ହେଡଲାଇନସ୍:

ଚତୁର ନରସିଂହ, ମୁଖ୍ୟମନ୍ତ୍ରୀ ଭାଷଣରୁ କାଢିଲେ ଖିଅ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୁଲେଇ ମାଇଲେ ତେରେଛା ବାଣ, କହିଲେ “ତାଙ୍କ ଦଳୀୟ ଲୋକ ବାଧାବିଘ୍ନର ମୁଖ୍ୟ କାରଣ”

""କଲେଜର ଉଦ୍ଘାଟନି ସଭାରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିବା କଥା “ଏହି କଲେଜ ସମ୍ପୁର୍ଣ୍ଣ କରିବାରେ ଅନେକ ବାଧାବିଘ୍ନ ମୁଁ ସମ୍ମୁଖିନ ହୋଇଛି” ଏହି ଉକ୍ତିର ଅର୍ଥରୁ ଆମେ ବୁଝିଯିବା ଦରକାର ଯେ ମୁଖ୍ୟମନ୍ତ୍ରୀ ଏହି କଲେଜ ସମ୍ପୁର୍ଣ୍ଣ କରିବା ଦିଗରେ ନିଜ ଦଳର ସ୍ଥାନୀୟ ନେତୃତ୍ୱଙ୍କ ଦ୍ୱାରା ଅନେକ ବାଧାବିଘ୍ନ ସମ୍ମୁଖିନ ହୋଇଛନ୍ତି ।""

 ବଲାଙ୍ଗିର/ନୀରୋଜ ମିଶ୍ର- ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲ ଖୋଲିଲା । ଶ୍ରେୟ ନେବା ପାଇଁ ତିନ ଦଳ ଭିତରେ ଲଢେଇ ବି ପଦାକୁ ଆସିଲା  । କଂଗ୍ରେସ ବିଜେଡି  ଆଉ ବିଜେପି କହିଲେ ଆମର ବି ଅବଦାନ ଅଛି । ଇଏ କହିଲା ଆମେ ଲଢିଥିଲୁ,  ସିଏ କହିଲା ଆମେ ଉଦ୍ୟମ କରିଥିଲୁ, ଆଉ ଜଣେ କହିଲେ ଆମେ ବି ଦେଇଛୁ  । ସେ ତ ଗଲା ଅବଦାନ କଥା  । ନାମକରଣକୁ ନେଇ ବି ରାଜନୀତି ଜୋରଦାର । ଅଉ ଏ ରାଜନୀତିରେ ଧୂରୀଣ ରାଜନେତା ବିରୋଧୀ ଦଳ ନେତା ତଥା ସ୍ଥାନୀୟ ବିଧାୟକ ତାଙ୍କର ଉହ୍ୟଯୁକ୍ତ ତେରେଛା ବାଣ ମାରି ତାଙ୍କ ପାରମ୍ପରିକ ପ୍ରତିଦ୍ୱିନ୍ଦୀ ପରିବାରକୁ ସମାଲୋଚନା କରିଛନ୍ତି  । ନରସିଂହ ମୁଖ୍ୟମନ୍ତ୍ରୀଙ୍କ ଭାଷଣରୁ ଖିଅ କାଢି ଓ ସେ ମନ୍ତବ୍ୟର ଓକିଲିଆ ଇଣ୍ଟରପ୍ରିଟେସନ କରି ରାଜପରିବାର ବା ବିଜେଡି ଆଡକୁ (ନାମୋଲ୍ଳେଖ ନକରି) ନିଜ ବନ୍ଧୁକରେ ସାଇଲେନ୍ସର ଲଗାଇ ମାରିଛନ୍ତି ଗୁଳି  । ଯାହାକି ସମସ୍ତଙ୍କ ଅଲକ୍ଷ୍ୟରେ ଯାହାଠି ବାଜିବା କଥା ବାଜିଛି ଆଉ ଯାହାକୁ ଯନ୍ତଣା ଦେବା କଥା ଦେଇଛି  । 

