ହେଡଲାଇନସ୍:

ବିଜେଡିର ଅଭିଯୋଗ : ଗୁରୁପ୍ରିୟା ସଫଳତାରେ ସହି ପାରୁନାହାନ୍ତି ନିରଞ୍ଜନ, ଆଣୁଛନ୍ତି ଅଭ୍ୟାସଗତ ମିଥ୍ୟ।ଭିଯୋଗ ! 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(କୁମାର ଅଭିଶେଖ) : ଗୁରୁପ୍ରିୟା ସେତୁ ପ୍ରସଂଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କର ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ, କପଳୋକଳ୍ପିତ ଏବଂ ଅସତ୍ୟ ଉପରେ ଆଧାରିତ । ଗୁରୁପ୍ରିୟା ସେତୁ ଏକ ସଂପର୍କର ସେତୁ ଏବଂ ଏହା ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳକୁ ସ୍ୱାଭିମାନ ଅଞ୍ଚଳରେ ପରିଣତ କରିଛି । କଂଗ୍ରେସ ସରକାର ସମୟରେ ଗୁରୁପ୍ରିୟା ସେତୁ ନିର୍ମାଣକୁ ନେଇ କୌଣସି ଗୁରୁତ୍ୱ ଦିଆଯାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଶ୍ ନବୀନ ପଟ୍ଟନାୟକ ୪ବର୍ଷ ମଧ୍ୟରେ ଗୁରୁପ୍ରିୟା ସେତୁ, ଯାହା ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ସ୍ୱପ୍ନ ଥିଲା, ତାକୁ ବାସ୍ତବରେ ପରିଣତ କରିଛନ୍ତି । ବିଚ୍ଛିନ୍ନାଞ୍ଚଳରେ ବିକାଶ ଆହୁରି ତ୍ୱରାନ୍ୱିତ ହେଉଛି ଏବଂ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ପାଇଁ ଏହା ଏକ ବିକାଶର ମାଇଲ୍‍ ଖୁଣ୍ଟି ବୋଲି ଭାରତବର୍ଷରେ ସମସ୍ତେ ସ୍ୱୀକାର କରିଛନ୍ତି । ଓଡ଼ିଶାର ଏହି ବିକାଶ ଧାରାକୁ ଦେଖି ପିସିସି ସଭାପତି ଏବଂ କଂଗ୍ରେସ ସହ୍ୟ କରିପାରୁ ନାହାନ୍ତି । ବିଭ୍ରାନ୍ତିକର ମତ ରଖି ଗୁରୁପ୍ରିୟା ସେତୁର ଉପଲବ୍ଧିକୁ ଗୌଣ କରିବାକୁ ଚେଷ୍ଟା କରୁଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ । ଗୁରୁପ୍ରିୟା ସେତୁକୁ କେନ୍ଦ୍ର ସରକାରଙ୍କର ମାନ ପରୀକ୍ଷଣ କେନ୍ଦ୍ର ଦ୍ୱାରା ସ୍ୱୀକୃତି ମିଳିଥିବା ବେଳେ ଏହାର ପ୍ରତ୍ୟେକଟି ପ୍ରଶାସନିକ ଓ ବିତ୍ତୀୟ ନିଷ୍ପତ୍ତି ସ୍ୱଚ୍ଛ ଏବଂ କେନ୍ଦ୍ର ସରକାରଙ୍କର ଅନୁମୋଦିତ ନିର୍ମାଣ ଦର ଅନୁସାରେ କାର୍ଯ୍ୟକାରୀ ହୋଇଛି । ବିଗତ ୧୮ବର୍ଷ ମଧ୍ୟରେ କଂଗ୍ରେସ ଅନେକ ଅଭିଯୋଗ ଆଣିଥିଲା ଏବଂ ପ୍ରତ୍ୟେକଟି ଅଭିଯୋଗ ଭିତ୍ତିହୀନ ଓ ରାଜନୀତି ଦ୍ୱାରା ପ୍ରଣୋଦିତ । ସେହିକ୍ରମରେ ଏହି ଅଭିଯୋଗ ମଧ୍ୟ ଭିତ୍ତିହୀନ ଏବଂ ରାଜନୈତିକ ଉଦ୍ଦେଶ୍ୟ  ପ୍ରଣୋଦିତ ବୋଲି ଆଜି ବିଜୁ ଜନତା ଦଳ ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ।

0
0
0
s2sdefault