ହେଡଲାଇନସ୍:

ସେପ୍ଟେମ୍ବର ୬କୁ କୁଡମୀ ସେନା ପାଳନ କରିବ କଳା ଦିବସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି)  ଜାତିକୁ ଆଦିବାସୀ ମାନ୍ୟତା ଦେବାଲାଗି କୁଡମୀ ସେନାର ଆନେ୍ଦାଳନ ତୀବ୍ରତର ହେବାକୁ ଲାଗିଅଛି । ୧୯୫୦ ସେପ୍ଟେମ୍ବର ୬ରେ କୁଡୁମୀ ଜାତିକୁ ଆଦିବାସି ବର୍ଗରୁ ବାଦ ଦିଆଯାଇଥିବାରୁ ଏହାର ପ୍ରତିବାଦରେ ଚଳି ମାସ ୬ ଗୁରୁବାର  ଦିଲ୍ଲୀର ଯନ୍ତରମନ୍ତରଠାରେ କୁଡମୀ ସେନା ପକ୍ଷରୁ କଳା ଦିବସ ପାଳନ କରିବାର କାର୍ଯ୍ୟକ୍ରମ ରହିଅଛି । ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ଓଡିଶା କୁଡମୀ ସେନାର ରାଜ୍ୟ ସଭାପତି ଜୈମୁନୀ ମହାନ୍ତଙ୍କ ନେତୃତ୍ୱରେ କୁଡମୀ ସେନାର କର୍ମୀମାନେ ଆଜି ବାରିପଦା ଷ୍ଟାଡିୟମ ସମ୍ମୁଖରୁ ବସ ଯୋଗେ ଦିଲ୍ଲୀ ଅଭିଯାନ ଆରମ୍ଭ କରିଛନ୍ତି । ଉକ୍ତ କଳା ଦିବସ ପାଳନ କାର୍ଯ୍ୟକ୍ରମରେ ଓଡିଶା ସମେତ ଝାଡଖଣ୍ଡ , ପଶ୍ଚିମବଙ୍ଗ , ଆସାମ ରାଜ୍ୟରୁ ମଧ୍ୟ କୁଡମୀ ସଂଗଠନର ନେତା, କର୍ମୀ ଓ ସମର୍ଥକମାନେ ଯୋଗଦେବେ ବୋଲି ଓଡିଶା ରାଜ୍ୟ ସଭାପତି ଜୈମୁନୀ ମହାନ୍ତ ପ୍ରକାଶ କରିଛନ୍ତି । ଏହି ଦିଲ୍ଲୀ ଅଭିଯାନରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ଦିବ୍ୟ ସିଂ ମହାନ୍ତ , ଜିଲା ସଭାପତି ଦୂର୍ଗା ଚରଣ ମହାନ୍ତ , ଜିଲା ମହିଳା ସଭାପତି ସବିତା ମହାନ୍ତ ,ଜୁଜୁ ମହାନ୍ତ , ଟୁକଲୁ ମହାନ୍ତ ,ନିରଞନ ମହାନ୍ତ , ମହେନ୍ଦ୍ର ମହାନ୍ତ , କର୍ମୀ ମହାନ୍ତ , ମାଳତୀ ମହାନ୍ତ  ପ୍ରମୁଖ ଶତାଧିକ ସେନାର ନେତା, କର୍ମୀ ଓ ସମର୍ଥକ ସାମିଲ ହୋଇଛନ୍ତି ।

0
0
0
s2sdefault