ହେଡଲାଇନସ୍:

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୁଧାର ଆଣିବାକୁ  ଝାମୁମୋ ପକ୍ଷରୁ ଆନ୍ଦୋଳନର ଚେତାବନୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକରେ ରହିଥିବା ଶୁଳିଆପଦା, କୋଷ୍ଠ|, ବାଘଡ଼ା, ଦେଉଳି ଓ କୁଲାଦଉଣି ଆଦି ସ୍ୱାସ୍ଥକେନ୍ଦ୍ରଗୁଡ଼ିକରେ ତୁରନ୍ତ ନିୟମିତ ଡ଼ାକ୍ତରମାନଙ୍କୁ ନିଯୁକ୍ତି ଓ ଖାଲି ପଡ଼ିଥିବା ବିଭିନ୍ନ ପଦବୀକୁ ପୂରଣ କରାଯିବା, ଦେଉଳିଠାରେ ନିର୍ମିତ ହୋଇଥିବା ୨୦ ଶର୍ଯ୍ୟା ବିଶିଷ୍ଟ ଡ଼ାକ୍ତରଖାନୁକୁ ଲୋକାର୍ପିତ କରାଯିବା, ଅଁଳାକୁଡ଼ା ନୂତନ ସ୍ୱାସ୍ଥ୍ୟକେନ୍ଦ୍ରର ଶୁଭାରମ୍ଭ କରାଯିବା, ପ୍ରତ୍ୟେକ ଚିକିତ୍ସାଳୟରେ ବିଦୁ୍ୟତ୍ ସମସ୍ୟା ଦୂର କରାଯିବା ନିମନ୍ତେ ଉଚ୍ଚ କ୍ଷମତା ସମ୍ପନ୍ନ ଜେନେଟର ଯୋଗାଇ ଦେବା, ଚିକିତ୍ସାଳୟଗୁଡ଼ିକରେ ମାଗଣାରେ ସମସ୍ତ ଔଷଧ ଯୋଗାଇ ଦେବା ସହିତ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା, ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ରୋଗୀ କଲ୍ୟାଣ ସମିତି ଜରିଆରେ ଆସୁଥିବା ଅର୍ଥରେ ହେଉଥିବା ଅନିୟମିତତାକୁ ରୋକାଯିବା ଆଦି ବିଭିନ୍ନ ଦାବିକୁ ଅବିଳମ୍ବେ ପୂରଣ କରା ନ ଗଲେ ଝାମୁମୋ ଆନ୍ଦୋଳନକୁ ଉହ୍ଲାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି । ଏହି ସମସ୍ତ ଦାବିଗୁଡ଼ିକୁ ନେଇ ଜେଏମଏମର କେନ୍ଦ୍ରୀୟ କମିଟି ସଦସ୍ୟ କଳିଙ୍ଗ କେଶରୀ ଜେନାଙ୍କ ନେତୃତ୍ୱରେ ଜିଲ୍ଲା ସମ୍ପାଦକ ନିମାଇଁ ତ୍ରିପାଠୀ, ଶୁଳିଆପଦା ବ୍ଲକ ସଭାପତି ରାମେଶ୍ୱର କିସ୍କୁ, କାର୍ଯ୍ୟକାରୀ ସଭାପତି ବାବୁଲ ସୋରେନ, ପ୍ରଭାତ ମହାନ୍ତ, ସାଧାରଣ ସମ୍ପାଦକ ତପନ ସିଂ, ସଂଯୋଜକ ରବୀନ୍ଦ୍ର ନାଥ ହେମ୍ବ୍ରମ, ଜିଲ୍ଲା ଯୁବ ଶାଖା କାର୍ଯ୍ୟକାରୀ ସଭାପତି ବାଜୁନ ହାଁସଦାଃ, ରେଣ୍ଟା ସୋରେନ, ପଣ୍ଡା ମାର୍ଣ୍ଡି, ନରେନ୍ଦ୍ର ଥୟାଲ, ସୁକୁମାର ଦାସ, କର୍ଣ୍ଣ ସୋରେନ, ସୁଶାନ୍ତ ମହାନ୍ତ ଓ ମଙ୍ଗଲ ମହାନ୍ତ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ପ୍ରଦୀପ କୁମାର ମହାପାତ୍ରଙ୍କୁ ସାକ୍ଷାତ କରି ଏକ ସ୍ମାରକ ପତ୍ର ଦେବା ସହିତ ଦାବିଗୁଡ଼ିକ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ଏବଂ ଆସନ୍ତା ୧୫ ଦିନ ମଧ୍ୟରେ ଉପରୋକ୍ତ ଦାବିଗୁଡ଼ିକୁ ପୂରଣ କରା ନ ଗଲେ ଜେଏମଏମ ଆନେ୍ଦାଳନ ନିମନ୍ତେ ରାଜରାସ୍ତାକୁ ଉହ୍ଲାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଥିଲେ ।

 

0
0
0
s2sdefault