ଏକ ସାମ୍ବାଦିକ ସମ୍ବିଳନୀ ଡକାଇ ନରସିଂହ କହିଛନ୍ତି ଯେ, ଦୁଇ ଦଶନ୍ଧି ପ୍ରତିକ୍ଷା ପରେ ଭୀମଭୋଇ ମେଡିକାଲ କଲେଜ ଶୁଭ ଉଦ୍ଘାଟନ ହେଇଯାଇଛି । ବଲାଙ୍ଗିର ପାଇଁ ନିଶ୍ଚିତ ଭାବେ ଏହା ଏହା ଏକ ଐତିହାସିକ ଦିନ । ଏହାକୁ ନେଇ ସାରା ଜିଲ୍ଲାର ଲୋକେ ଏଥିପାଇଁ ଉତ୍ସବ  ପାଳନ କରୁଛନ୍ତି । ଏଥି ପାଇଁ ବଲାଙ୍ଗିର ଜନସାଧାରଣ କେନ୍ଦ୍ର ସରକାର, ରାଜ୍ୟ ସରକାର, ବିଭିନ୍ନ ଅନୁଷ୍ଠାନ  ଯେଉଁମାନେ କି ଏହି କଲେଜର ପ୍ରତିଷ୍ଠା  ଦିଗରେ କାମ କରୁଥିଲେ ସମସ୍ତଙ୍କୁ ଧନ୍ୟବାଦାର୍ହ  ଏବଂ ଅଭିନନ୍ଦନୀୟ । ହେଲେ ମେଡିକାଲ କଲେଜ ଖୋଲିଦେଲେ ହେବନାହିଁ କି ଖୋଲିଦେଇ କଥା ସରିଯାଇ ନାହିଁ  । ଏହି ଅନୁଷ୍ଠାନକୁ ପୂର୍ଣ୍ଣାଙ୍ଗ ସ୍ୱୟଂ ସମ୍ପୂର୍ଣ ଅନୁଷ୍ଠାନରେ ପରିଣତ କରିବା ପାଇଁ ଆମକୁ ଯନôର ସହିତ ଆଗକୁ ଅନେକ କାମ କରିବାକୁ ଅଛି  ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନସଭାର ବିରୋଧିଦଳ ନେତା ନରସିଂହ ମିଶ୍ର କହିଛନ୍ତି । 

