!!

ଅବଶ୍ୟ ଆମେ ଏକଥା ସନ୍ଦେହରେ କହୁନୁ କି ମନରୁ ଗପ କହୁନୁ | ପିସିସି ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜରେ ସେଇ କଥା  ଲେଖାଯାଇଛି | ରାଜ୍ୟ ସରକାରଙ୍କ ବିଜ୍ଞାପନ ନୀତିକୁ ବିରୋଧ କରି ପିସିସି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା | ଆଉ ସେଥିରେ ଯେଉଁ ରିଲିଜ" ମେଡ଼ିକାଲ କଲେଜ ନେଇ ସରକାରଙ୍କ ତ୍ରୁଟିପୂର୍ଣ୍ଣ ବିଜ୍ଞାପନକୁ କଂଗ୍ରେସର ନିନ୍ଦା : ୧୯୯୯ରେ କଂଗ୍ରେସ ସରକାର ସରକାର ସମୟରେ ବଲାଙ୍ଗୀର ଠାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଥିଲା" ଶୀର୍ଷକରେ  ଦିଆଯାଇଛି ସେଥିରେ ସଭାପତି ଭାବେ ଆର୍ଯ୍ୟକୁମାରଂକ  ନାମ ଲେଖା ଯାଇଛି | ଆଉ ତା ତଳେ ପିସିସି ପ୍ରଚାର କମିଟି  ସଦସ୍ୟ ଅଶୋକ ସାମଲ ବି ଦସ୍ତଖତ କରିଛନ୍ତି | ଦିଜଣ ଯାକ ଜ୍ଞାନୀ ଗୁଣୀ କଣ ଜାଣିକି କଣ ଭୁଲ କରିବେ ? କିଛି ହେଇଥିବା ନା !!!

0
0
0
s2sdefault