ହେଡଲାଇନସ୍:

 ମୁହଁ ଲୁଚାଇ ଗାଡି ଭିତରେ ବସି ରହିଥିଲେ ଯୋଗେନ୍ଦ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର(ନୀରୋଜ ମିଶ୍ର) :  ବଲାଙ୍ଗିର ସଦର ବ୍ଲକ ଏବଂ ଲୋଇସିଂହା ବ୍ଲକର ସୀମା ଅଂଚଳରେ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ସ୍ଥାନୀୟ ଚାଷୀ ଓ କଂଗ୍ରେସ କର୍ମୀମାନଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି । ଏ ଅଂଚଳର ଚାଷୀମାନେ ମରୁଡି ଜନିତ କ୍ଷୟକ୍ଷତିର ବୀମା ରାଶି  ଆଜି ପର୍ଯ୍ୟନ୍ତ ପାଇନଥିବାରୁ ସେମାନଙ୍କ ଭିତରେ ଅସନ୍ତୋଷ କୁହୁଳୁଛି  । ସରକାରଙ୍କ ଭୂଲ ନୀତି ଯୋଗୁଁ ଚାଷୀମାନଙ୍କର ଫସଲ ବୀମାର ଭାଗ୍ୟ ବର୍ତ୍ତମାନ ଘରୋଇ କମ୍ପାନୀ ମାନଙ୍କ ହାତରେ ରହିଛି  । ସେମାନେ କୌଣସି ଗୋଟାଏ ବି ଜାଗାରେ ଠିକ ହସାବରେ କ୍ଷୟକ୍ଷତି ଆକଳନ କରୁନାହାନ୍ତି  । ପଂଚାୟତକୁ ଗୋଟାଏ ୟୁନିଟ ଭାବେ ନିଆ ଯିବାର ନିୟମ ଥିଲେ ମଧ୍ୟ ସେଥିରେ ବହୁତ ଅନିୟମିତତା ଦେଖାଦେଉଛି  । ଏହାକୁ ନେଇ ବାରମ୍ବାର ସରାକରଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ଶୁଣୁନାହାନ୍ତି  । ଏହି ସମସ୍ୟା ଧିରେ ଧିରେ ବିଷ୍ଫୋରକ ରୂପ ନେବାରେ ଲାଗିଲାଣି  । ଆଜି ଏହାକୁ ନେଇ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ସେ ଅଂଚଳ ଗସ୍ତ ସମୟରେ ସ୍ଥାନୀୟ ଲୋକେ ବ୍ଲକ କଂଗ୍ରେସ ସଭାପତି ରାମ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ତଳି ଉଡାର ଜାମୁଟିଆଳଛକ ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ପୂର୍ବକ ବିରୋଧ କରିଥିଲେ  । ଏ ସମ୍ପର୍କରେ ଖବର ପାଇ ମନ୍ତ୍ରୀ ସେଠାରୁ ଫେରିଆସି ରାସ୍ତା ବଦଳାଇ ବଲାଙ୍ଗିର- ଫାସଡ - ସକମା ରାସ୍ତା ଦେଇ ଯାଉଥିବା ବେଳେ ଫଟବାହାଲ ଛକ ଠାରେ କଂଗ୍ରେସ କର୍ମୀ ତଥା ଚାଷୀମାନଙ୍କ ସହିତ ମୁହାଁମୁର୍ହିଁ ହୋଇଥିଲେ  ।  