ହେଡଲାଇନସ୍:

୧୩ ଦଫା ଦାବୀ ନେଇ ସିପିଆଇର ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଆଇନ ଅମାନ୍ୟ ଆନ୍ଦୋଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ସମ୍ୱିଧାନ ବଞ୍ଚାଅ-ଦେଶ ବଞ୍ଚାଅ ଦାବୀ ସମେତ ଗରୀବ ଖଟିଖିଆ,ଭୂମିହୀନ,ଶ୍ରମିକ ,ଆଦିବାସୀ, ମହିଳା, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ମାନଙ୍କ ନିମନ୍ତେ ୧୩ ଦଫା ଦାବୀ ନେଇ ଆଜି ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳ କାର୍ଯ୍ୟାଳୟ ସାମନାରେ ଜିଲ୍ଲା ଭାରତୀୟ କମୁ୍ୟନିଷ୍ଠ ପାର୍ଟି (ସି.ପି.ଆଇ) ପକ୍ଷରୁ ଆଇନ ଅମାନ୍ୟ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସିପିଆଇ ସମ୍ପାଦକ ଜନା ସୁବାସ ଚନ୍ଦ୍ର ରାଓଙ୍କ ନେତୃତ୍ୱରେ ସ୍ଥାନୀୟ ଫାଏର ଷ୍ଟେସନ ଛକ ଠାରୁ ଶତାଧିକ ସଂଖ୍ୟାରେ  ଦଳୀୟ କର୍ମୀ ନେତା ଓ ଅନ୍ୟାନ୍ୟ ଗରୀବ , ମୁଲିଆ, ଗୃହହୀନ ମହିଳା,ପୁରୁଷ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧୀ ବିଭିନ୍ନ ସ୍ଲୋଗାନ ମାନ ଦେଇ ଜିଲ୍ଲାପାଳଙ୍କକାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଜିଲ୍ଲାପାଳଙ୍କ ଗେଟ୍‍ ଭିତରକୁ ଦାବୀପତ୍ର ଦେବା ପାଇଁ  ଧସେଇ ଠେଲାପେଲା କରି ପସିବାକୁ ଉଦ୍ୟମ କରିଥିଲେକିନ୍ତୁ ମୃତାୟନ ଥିବା ପୋଲିସ ବାହିନୀ ସେମାନଙ୍କୁ ଅଟକାଇ ସେମାନଙ୍କ ଠାରୁ ଜିଲ୍ଲାପାଳ , ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେବାକୁ ଥିବା ଦାବୀପତ୍ର ସବୁ ନେଇ ପ୍ରାୟ ଦଶଜଣଙ୍କୁ ଗିରଫ କରିଥିଲେ । ୧୩ ଦଫା ଦାବୀ ଗୁଡିକ ମଧ୍ୟରେ ମୁଖ୍ୟତଃ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦରଦାମ ନିୟନ୍ତ୍ରଣ କରିବା, ଦଳିତ ଆଦିବାସୀ ସଂଖ୍ୟା ଲଘୁ ପଛୁଆ ବର୍ଗ ଓ ମହିଳାଙ୍କ ଉପରେ ଅତ୍ୟାଚାର ବନ୍ଦ କରିବା, ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ସମସ୍ତ କୃଷି ଋଣ ଛାଡ କରିବା, ୬୦ ବର୍ଷ ବୟସରେ ସମସ୍ତ ଚାଷୀଙ୍କୁ ଭାଗଚାଷୀ ଓ ମୂଲିଆଙ୍କୁ ପେନସନ ଦେବା, ଖାଦ୍ୟ ନିରାପତା ପାଇଁ ସମସ୍ତଙ୍କୁ ରେସନକାର୍ଡ ଯୋଗାଇଦେବା, ଆଦିବାସୀ ଓ ଭୂମୀହୀନ ମାନଙ୍କୁ ଘରଡିହ ଓ ଦଖଲଜମିର ପଟ୍ଟା ଦେବା ପ୍ରଭୃତି ଦାବୀ ଗୁଡିକ ଅନ୍ତର୍ଭୁକ୍ତ  । ଅନ୍ୟ ମାନଙ୍କ ମଧ୍ୟରେ ଏହି ଆନ୍ଦୋଳନରେ ଲିଙ୍ଗରାଜ ଦଳେଇ, ଆବ୍ରାହ୍ମ ପାଣୀ, ଜଗଦୀଶ ବେହେରା, ଉଦୟ କୁମାର କଟୁଆଳ ସାମିଲ ଥିଲେ ।

0
0
0
s2sdefault