ହେଡଲାଇନସ୍:

ରାଜ୍ୟ ସାଧାରଣ ସଂପାଦକ ଭାବେ ଦାୟିତ୍ୱ ନେଲେ ଯୋଗେନ୍ଦ୍ର ତ୍ରିପାଠୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଚଳିତ ମାସ ୨୮ ତାରିଖରେ ଦଳର ସାଧାରଣ ସଂପାଦକ ଭାବେ ନିଯୁକ୍ତ ହୋଇଥିବା ଯୋଗେନ୍ଦ୍ର ତ୍ରିପାଠୀ ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ଅବସରରେ ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ବିଜେଡି ନେତା ଆଶିଷ ନନ୍ଦ, ଛାତ୍ର ବିଜେଡି ସାଧାରଣ ସଂପାଦକ ସୁଜିତ ପାଲ୍‍ଟାସିଂହ, ସଂପାଦକ ପ୍ରମୋଦ ପାତ୍ରଙ୍କ ସମେତ ବହୁ ପଦାଧିକାରୀ ଶ୍ରୀ ତ୍ରିପାଠୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ ।

ଶ୍ରୀ ତ୍ରିପାଠୀ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚôବା ପରେ ପ୍ରଥମେ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି କହିଥିଲେ ଯେ ମୁଁ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୭୭ ମସିହାରେ ଜନତା ଦଳ ଏବଂ ବିଜେଡି ଗଠନ ଠାରୁ ଦଳର ଜଣେ ଶୃଙ୍ଖଳିତ ସଭ୍ୟ ଭାବେ କାର୍ଯ୍ୟ କରିଆସୁଛି । ଦଳର ମାନ୍ୟବର ସଭାପତି  ନବୀନ ପଟ୍ଟନାୟକ ମୋ ପ୍ରତି ଆସ୍ଥା ପ୍ରକଟ କରି ଦଳର ରାଜ୍ୟ ସାଧାରଣ ସଂପାଦକ ଭାବେ ଦାୟିତ୍ୱ ଦେଇଥିବାରୁ ମୁଁ ତାଙ୍କ ନିକଟରେ ମୋର କୃତଜ୍ଞତା ଜ୍ଞାପନ କରୁଛି । ମାନ୍ୟବର ସଭାପତି ଯେଉଁ ବିଶ୍ୱାସ ଓ ଭରସା ସହିତ ମୋତେ ଦଳୀୟ ଦାୟିତ୍ୱ ଦେଇଛନ୍ତି, ମୁଁ ତାକୁ ନିଷ୍ଠାର ସହିତ ତୁଲାଇବି । ସୂଚନାଯୋଗ୍ୟ, ଶ୍ରୀ ତ୍ରିପାଠୀ  ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପିଥିଲେ । ୧୯୭୭ ମସିହାରେ ଢେଙ୍କାନାଳ ଜିଲ୍ଲା ସାଧାରଣ ସଂପାଦକ ଥିଲେ । ୨୦୦୩ରୁ ୨୦୧୩ ମଧ୍ୟରେ ୧୦ବର୍ଷ ଧରି ବିଜୁ ଜନତା ଦଳ ଢେଙ୍କାନାଳ ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରିଥିଲେ । ୨୦୧୦ରୁ ୨୦୧୪ ପର୍ଯ୍ୟନ୍ତ ଶ୍ରୀ ତ୍ରିପାଠୀ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଏବଂ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଇ ଆସିଛନ୍ତି ।

0
0
0
s2sdefault