ମେଡିକାଲ କଲେଜ ଆରମ୍ଭ ହୋଇଛି କିନ୍ତୁ ଏ ପର୍ଯ୍ୟନ୍ତ ହୃଦରୋଗ, ସ୍ନାୟୁ ତଥା ଆଉ କିଛି ସୁପରସ୍ପେସାଲିଷ୍ଟ ବିଭାଗର ପ୍ରାଧ୍ୟାପକ ଆସିନାହାନ୍ତି । ଯଦିଓ ଏହି ବିଭାଗର ପାଠପଢା ତୃତୀୟ ବର୍ଷରୁ ଆରମ୍ଭ ହୋଇଥାଏ  ତଥାପି ଲୋକେ ଚିକିତ୍ସା  ପାଇବା ପାଇଁ ଏହି ବିଭାଗର ପ୍ରଧ୍ୟାପକ ଡାକ୍ତର ନିହାତି ଜରୁରୀ । ସେ ଦିଗରେ ମଧ୍ୟ ଚେଷ୍ଟା ଚାଲିଛି । ଆହୁରି ମଧ୍ୟ ମେଡିକାଲ କଲେଜର ନାମ ଭୀମ ଭୋଇ  ହୋଇଥିବାରୁ ଶ୍ରୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । କିନ୍ତୁ ବଲାଙ୍ଗିର ପୌର  ପରିଷଦ ଅଭିବକ୍ତ ସୋନପୁର ବଲାଙ୍ଗିର ଜିଲ୍ଲା ଲୋକଙ୍କ ଭାବାବେଗକୁ ବେଖାତିର କରି ରାଜପରିବାରଙ୍କ ନାଁ ରେ ମେଡିକାଲ କଲେଜ ହେଉ ବୋଲି ପ୍ରସ୍ତାବ ପରିତ କରି ପଠାଇଥିଲେ । ତା  ମଧ୍ୟ ରାଜ୍ୟ ସରକାର ତାଙ୍କ ନିଜ ଦଳର ସ୍ଥାନୀୟ ନେତୃତ୍ୱଙ୍କ ଚକ୍ରାନ୍ତକୁ ବୁଝିପାରି ଲୋକଙ୍କ ଭାବାବେଗ ସହିତ ଜଡିତ ସନ୍ଥ କବି ଭୀମଭୋଇଙ୍କ ନାଁରେ ହୋଇଥିବାରୁ ସମସ୍ତଙ୍କ ଭିତରେ ଖୁସି ସଚାାର ହୋଇଛି ବୋଲି କହିଥିଲେ । ତଥାପି ଭୀମ ଭୋଇଙ୍କ ନାଁ ଆଗରୁ ସନ୍ଥ ଭୀମ ଭୋଇ ମେଡିକାଲ କଲେଜ ଯେମତି ହୋଇପାରିବ ତାର ସଂଶୋଧନର ବ୍ୟବସ୍ଥା ଶିଘ୍ର କରାହେବ ବୋଲି ଉପସ୍ଥିତ ସାମ୍ବାଦିକ ମାନଙ୍କୁ କହିଥିଲେ । କଲେଜର ଉଦ୍ଘାଟନି ସଭାରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିବା କଥା “ଏହି କଲେଜ ସମ୍ପୁର୍ଣ୍ଣ କରିବାରେ ଅନେକ ବାଧାବିଘ୍ନ ମୁଁ ସମ୍ମୁଖିନ ହୋଇଛି” ଏହି ଉକ୍ତିର ଅର୍ଥରୁ ଆମେ ବୁଝିଯିବା ଦରକାର ଯେ ମୁଖ୍ୟମନ୍ତ୍ରୀ ଏହି କଲେଜ ସମ୍ପୁର୍ଣ୍ଣ କରିବା ଦିଗରେ ନିଜ ଦଳର ସ୍ଥାନୀୟ ନେତୃତ୍ୱଙ୍କ ଦ୍ୱାରା ଅନେକ ବାଧାବିଘ୍ନ ସମ୍ମୁଖିନ ହୋଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାରର ରକ୍ତ ଅଭାବ ତଥା ଅନିୟମିତତା ମେଡିକାଲ କଲେଜ ଡାକ୍ତରଖାନା ଓ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇ ରହୁଥିବା ଅନେକ ଅବ୍ୟବସ୍ଥାକୁ ନେଇ ସାମ୍ବାଦିକ ପ·ରିଥିବା ପ୍ରଶ୍ନର ଉତ୍ତରରେ ଶ୍ରୀ ମିଶ୍ର କହିଥିଲେ ଯେହେତୁ ଆଉ କିଛି ବର୍ଷ ମେଡିକାଲ କଲେଜ ଡାକ୍ତରଖାନା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚାଲିବ ତେଣୁ କିଛି ସମସ୍ୟା ଆସିପାରେ ଏପରିକି ପ୍ରଶାସନିକ ସ୍ତରରେ ମଧ୍ୟ ଅନେକ ଅବ୍ୟବସ୍ଥା ଅଛି । ରୋଗୀ ଚିକିତ୍ସାକୁ ନେଇ ମଧ୍ୟ ଅବ୍ୟବସ୍ଥା ହେଉଥିବା ନଜରକୁ ଆସିଛି । ପରବର୍ତ୍ତି ସମୟରେ ଏ ସବୁ ସମସ୍ୟାକୁ ନେଇ ମୁଁ ସାମ୍ବାଦିକ ବନ୍ଧୁମାନଠୁଁ ଆସୁଥିବା ପ୍ରସ୍ତାବକୁ ନିଶ୍ଚୟ ଗୁରୁତର ସହିତ ନେଇ ଆଗାମୀ ବିଧାନସଭା ରେ ଯାହାକିଛି ଦରକାର ନିଶ୍ଚୟ ଆଲୋଚନା ହୋଇ ତାର ନିଷ୍କର୍ଷ ବାହାର କରାଯିବ ଏବଂ ପରେ ଆମେ ସମସ୍ତେ ବସି କିପରି ଏ ସମସ୍ୟା ଆଗକୁ ନ ହେବ ସେ ଦିଗରେ କାମ କରିବା ବୋଲି କହିଥିଲେ । ଆହୁରି ମଧ୍ୟ ଯେହେତୁ ମେଡିକାଲ କଲେଜ ଏବଂ ହସପିଟାଲର ଏହା ପ୍ରଥମ ବର୍ଷ ଆଗକୁ ମେଡିକାଲ କାଉସିଲ ଅଫ୍ ଇଣ୍ଡିଆ ଏହାର ଭିତ୍ତିଭୂମି ତଥା ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ଉପରେ ଅନୁସିଳନ କରିବା ପାଇଁ ପୁଣି ଆସିପାରେ । ତେଣୁ ଏହା ଉପରେ ଜନସାଧାରଣ, ବୁଦ୍ଧିଜିବୀ ତଥା ସାମ୍ବାଦିକ ବନ୍ଧୁମାନେ ମଧ୍ୟ ବିଶେଷ ଯତ୍ନବାଦ ହେବା ଦରକାର । ଆମେ ସମସ୍ତେ ମିଶି ହିଁ ଏହି ବହୁ ପ୍ରତିକ୍ଷିତ ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଜାତୀୟ ସ୍ତରରେ ଏକ ଅନୁଷ୍ଠାନରେ ପରିଣତ କରିପାରିବା ବୋଲି ଉପସ୍ଥିତ ସମସ୍ତ ସାମ୍ବାଦିକମାନଙ୍କୁ ଧନ୍ୟବାଦ ଦେବା ସହ ସାମ୍ବାଦିକ ସମ୍ମିଳନୀ ଶେଷ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତିତ, ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ପିସିସି ସଭ୍ୟ ଅସୀମ ପଟ୍ଟନାୟକ, ପିସିସି ସଂପାଦକ ସୁଦାମ ସାହୁ, ପିସିସି ସଭ୍ୟ ମନୀଷ ମିଶ୍ର, ଯୁବନେତା ବୁଲୁ ଦାନୀ, ସନ୍ତକ ବହିଦାର ଏବଂ ଚନ୍ଦ୍ରମଣି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ  ।

0
0
0
s2sdefault