ଲୋକଙ୍କ ପ୍ରଶ୍ନ ଥିଲା , ଚାଷ କ୍ଷୟକ୍ଷତିର ବୀମା ରାଶି ପାଇବାରେ କାହିଁକି ବିଳମ୍ବ ହେଉଛି  । କ୍ଷୟକ୍ଷତିର ଆକଳନ ପାଇଁ ଥିବା ନିର୍ଦ୍ଧିଷ୍ଟ ନିୟମାବଳୀକୁ କାହିଁକି ପାଳନ କରାଯାଉନାହିଁ ଏବଂ  ଫସଲ ବୀମା ଘରୋଇ କମ୍ପାନୀମାନଙ୍କ ହାତରୁ ସରକାର ନିଜ ନିୟନ୍ତ୍ରଣକୁ ନେଇ ଯେତେଶୀଘ୍ର ହେବ ଚାଷୀମାନଙ୍କୁ ଉଚିତ ବୀମାରାଶି ପ୍ରଦାନ କରନ୍ତୁ  । ଏହି ସବୁ ଦାବିକୁ ନେଇ ମନ୍ତ୍ରୀ ତଥା ଉପସ୍ଥିତ ଥିବା ଲୋଇସିଂହା ବିଧାୟକଙ୍କୁ ଚାଷୀମାନେ ଘୋର ବିରୋଧ କରିଥିଲେ  । ଏପରି କି ବିଧାୟକ ଯୋଗେନ୍ଦ୍ର ବେହେରା ମୁହଁ ଲୁଚାଇ ଗାଡି ଭିତରେ ବସି ରହିଥିଲେ  । ମନ୍ତ୍ରୀଙ୍କ ଠାରୁ ଉପଯୁକ୍ତ ଉତ୍ତର ନ ପାଇ ଲୋକମାନେ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେବା କଳା ପତାକା ପ୍ରଦର୍ଶନ କରିଥିଲେ ଏବଂ ତାଙ୍କୁ ସେଠାରୁ ଫେରିଯିବା ପାଇଁ କହିଥିଲେ  । ଏ ପରିକି ୧୫ ଦିନ ତଳେ ଚନ୍ଦନଭାଟି - କରକଚିଆ ରାସ୍ତାର ପ୍ରଶସ୍ତିକରଣ ତଥା ଉନ୍ନତିକରଣର ଭିତ୍ତିପ୍ରସ୍ତର ସ୍ଥାନୀୟ ବିଧାୟକ ତଥା ବିରୋଧି ଦଳ ନେତା ନରସିଂହ ମିଶ୍ରଙ୍କ ଦ୍ୱାରା କରାଯାଇଥିଲା ଏବଂ ମନ୍ତ୍ରୀ ସୂର୍ଯ୍ୟ ପାତ୍ର ସେ ସମାନ ପ୍ରକଳ୍ପକୁ ଭିତ୍ତିପ୍ରସ୍ତର ଦେବାକୁ ଆସିଥିବାରୁ  ସେ ସାଧାରଣ ଜନତାଙ୍କ ଆକ୍ରୋଶର ଶିକାର ହୋଇଥିଲେ  । କଂଗ୍ରେସ କର୍ମୀଙ୍କ କହିବା ଅନୁଯାୟୀ , ଏହି ରାସ୍ତା ବହୁ ଦିନ ପର୍ଯ୍ୟନ୍ତ ଖରାପ ହୋଇ ପଡିରହିଥିଲା ଏବଂ ଲୋକଙ୍କ ଦାବି ମୁତାବକ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ପ୍ରସ୍ତାବ କ୍ରମେ ୧୦ କୋଟି ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର ହୋଇଥିଲା  । ତେଣୁ ଲୋକେ ବିଧାୟକ ଶ୍ରୀ ମିଶ୍ର ଥରେ ଭିତ୍ତିପ୍ରସ୍ତର ଦେବା ପରେ ପୁଣି ଥରେ ମନ୍ତ୍ରୀ ସୁର୍ଯ୍ୟ ପାତ୍ର ଏବଂ ଲୋଇସିଂହା ବିଧାୟକ ଶ୍ରୀ ବେହେରା ଆସିଥିବାରୁ ଲୋକଙ୍କ ଆକ୍ରୋଣ ଦ୍ୱିଗୁଣିତ ହୋଇଥିଲା  । କଳା ପତାକା ପ୍ରଦର୍ଶନରେ ବଲାଙ୍ଗିର ବ୍ଳକ ସଭାପତି ରାମ ପ୍ରସାଦ ମିଶ୍ରଙ୍କ ସହ ଶ୍ରବଣ ଖମାରୀ , ତପନ ପାଣିଗ୍ରାହୀ , ସଂକୀର୍ତ୍ତନ ମେହେର , ଦେବ ପ୍ରଧାନ , ନରେନ୍ଦ୍ର ମେହେର , ବିଜୟ ମେହେର , ସମାରୁ ମହାକୁର , ମଟିଆ ମହାକୁର , ତି୍ରଲୋଚନ ପୋଢ , ପ୍ରକାଶ ବରାଇ , ଲୋଇସିଂହା ବ୍ଲକ ଉପସଭାପତି ସୋମନାଥ ପଟେଲ , ଜୋନ ସଭାପତି ଶାନ୍ତନୁ ସିଂ , ସରୋଜ ଠାକୁର , ବ୍ୟାସଦେବ ଝାଙ୍କର , ପରମାନନ୍ଦ ଗଡତ୍ୟା , ଶତ୍ରୁଘ୍ନ ସିଂ , ସୁବଳ ରଣା , ପୂର୍ଣ୍ଣ ଯୋଶୀ ପ୍ରମୁଖ ଆନେ୍ଦାଳନର ନେତୃତ୍ୱ ନେଇଥିଲେ  । 

0
0
0
s2sdefault